ରୀତିନୀତିରେ ପାଳନ ହେବ ଶୀତଳ ଷଷ୍ଠୀ, ରଥଯାତ୍ରା

ସୋନପୁର,୨୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଗ୍ରୀନ୍‌ ଜୋନ୍‌ରେ ରହିଛି ଏହି ଜିଲା। ତେବେ କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ଜିଲା ଦେବୋତ୍ତର କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଶୀତଳ ଷଷ୍ଠୀ ଓ ଜୁନ୍‌ ମାସରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ସମୟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରରେ ଚଳିତ ଯାତ୍ରା ରୀତିନୀତି ଅନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯିବ। ପରମ୍ପରା ଅନୁଯାୟୀ ଏହି ଯାତ୍ରା ପାଇଁ ଆବଶ୍ୟକ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ସମସ୍ତ ଦେବ ରୀତିନୀତି ସେବାୟତମାନଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଇ ସମ୍ପନ୍ନ କରାଯିବ। ସେବାୟତମାନେ ମାସ୍କ ପିନ୍ଧିବେ। ପରମ୍ପରା ଅନୁସାରେ ଶୀତଳ ଷଷ୍ଠୀ ଅବସରରେ ଜିଲା କୋଷାଗାରରୁ ପୂଜା ପାଇଁ ବାହାରୁଥିବା ୧୦୮ ଭରି ସ୍ବର୍ଣ୍ଣର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ଚଳିତ ବର୍ଷ ବାହାରି ଥନାପତିପଡା ସ୍ବମନ୍ଦିରକୁ ଯିବେ। ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ସର୍କିଟ୍‌ ହାଉସ ସମ୍ମୁଖରେ କମିଟି ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଜିଲା ଦେବୋତ୍ତର କମିଟି ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ୍‌ ଅରୁଣ କୁମାର ମଲ୍ଳିକ ଅଧ୍ୟକ୍ଷତା କରି ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଶୀତଳ ଷଷ୍ଠୀ ଯାତ୍ରା କେବଳ ରୀତିନୀତି ଅନୁଯାୟୀ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଏସ୍‌ପି ଦେବୀପ୍ରସାଦ ଦାଶ, ସବ୍‌ଜଜ୍‌ କମଳାକାନ୍ତ ନାୟକ, ଦେବୋତ୍ତର ଅଧିକାରୀ ତଥା ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ପ୍ରମୋଦ ମହାପାତ୍ର, ବୈକୁଣ୍ଠ ଶତପଥୀ, ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?