ଆମ ଜିଲା ଖବର

ମଦ ଭାଟିରେ ଚଢ଼ାଉ

ରାଇରଙ୍ଗପୁର,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ନିକଟବର୍ତ୍ତି ତେଣ୍ଟପୋଷି ଗ୍ରାମର ଏକ ନାଳ ପାର୍ଶ୍ୱରେ ଚାଲିଥିବା ବେଆଇନ ମଦ ରନ୍ଧା ଭାଟି ଉପରେ ପୋଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ…

ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ସହରର ୨୦…

ଜୀବନବିନ୍ଦୁରେ ୪୨ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯୁବନେତା…

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ କେନ୍ଦୁଝର ଜିଲାପାଳଙ୍କୁ ଜଣାଇଛନ୍ତି। ଘରକୁ ଆସିବାକୁ ସେମାନେ ନାମ ପଞ୍ଜୀକରଣ ମଧ୍ୟ…

ସ’ ମିଲ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ, ୩।୫-ବାଲେଶ୍ୱର ଜିଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା ବଟେଶ୍ୱର ସ’ ମିଲ୍‌ରେ ରବିବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଜିଲା ଅଗ୍ନିଶମ ବାହିନୀର ୩ଟି ଗାଡ଼ି ପହଞ୍ଚତ୍ ନିଆଁକୁ…

କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ କୋଟା ସହରରେ…

କୁକୁର ଭୟରେ ପୋଖରୀକୁ ଡେଇଁ ହରିଣର ପ୍ରାଣ ଗଲା

ଖଇରା, ୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଚାନ୍ଦଗୋଛି ଗ୍ରାମରେ ଥିବା ପୋଖରୀକୁ ଏକ ହରିଣ ଡେଇଁପଡିବାରୁ ତାର ମୃତ୍ୟୁ ଘଟିଛି। ରେଞ୍ଜର ବବିତା ସୋରେନଙ୍କ ନିର୍ଦ୍ଦେଶକ୍ରମେ ଔପଦା ଫରେଷ୍ଟର ସୁମତୀ ଦାସ, ଗାର୍ଡ ଭାରତୀ ସିଂ ପ୍ରମୁଖ…

ବୁଗୁଡ଼ାରେ ପହଞ୍ଚିଲେ ୩୫୦ରୁ ଊର୍ଦ୍ଧ୍ୱ ସୁରଟ ଫେରନ୍ତା

ବୁଗୁଡ଼ା,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରବିବାର ୩୫୦ରୁ ଅଧିକ ସୁରଟ ଫେରନ୍ତା ପହଞ୍ଚିବା ଜଣାପଡ଼ିଛି। ସେମାନେ ଶନିବାର ରାତିରେ ୭ଟି ବସ୍‌ରେ ବାହାରିଥିଲେ। ପ୍ରଥମେ ବୁଗୁଡ଼ାରେ ପହଞ୍ଚିବା ପରେ ଗୋଟିଏ ବସ୍‌ର ୫୪ ପ୍ରବାସୀ…

୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ…

କଳାମାଟିଆ ପଞ୍ଚାୟତରେ ଘରଘର ବୁଲି ରକ୍ତ ନମୁନା ସଂଗ୍ରହ କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ଦମକଳ ବାହିନୀ ପକ୍ଷରୁ ଏହି ପଞ୍ଚାୟତର ବିଭିନ୍ନ ଜନବହୁଳ ସ୍ଥାନକୁ ସାନିଟାଇଜେସନ କରାଯାଇଥିଲା।…

ହାଟଡିହୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମ ସିଲ୍‌ କଲା ପ୍ରଶାସନ

ହାଟଡିହୀ,୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ ସିଲ୍‌ କରାଯାଇଛି। ଏଠାରୁ ଚିହ୍ନଟ ହୋଇଥିବା ୩୦ ବର୍ଷୀୟ ଯୁବକ ଜଣକ କୋଲକାତାରୁ ଫେରି…

ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା

ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା ପାହାଡ ତଳେ ଥିବା ମିରିଗେଇ ଜଙ୍ଗଲକୁ ସକାଳେ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?