ଆମ ଜିଲା ଖବର

ବାଟବଣା ବୃତ୍ତିହରା ବୁଣାକାର

ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲିଯାଇଛି। ତନ୍ତ କେବେ ବନ୍ଦ ହେବାର ଜାଣିନୁ। ହେଲେ କରୋନା ଆସିବା…

ନୋ ପାର୍କିଂକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୨୯ା୫ – ଅନୁଗୋଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗୁରୁବାର ନୋ ପାର୍କିଂ ବୋର୍ଡ ଲଗାଯାଇଛି। ଫଳରେ ଏଠାରେ ଗାଡ଼ି ପାର୍କିଂ କରୁଥିବା ସରକାରୀ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଅଡ଼ୁଆରେ ପଡ଼ିଛନ୍ତି।…

ବାଲିଗୁଡା ଏନ୍‌ଏସି: ୪ଦିନ ହେଲା ଜଳଯୋଗାଣ ବନ୍ଦ

ବାଲିଗୁଡ଼ା,୨୯ା୫(ଡି.ଏନ୍‌.ଏ.)- ଦୀର୍ଘ ସପ୍ତାହେ ହେଲାଣି ଲୋ ଭୋଲଟେଜ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଅଞ୍ଚଳବାସୀ। ଦିନକୁ ଦିନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋ ଭୋଲଟେଜ ଯୋଗୁ ସହରରେ ଜଳ ଯୋଗାଣ ମଧ୍ୟ ହୋଇପାରୁନାହିଁ। ଦୀର୍ଘ ଚାରିଦିନ…

ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ଗୋଟିଏ ବସ୍‌

ବ୍ରହ୍ମପୁର ଅଫିସ, ୨୯ା୫- ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ବି ଗୁରୁବାର ବ୍ରହ୍ମପୁରରୁ ସ୍ବାଭାବିକ ହୋଇପାରିନି ବସ୍‌ ଚଳଚଳ। ସେବା ସ୍ବାଭାବିକ କରିବାକୁ ନେଇ ସରକାରଙ୍କ ଅନୁମତି ପରେ ଗୁରୁବାର ସକାଳୁ କିଛି ବସ୍‌…

ପ୍ରବାସୀଙ୍କୁ ଋଣ ଯୋଗାଇଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୫(ଡି.ଏନ.ଏ)- ଗଞ୍ଜାମ ଜିଲାକୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ରୋଜଗାର ବାଟ ମିଳିଲେ ଏମାନେ ଆଉ ଅନ୍ୟ ରାଜ୍ୟକୁ ଯିବେନି। ତେଣୁ ଚାଷଠାରୁ ଆରମ୍ଭ କରି କ୍ଷୁଦ୍ରଶିଳ୍ପ ଆଦି କ୍ଷେତ୍ରରେ ଋଣ ଦେବାକୁ ପଡିବ। ଗୁରୁବାର ଗଞ୍ଜାମ ଜିଲା ବ୍ୟାଙ୍କ…

ଚୋରି ପିକ୍‌ଅପ ଭ୍ୟାନ୍‌ ଉଦ୍ଧାର, ୪ ଗିରଫ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି। କେନ୍ଦୁଝର ଜିଲା ଯୋଡା ପୋଲିସ ଗୁରୁବାର ଚୋରି ହୋଇଥିବା ଏକ ପିକଅପ୍‌ ଭ୍ୟାନକୁ ଉଦ୍ଧାର…

ରାସ୍ତା, କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ ଉପଜିଲାପାଳ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟାରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର ସମୀକ୍ଷା କରିଛନ୍ତି। ଉପଜିଲାପାଳ ପ୍ରତାପ ପ୍ରିତୀମୟ ପ୍ରଥମେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ…

ଫଳ ବେପାରୀଙ୍କ କବ୍‌ଜାରେ ରାମରାମ ଗଳି

କେନ୍ଦୁଝର, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହରରେ ଅବୈଧ କବ୍‌ଜା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଟ୍ରାଫିକ ସମସ୍ୟା ଲାଗି ରହିଛି। ପୌରପାଳିକା ଅଧୀନ ଥିବା ବିଭିନ୍ନ ଗଳିକନ୍ଦି ଏପରିକି ଜାତୀୟ ରାଜପଥ କଡ଼ଗୁଡିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି କବଜା କରିଥିବାରୁ ସାଧାରଣରେ ଯିବା ଆସିବା…

ସାମାଜିକ ଦୂରତ୍ୱ, ମାସ୍କକୁ ପୋଲିସର ଗୁରୁତ୍ୱ

କେନ୍ଦୁଝର, ୨୯ା୫ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲଢେଇକୁ କଠୋର କରିବା ଲାଗି ଲକ୍‌ ଡାଉନର ପ୍ରଥମ ପର୍ଯ୍ୟାୟରେ ପୋଲିସ ହାତରେ ଧରିଥିଲା ଲାଠି। ଠିକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍‌ଡାଉନ୍‌କୁ ସଫଳ କରିଥିଲା। ତେବେ ଲକ୍‌ଡାଉନ ପର୍ଯ୍ୟାୟକ୍ରମେ କୋହଳ ହୋଇ ଚାଲିଥିବାରୁ…

ପୋଖରୀରେ ବୁଡ଼ି ନାବାଳିକାଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୯ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ଇଚିଣ୍ଡା ବସ୍ତୀର ଜଣେ ନାବାଳିକା ଗୁରୁବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବଜରଙ୍ଗ ବେହେରାଙ୍କ ଝିଅ ବେବିନା(୧୦)। ସେ ତିଳୋପୋଷିସ୍ଥିତ ତାଙ୍କ ମାମୁ ଘର ଗାଁ ପୋଖରୀକୁ ଅନ୍ୟ ସାଙ୍ଗମାନଙ୍କ ସହ…

ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ଗଲା

ଖଇରା, ୨୯ା୫(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଭାସ୍କରପୁର ଗ୍ରାମର ଜନ୍ମେଜୟ ପୁରୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେ ମଙ୍ଗଳବାର ବାଇକରେ ଶ୍ବଶୁର ଘର ଭଦ୍ରକ ଘଣ୍ଟେଶ୍ୱରରୁ ଫେରୁଥିବା ବେଳେ ରାଣୀତାଲ ଛକ ନିକଟରେ ଏକ ଟ୍ରକ…

ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା

ବୋରିଗୁମ୍ମା,୨୮ା୫(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ କାଠରଗଡ଼ା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ପ୍ରସବ କରିଛନ୍ତି। ବୁଧବାର ସାରେ ସେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶରୁ ଫେରି ୧୨ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?