କରୋନା ଯୋଦ୍ଧା କରିଛ, ସମାନ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୩ା୫-ଆଗଧାଡିର କରୋନା ଯୋଦ୍ଧାଭାବେ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ ଓ ଜନସାଧାରଣଙ୍କୁ ସେବା ଯୋଗାଇବାସତ୍ତ୍ୱେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)ର କର୍ତ୍ତବ୍ୟରତ ଆୟୁଷ ଡାକ୍ତର, ଫର୍ମାଶିଷ୍ଟ, ଏଏନ୍‌ଏମମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁ ନାହିଁ। ଏ ନେଇ ବଲାଙ୍ଗୀର ଜିଲା ଆରବିଏସ୍‌କେ ଷ୍ଟାଫ୍‌ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ଶନିବାର ଏହି ସଂଘର ଆୟୁଷ ଡାକ୍ତର, ଫର୍ମାଶିଷ୍ଟ ଓ ଏଏନ୍‌ଏମ୍‌ମାନେ ସିଡିଏମ୍‌ଓ ଡା. ନାରାୟଣ ଥନାପତିିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରିଥିଲେ ା ଏହି ଦାବିପତ୍ରରେ କୋଭିଡ-୧୯ ମୁକାବିଲାରେ ଆରବିଏସ୍‌କେ ଷ୍ଟାଫ୍‌ମାନେ ଆଗଧାଡି କରୋନା ଯୋଦ୍ଧା ହୋଇଥିଲେ ମଧ୍ୟ ସେମାନଙ୍କୁ କୋଭିଡ-୧୯ର ଇନ୍‌ସେନ୍‌ଟିଭ୍‌, ସ୍ବାସ୍ଥ୍ୟବୀମା ଏବଂ ଅନ୍ୟ କରୋନା ଯୋଦ୍ଧାଙ୍କୁ ମିଳୁଥିବା ସୁବିଧା ସୁଯୋଗ ଦିଆଯାଉନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆରବିଏସ୍‌କେ ଷ୍ଟାଫ୍‌ମାନେ କରୋନା ମୁକାବିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, କଣ୍ଟେନମେଣ୍ଟ ଜୋନ୍‌, ପ୍ରବାସୀଙ୍କ ହୋମ ଆଇସୋଲେସନ୍‌, ସ୍ବାବ୍‌ ପରୀକ୍ଷା ପାଇଁ ପଠାଇବା କାର୍ଯ୍ୟ କରୁଛନ୍ତି। ହେଲେ ସେମାନଙ୍କୁ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭରୁ ବାଦ୍‌ ଦିଆଯାଇଛି ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ଦାବିପତ୍ରରେ ଅନ୍ୟ କରୋନା ଯୋଦ୍ଧା ଭାବେ ସରକାରଙ୍କ ଘୋଷିତ ସମାନ ସୁବିଧା ସୁଯୋଗ ଓ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭ ଯୋଗାଇବାକୁ ଦାବି କରିଛନ୍ତି ା ଅନ୍ୟ ସରକାରୀ ବିଭାଗରେ ୬ ବର୍ଷ ଧରି କାର୍ଯ୍ୟ କରିବା ପରେ ସେମାନଙ୍କୁ ରେଗୁଲାର କରାଯାଉଥିବାବେଳେ ଏଠାରେ ଆରବିଏସ୍‌କେ ଟିମ୍‌ରେ ୬ ବର୍ଷରୁ ଉର୍ଦ୍ଧ୍ୱ କାମ କରିବା ପରେ ମଧ୍ୟ ସେମାନଙ୍କୁ ରେଗୁଲାର କରାଯାଉ ନଥିବା ଅଭିଯୋଗ କରି ତୁରନ୍ତ ଏଦିଗରେ ପକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ଜଣାଇଛନ୍ତି ା ସଂଘ ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ହୃଦାନନ୍ଦ ମେହେର, ଡା ମଧୁସ୍ମିତା ମେହେର, କିଶୋର ସାହୁ ସିଡିଏମ୍‌ଓ ଡା ଥନାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ା ଏ ଦିଗରେ ସେ ବିହିତ ପଦକ୍ଷେପ ନେବେ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଥିଲେ ା ଏହାପରେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri