ଥାନା ଭିତରେ ନାବାଳିକାଙ୍କୁ ବଳାତ୍କାର ପରେ ଗର୍ଭପାତ ଘଟଣା: ଥାନା ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼, ୨୬।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ରଖି ଜଣେ ନାବାଳିକାଙ୍କୁ କ୍ରମାଗତ ବଳାତ୍କାର କରିବା ଏବଂ ସମ୍ପୃକ୍ତ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ୨୫ରେ ମେଳା ଦେଖିବାକୁ ସମ୍ପୃକ୍ତ ନାବାଳିକା ବୀରମିତ୍ରପୁର ଯାଇଥିଲେ। ହେଲେ କରୋନା କଟକଣା ପାଇଁ ମେଳା ବନ୍ଦ ହୋଇଯାଇଥିଲା। ନାବାଳିକା ଜଣଙ୍କ କୌଣସସି କାରଣରୁ ଆଉ ଗାଁକୁ ଫେରି ପାରି ନ ଥିଲେ। ପାଟ୍ରୋଲିଂରେ ଥିବା ପୋଲିସ ଥାନାକୁ ଆଣି ଅଟକ ରଖିଥିଲେ। ପରେ ଥାନାବାକୁ ଝିଅଟିକୁ ଉପରେ ମହଲାରେ ନେଇ ରଖିଥିଲେ। ସେଦିନ ଥାନା ଅଧିକାରୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପରଦିନ ଝିଯକୁ ତାଙ୍କ ଘରକୁ ନେଇ ଛାଡିଦିଆଯାଇଥିଲା। ଏହାପରେ ୩ ମାସ କାଳ ନିୟମିତ ସମ୍ପୃକ୍ତ ନାବାଳିକାଙ୍କୁ ଥାନାକୁ ଡକା ଯାଉଥିଲା। ତାଙ୍କୁ ଥାନାର ଉପର ମହଲାରେ ରହିବାକୁ ଦିଆଯାଉଥିଲା। ଥାନା ବାକୁ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ଝିଅଟି ନିଜର ଶାରୀରିକ ଅସୁସ୍ଥତା ନେଇ ବୀରମିତ୍ରପୁର ଡାକ୍ତରଖାନାକୁ ଯାଇଥିଲେ। ଏକଥା ଜଣାପଡ଼ିବା ପରେ ତରବରିଆଭାବେ ଥାନା ବାବୁ ଭୟଭୀତ ହୋଇ ତରବରିଆଭାବେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ୬ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣା: ୨୯ ମହିଳା, ପୁରୁଷ ଗଲେ ଜେଲ; ଗିରଫ ଭୟରେ ଗୋପପୁର ଗ୍ରାମ ପୁରୁଷଶୂନ୍ୟ

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ଦାନ୍ତ ଭାଙ୍ଗି ୬ ଜଣ ବ୍ୟକ୍ତିଙ୍କୁ ଅଖାଦ୍ୟ ଖୁଆଇ...

ଅନଶନରେ ପାଣିପମ୍ପ ଡ୍ରାଇଭର

ସିମୁଳିଆ, ୨୦।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ।...

ସର୍ଭେ କରିବାକୁ ଯାଇ ନଦୀରେ ନିଖୋଜ ଘଟଣା: ଛତିଶଗଡ଼ରୁ ମିଳିଲା ସୌଭାଗ୍ୟଙ୍କ ମୃତଦେହ

ବେଗୁନିଆପଡା,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଅନ୍ତର୍ଗତ ବଡଖଇରଖମା ଗ୍ରାମର ସୌଭାଗ୍ୟ କୁମାର ମହାରଣା ଗତ ୧୭ତାରିଖରେ ମାଲକାନଗିରି ଜିଲା ମାଥିଲି ଥାନା...

ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...

ବିଦା ହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଦୁର୍ନୀତି ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ...

ବିଜୟଧାରା ବଦଳାଇପାରେ ଶ୍ରମିକ ଅଶାନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, ୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନ। ଏଠାରେ ୨୦୧୯ରେ...

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି...

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ...

Advertisement
Archives

Model This Week