ରୀତିନୀତିରେ ପାଳନ ହେବ ଶୀତଳ ଷଷ୍ଠୀ, ରଥଯାତ୍ରା

ସୋନପୁର,୨୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଗ୍ରୀନ୍‌ ଜୋନ୍‌ରେ ରହିଛି ଏହି ଜିଲା। ତେବେ କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ଜିଲା ଦେବୋତ୍ତର କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଶୀତଳ ଷଷ୍ଠୀ ଓ ଜୁନ୍‌ ମାସରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ସମୟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରରେ ଚଳିତ ଯାତ୍ରା ରୀତିନୀତି ଅନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯିବ। ପରମ୍ପରା ଅନୁଯାୟୀ ଏହି ଯାତ୍ରା ପାଇଁ ଆବଶ୍ୟକ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ସମସ୍ତ ଦେବ ରୀତିନୀତି ସେବାୟତମାନଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଇ ସମ୍ପନ୍ନ କରାଯିବ। ସେବାୟତମାନେ ମାସ୍କ ପିନ୍ଧିବେ। ପରମ୍ପରା ଅନୁସାରେ ଶୀତଳ ଷଷ୍ଠୀ ଅବସରରେ ଜିଲା କୋଷାଗାରରୁ ପୂଜା ପାଇଁ ବାହାରୁଥିବା ୧୦୮ ଭରି ସ୍ବର୍ଣ୍ଣର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ଚଳିତ ବର୍ଷ ବାହାରି ଥନାପତିପଡା ସ୍ବମନ୍ଦିରକୁ ଯିବେ। ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ସର୍କିଟ୍‌ ହାଉସ ସମ୍ମୁଖରେ କମିଟି ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଜିଲା ଦେବୋତ୍ତର କମିଟି ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ୍‌ ଅରୁଣ କୁମାର ମଲ୍ଳିକ ଅଧ୍ୟକ୍ଷତା କରି ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଶୀତଳ ଷଷ୍ଠୀ ଯାତ୍ରା କେବଳ ରୀତିନୀତି ଅନୁଯାୟୀ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଏସ୍‌ପି ଦେବୀପ୍ରସାଦ ଦାଶ, ସବ୍‌ଜଜ୍‌ କମଳାକାନ୍ତ ନାୟକ, ଦେବୋତ୍ତର ଅଧିକାରୀ ତଥା ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ପ୍ରମୋଦ ମହାପାତ୍ର, ବୈକୁଣ୍ଠ ଶତପଥୀ, ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri