ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ
ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ଲାଗି କୌଣସି ବ୍ୟବସ୍ଥା କରା ନ ଯିବାରୁ…
କୋଭିଡ୍ ହସ୍ପିଟାଲ ନର୍ସଙ୍କ ସ୍ବାବ ପରୀକ୍ଷା ଦାବିରେ ବିକ୍ଷୋଭ
ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା କୁରୁଡ଼ାସ୍ଥିତ କୋଭିଡ୍-୧୯ ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କର ସ୍ବାବ ପରୀକ୍ଷା ନିମନ୍ତେ ଦାବି କରାଯାଇଛି। ଶୁକ୍ରବାର ହସ୍ପିଟାଲ ସମ୍ମୁଖରେ ନର୍ସମାନେ ୨ଘଣ୍ଟା କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛିଦିନ ପୂର୍ବରୁ ଉକ୍ତ ହସ୍ପିଟାଲରେ କାର୍ଯ୍ୟ…
କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ
ଚୌଦ୍ୱାର,୨୯ା୫(ଡି.ଏନ୍.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି। କେନ୍ଦ୍ରରେ ଥିବା ୪୧ ଜଣ ପ୍ରବାସୀ ତାଙ୍କୁ ଅନୁସରଣ…
ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮: ବଢୁଛି ଆରୋଗ୍ୟ ହାର
ବ୍ରହ୍ମପୁର ଅଫିସ,୨୯ା୫-ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ଜିଲାରେ ୪ ନୂତନ ସଂକ୍ରମିତଙ୍କୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଜିଲାରେ ସମୁଦାୟ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହାଇଥିବା ବେଳେ…
ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ
କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ ଖାଦ୍ୟ ପ୍ୟାକେଟ ପ୍ରଦାନ କରୁଛନ୍ତି। ଯେଉଁଥିରେ ରହିଛି ଏକ ନାମୀଦାମୀ ହୋଟେଲର ଫାଷ୍ଟଫୁଡ। ଏହି…
‘ସୁଗମ ଯୋଜନା’: ୧୫ ଦିନରେ ୪୭୪୮ ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିଲାଣି ଗଞ୍ଜାମ ପ୍ରଶାସନ, ୧୭ ହଜାରଙ୍କୁ ଖାଦ୍ୟ ପ୍ୟାକେଟ୍
ଛତ୍ରପୁର, ୨୯।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜ଼ିଲା ଓ ଏହି ଜିଲାର ବିଭିନ୍ନ ଅଞ୍ଚଳଞ୍କୁ ସୁଗମ ଯୋଜନାରେ ପ୍ରଶାସନ ପକ୍ଷରୁ ଗାଡ଼ିଯୋଗେ ପଠାଯାଉଛି। ଏଥିସହ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ବଣ୍ଟନ କରାଯାଉଛି।…
କ୍ୱାରାଣ୍ଟାଇନରେ ୧୪ ଦିନ ପୂରଣ କରିଥିବା ପ୍ରବାସୀଙ୍କୁ ଟଙ୍କା ବାଣ୍ଟିଲେ ଗଞ୍ଜାମ ଜିଲାପାଳ
ଶେରଗଡ଼,୨୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକକୁ ପରିଦର୍ଶନରେ ଯାଇ ଖମାର କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ରରେଥେିବା ପ୍ରବାସୀଙ୍କର ଶୁକ୍ରବାର ୧୪ଦିନ ପୂରଣ ହେଉଥିବାରୁ ଜିଲାପାଲ ସେମାନଙ୍କୁ ୧୦୦୦ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ…
ଲକ୍ଡାଉନ୍ ନିୟମ ନ ମାନି ଅମାନିଆ ଗଣିଲେ ୮୦୦୦ ଜରିମାନା
ବୁଗୁଡ଼ା,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ନିୟମ ମାନି ଚଳିବାକୁ ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁନାହାନ୍ତି। ତେଣୁ ଶୁକ୍ରବାର ସ୍ଥାନୀୟ ମଦନମୋହନ ଛକ ନିକଟରେ…
ଛତ୍ରପୁରରେ ମାନବ ଶୃଙ୍ଖଳ ରକ୍ଷା କରି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ
ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଶନିବାର ସନ୍ଧ୍ୟା ୫.୩୦ରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା ୫.୩୦ରେ…
ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା: ଗୋଟିଏ ଦିନ ପରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ
ଛତ୍ରପୁର, ୨୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁରେ ଶିବପାର୍ବତୀଙ୍କ ବିବାହର ଏକ ଭିନ୍ନ ପରମ୍ପରା ରହିଛି। ଏଠାରେ ନିର୍ଦ୍ଧାରିତ ଦିନକ ପରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ତେଣୁ ସବୁଆଡେ ଗୁରୁବାର ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ…
ଗଞ୍ଜାମରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮, ସୁସ୍ଥ ହେଲେଣି ୩୦୨
ବ୍ରହ୍ମପୁର ଅଫିସ,୨୯।୫: ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଜିଲାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ସେହିପରି…
କୋଇଲା ବୋଝେଇ ଗାଡ଼ି ଜବତ: ଚାଳକ ଫେରାର
ପଦ୍ମପୁର, ୨୯।୫(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକ ନିଦିହି ପୋଲିସ ଶୁକ୍ରବାର ଏକ ଚୋରା କୋଇଲା ବୋଝେଇ ପିକ୍ଅପ ଗାଡ଼ି ଜବତ କରିଛି। ଗାଡିଟି କୋର ବାଟିଆରୁ ବିରସ ଅଭିମୁଖେ ଯାଉଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

