ଆମ ଜିଲା ଖବର

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର ପଶ୍ଚିମପଡା ଅଞ୍ଚଳର ଆୟର ମହମ୍ମଦ(୫୨)। ସେ ସାନଭାଇ ସେକ୍‌ ଆଲିଙ୍ଗିରଙ୍କ ସହ ପଶ୍ଚିମବଙ୍ଗକୁ ଫେରୁଥିଲେ।…

ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୯।୫: ଆସନ୍ତା ଜୁନ୍‌ ୫ ତାରିଖରେ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ଚଳିତ ଥର ମହାମାରୀ କରୋନାର ବିଭିଷିକା ମଧ୍ୟରେ କିଭଳି ଦାରୁବିଗ୍ରହଙ୍କ ନୀତିକାନ୍ତିଙ୍କୁ ଶୃଙ୍ଖଳିତ…

କ୍ୱାରାଣ୍ଟାଇନ ସେଣ୍ଟରରୁ ସୁରଟ ଫେରନ୍ତାଙ୍କ ୩୦ ହଜାର ଚୋରି: ଛତ୍ରପୁର ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଭିକାରୀପଲି ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଗୁରୁବାର ରାତିରେ ଜଣେ ଅନ୍ତେବାସୀଙ୍କ ବ୍ୟାଗ ଚୋରି ହୋଇଛି। ଚୋରିର ଶିକାର ବ୍ୟକ୍ତିଜଣଙ୍କ ହେଲେ ଛତ୍ରପୁର ବ୍ଲକ ନୂଆପଲ୍ଲୀ ଗାଁର ଝଡ଼ିଆ…

ଜଙ୍ଗଲରୁ କାଜୁ ସଂଗ୍ରହ ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଖୋର୍ଦ୍ଧା ଅଫିସ,୨୯ା୫: ହାତୀ ଆକ୍ରମଣରେ ଶୁକ୍ରବାର ପୁଣି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଇପଦର ଗ୍ରାମର ରବିନ୍ଦ୍ର କୁମାର ଜେନା କାଜୁ ଜଙ୍ଗଲରେ କାଜୁ ସଂଗ୍ରହ…

ପୁରୀରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ୮୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ପୁରୀ ଅଫିସ,୨୯।୫: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଆକ୍ଟିଭ୍‌ କେସ୍‌ ରହିଛି।…

ପାଇକା ନଦୀପଠାରୁ ୪ ମଣିଷ ଖପୁରୀ ଜବତ: ତନ୍ତ୍ର ସାଧନା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

ତିର୍ତ୍ତୋଲ,୨୯ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ପାଇକା ନଦୀପଠାରେ କୃଷ୍ଣାନନ୍ଦପୁର ଫାଣ୍ଡିର ଅନତି ଦୂରରୁ ପୋଲିସ ୪ଟି ମଣିଷ ଖପୁରୀ ଜବତ କରିଛି। ଏଥି ସହ ସିନ୍ଦୁର ଲଗାଥିବା କଳସ ଓ ପଇଡ଼ ସେଠାରୁ ପୋଲିସ ପାଇଛି। ଏହାକୁ ନେଇ…

ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୯।୫: ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ ମଣୋହି,…

ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ: ଉତ୍ତର ଦ୍ୱାର ପାର୍ଶ୍ୱ ଲକ୍ଷ୍ମୀବଜାର ଉଚ୍ଛେଦ

ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଶ୍ରୀମନ୍ଦିର ଉତ୍ତର ଦ୍ବାରପଟେ ଥିବା ଲକ୍ଷ୍ମୀବଜାରରେ ଉଚ୍ଛେଦ…

ଏସିରୁ ଲାଗିଲା ନିଆଁ: ଶ୍ୱାସରୁଦ୍ଧ ହୋଇ ବିଜେଡି ନେତାଙ୍କ ସହ ଚାଲିଗଲା ଆଉ ଦୁଇ ଜୀବନ

ବ୍ରହ୍ମପୁର ଅଫିସ,୨୯ା୫: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ୩ ଜଣଙ୍କ ଜୀବନ ଚାଲିଯାଇଛି। ଘରେ ଲାଗିଥିବା ଏସିରେ ନିଆଁ ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଏପରି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରହ୍ମପୁର…

ମୂଷା ଖାଇଦେଲା ରବର ଷ୍ଟାମ୍ପ, ବିନା ମୋହରରେ ଦିଆଯାଉଛି ରସିଦ

ଭବାନୀପାଟଣା/କେଗାଁ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସିଡିପିଓ କାର୍ଯ୍ୟାଳୟରେ ବିନା ମୋହର(ରବର ଷ୍ଟାମ୍ପ)ରେ ରସିଦ ଦିଆଯାଉଛି। ରବର ଷ୍ଟାମ୍ପକୁ ମୂଷା ଖାଇ ଦେଇଥିବାରୁ ଏପରି କରାଯାଉଥିବା ଦାୟିତ୍ୱରେ ଥିବା ଅଧିକାରୀ କହୁଥିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ…

କରୋନା ଆକ୍ରାନ୍ତଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ, କୋଭିଡ଼ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼,୨୯ା୫(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। କିନ୍ତୁ ଦେବଗଡ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ…

ତାଲା ପକାଇ ବେପାର

ଢେଙ୍କାନାଳ ଅଫିସ, ୨୯।୫ – ଢେଙ୍କାନାଳ ଜିଲାରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ମଦ କାରବାର ଚାଲିଛି। ଦୋକାନ ଆଗପଟେ ଶଟର ପକାଇ ପଛପଟେ ବେପାର କରୁଛନ୍ତି ବ୍ୟବସାୟୀ। ଅନ୍‌ଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ୍‌ରେ ଏପରି କାରବାର ଚଳାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?