ଆମ୍ବପିଛୁଳା-ସୁଡ଼ସୁଡ଼ିଆ ବାଲିଘାଟରେ ୧୪୪ ଧାରା ଜାରି

କପ୍ତିପଦା,୨୭ା୬(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ବଡ଼ଖଲାଡ଼ି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ଖଲାଡ଼ି ମୌଜାର ଆମ୍ବପିଛୁଳା ଶୁଣ୍ଢଳ ବାଲିଘାଟରେ ଚୋରା ବାଲି ଚାଲାଣକୁ ରୋକିବା ପାଇଁ କପ୍ତିପଦା ଉପ ଜିଲାପାଳ ଭଗବାନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଜାରି କରାଯାଇଛି। ଖାତା ନଂ. ୨୮୭, ପ୍ଲଟ୍‌ ନଂ.୧୨୮୬ ସୋନ ନଦୀରେ ଥିବା ୬.୪୭୮୭ ହେକ୍ଟର ସ୍ଥାନରୁ ବେଆଇନ୍‌ ବାଲି ଚାଲାଣ ଚାଲିଥିବା ଅଭିଯୋଗ ହୋଇଥିଲା। ଏହାକୁ ରୋକିବା ପାଇଁ ଗୁରୁବାର ଡାକବାଜି ଯନ୍ତ୍ର ମାଧ୍ୟମରେ ଉକ୍ତ ସ୍ଥାନରୁ ବାଲିଚାଲାଣ ନ କରିବାକୁ ପ୍ରଚାର କରାଯାଇଥିଲା। ବେଆଇନ ଭାବରେ ଉକ୍ତ ସ୍ଥାନରେ ବାଲି ଚାଲାଣ କରାଗଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ନିଲାମ ନ ହେବା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ତହସିଲ ସୂତ୍ରରୁ ପ୍ରକାଶ। ତହସିଲଦାର ରାଧାରଞ୍ଜନ ଦାସ, ଅତିରିକ୍ତ ତହସିଲଦାର ଲକ୍ଷ୍ମୀଧର ନାୟକ, କପ୍ତିପଦା ଥାନା ଏଏସ୍‌୍ଆଇ ବି.କେ. ସାହାଣୀ, ରେକର୍ଡ଼ କିପର ଅତନୁ ଦେବଦର୍ଶନ ବେହେରା, ବଡ଼ଖଲାଡ଼ି ଆର୍‌.ଆଇ. ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି, ଆଉ ତା’ପରେ…

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି। ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ। ସୋମବାର ନବରଙ୍ଗପୁର-କୋଷାଗୁମୁଡା ରାସ୍ତାରେ ଥିବା ଡଲଫିନ ରିସର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି।…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ଡେପୁଟେଶନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଇଓଙ୍କୁ ଦାବି

ଗଞ୍ଜାମ, ୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ନାୟକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ…

ଭୁଶୁଡ଼ିଲା ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପାଚେରୀ, ଅଳ୍ପକେ….

ପିପିଲି, ୬।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଘଟଣାରେ କୌଣସି ଜୀବନହାନି ଘଟି ନ ଥିବା ବେଳେ ଅଳ୍ପକେ କିଛି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri