ଆମ ଜିଲା ଖବର

ବର୍ଷେ ପରେ ବି ମୁଣ୍ଡରୁ ହଟିନି ପଲିଥିନ

ପୁରୀ ଅଫିସ,୩।୫: ଠିକ୍‌ ବର୍ଷକ ତଳେ ଛାତି ଥରାଇ ଦେଲାଭଳି ପବନ ଏବଂ ମୁଷଳ ବର୍ଷା ସବୁକିଛି ଉଜାଡ଼ି ଦେଇଥିଲା। ମୁଣ୍ଡଉପରୁ ଛପର ଉଡ଼ାଇ ନେବା ସହ ଅନେକ ପରିବାରକୁ ବେଘର କରିଥିଲା। କୌଣସି ପ୍ରକାରେ ଜୀବନ ବଞ୍ଚତ୍ଗଲା ସିନା ହେଲେ…

ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଥିଲା। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର…

ପ୍ରବାସୀଙ୍କ ସୁରକ୍ଷା ପାଇଁ ରଣନୀତି: ଷ୍ଟେଶନ, ସଙ୍ଗରୋଧ କେନ୍ଦ୍ରରେ ଅଧିକ ପୋଲିସ ମୁତୟନ ହେବେ

କଟକ ଅଫିସ,୩।୫: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ଆରମ୍ଭ ହୋଇଗଲାଣି। ସ୍ବତନ୍ତ୍ର ଟ୍ରେନ୍‌ ଏବଂ ବସ୍‌ରେ ସେମାନେ ଓଡ଼ିଶା ଫେରୁଛନ୍ତି। ଏହାକୁ ନେଇ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ। ଶନିବାର ରାଜ୍ୟର ବରିଷ୍ଠ ପୋଲିସ…

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ। ୫ ଜଣ ବିଚାରପତି ମାମଲାଗୁଡିକର ଶୁଣାଣି କରିବେ। ଜଣକିଆ ଖଣ୍ଡପୀଠରେ ସମସ୍ତ ଶୁଣାଣି ହେବ।…

ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ ହୋଇଯିବ? ମହାମାରୀ କରୋନାର ଭୟାବହତାକୁ ଦେଖି ଗତ କିଛିଦିନ ହେଲା ରଥଯାତ୍ରାକୁ ନେଇ ଏମିତି…

ବିନା ସୂଚନାରେ ସୁରଟରୁ ଫେରିଥିଲେ, କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଦ୍ରକ ଅଫିସ,୩।୫: ସୁରଟରୁ ଭଦ୍ରକ ଜିଲା ପ୍ରଶାସନର ବିନା ସୂଚନାରେ ଆସିଥିବା ୮ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହି ବ୍ୟକ୍ତିମାନେ ସୁରଟରୁ ଗଞ୍ଜାମକୁ ଆସୁଥିବା ଏକ ବସ୍‌ରେ ଆସିଥିଲେ। ପରେ ଗଞ୍ଜାମରୁ ଏକ ବସ୍‌ ଯୋଗେ ଭଦ୍ରକ ଆସି…

ଗଞ୍ଜାମ ଛୁଇଁଲା କରୋନା: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ଭୁବନେଶ୍ୱର,୩।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି। ଆକ୍ରାନ୍ତ ୩ ଜଣ ଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲାର ଏବଂ ଜଣେ ଝାରସୁଗୁଡା ଜିଲାର…

ସୀମାରେ ଅଟକିଲେ ଘରମୁହଁ। ଶ୍ରମିକ

ପାଟଣା, ୩।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଟଭାସରୁଆ ନିକଟ ସୀମାନ୍ତରେ ଶୁକ୍ରବାର ସାରେ ପଶ୍ଚିମବଙ୍ଗର ୯ଜଣ ଶ୍ରମିକ ଆସି ପହଞ୍ଚିଛନ୍ତି। ଏମାନେ ଯାଜପୁର ଜିଲା ଡୁବୁରୀରୁ ସାଇକେଲରେ ଆସିଛନ୍ତି। ଶ୍ରମିକମାନେ ୩୨୦ କି.ମି…

ଚାଉଳ ମିଳିଲା, ଡାଲି ନାହିଁ

ବନ୍ତ,୩।୫(ଡି.ଏନ୍‌.ଏ.) : କରୋନା୍‌ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଶନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି ଯୋଗାଇ…

ଶ୍ରମିକ ଦିବସ ପାଳିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ

ବାରିପଦା ଅଫିସ, ୩ା୫- ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ବାରିପଦା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ହେତୁ ସରକାରଙ୍କ ସମସ୍ତ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ମାସ୍କ ଏବଂ ଗ୍ଲୋଭସ ବ୍ୟବହାର…

ଜରିମାନା ଆଦାୟକୁ ବିରୋଧ: ଦୋକାନ ବନ୍ଦ କଲେ ବ୍ୟବସାୟୀ

ଉଦଳା,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବଜାରରେ ପୋଲିସ୍‌ର ଚେକିଂ ଏବଂ ଜରିମାନା ଆଦାୟକୁ ସ୍ଥାନୀୟ ବଣିକ ସଂଘ ବିରୋଧ କରିଛି। ଏନେଇ ଶନିବାର ପୋଲିସ୍‌ ଏବଂ ବଣିକ ସଂଘ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ…

ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଖଇରା, ୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସରେ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସଭାପତି ମୁକ୍ତିକାନ୍ତ ପଣ୍ଡା, ସମ୍ପାଦକ ହରେକୃଷ୍ଣ ଓଝାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?