ଆମ ଜିଲା ଖବର

୧୯ରେ ମାଟ୍ରିକ ପରୀକ୍ଷା: ଚାପ ଯୋଗୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ, ୧୭ା୨: ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଚାପଗ୍ରସ୍ତ ହେଉଛନ୍ତି। ଏପରି କି କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। ଜିଲାରେ ୧୫…

ଜବରଦଖଲ ମୁକ୍ତ ହେଲା ଜଗନ୍ନାଥଙ୍କ ଜମି

ଅତାବିରା, ୧୬।୨ (ଡି.ଏନ.ଏ):ବରଗଡ଼ ଜିଲା ଭେଡେନ ବ୍ଲକ ଉଦେପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘବର୍ଷ ହେଲା ଜବରଦଖଲ କରି ରଖିଥିଲେ। ତେବେ ଗ୍ରାମବାସୀ ଏକାଠି ହୋଇ ରବିବାର ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି।…

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ

ବନ୍ତ,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକ ହେଲେ ସେହି ଅଞ୍ଚଳର ସଜୀବ ଦାସ।…

ବସ୍‌ ଓଲଟି ୩ ମୃତ ଘଟଣା: କ୍ଷତିପୂରଣ ଲାଗି ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକୋ

ନବରଙ୍ଗପୁର,୧୬ା୨(ବି.ପ୍ର.): ନବରଙ୍ଗପୁର-ପାପଡ଼ାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ତଥା ଡିୟରପାର୍କଠାରୁ କିଛି ଦୂରରେ ଏକ ଘରୋଇ ବସ୍‌ ଶନିବାର ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର…

ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ନେଇ ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ପଞ୍ଚାୟତ…

ଚୋରି ପର୍ଦ୍ଦାଫାଶ: ୪ ଗିରଫ, ଟଙ୍କା,ଅଳଙ୍କାର ଜବତ

କେସିଙ୍ଗା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ୯ ନମ୍ବର ୱାର୍ଡର ମଧୁ ଠାକୁରଙ୍କ ଘରେ ଶୁକ୍ରବାର ରାତିରେ ଚୋରି ହୋଇଥିଲା। ଏ ନେଇ ଶନିବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର…

ଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସର

କେନ୍ଦୁଝର,୧୬।୨: କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ଧୂଳିଆସାହି ଆଦିବାସୀ ସମ୍ପ୍ରଦାୟ ଲୋକେ ରବିବାର ନିଆରା ଢଙ୍ଗରେ ମାଘେ ପର୍ବ ପାଳନ କରିଛନ୍ତି। ଆଦିବାସୀ ଲୋକମାନେ କୁଲାରେ ଫୁଲ ଓ ଶାଳ ଗଛର ପତ୍ର ରଖି…

କଳାହାଣ୍ଡିର ୪ ଚାଇନା ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର: ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା,୧୬।୨(ଡି.ଏନ୍‌.ଏ.): ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍‌ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ…

ବଣାଇଁରେ ଚାଞ୍ଚଲ୍ୟ: ବଡଭାଇ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲା ସାନଭାଇ

ବଣାଇଁ,୧୬।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ଉଧାରକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇ ସମେତ ତାଙ୍କ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ…

ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା

ଅତାବିରା,୧୬।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି କବ୍‌ଜା କରିଥିଲେ। ଗ୍ରାମବାସୀ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିକୁ…

ବିଧାୟକ ପ୍ରତିନିଧିଙ୍କ ଭାଇଙ୍କୁ ଅପହରଣ: ବ୍ୟବହୃତ ଗାଡି ଜବତ

ବାସୁଦେବପୁର,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶଙ୍କ ବଡ଼ ଭାଇ ଅଶୋକ କୁମାରଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଖବରପାଇ ପୋଲିସ ତନାଘନା ଆରମ୍ଭ କରିବା ପରେ ସୋର ପୋଲିସ ସହାୟତାରେ…

ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମହାକାଳପଡ଼ା,୧୬।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିପିନ ସାହୁଙ୍କ ସ୍ତ୍ରୀ ଊର୍ମିଳା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri