ଆମ ଜିଲା ଖବର

ଡିଆଇଜିଙ୍କ ଆସିକା ଥାନା ପରିଦର୍ଶନ

ଆସିକା,୮ା୬(ଡି.ଏନ୍‌.ଏ.)-ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ସୋମବାର ଆସିକା ଥାନା ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ ା ଗତ ଏକ ବର୍ଷ ମଧ୍ୟରେ ଆସିକା ଥାନା ୱାରେଣ୍ଟି ଧରପଗଡ, ଜୁଆଆଡ୍ଡା ଚଢ଼ାଉ, ଚୋରାମଦ, ବିସ୍ଫୋରକ ସାମଗ୍ରୀ ଓ ବେଆଇନ ଆତସବାଜୀ ଜବତ…

ମହିଳା ସଂଘ ପକ୍ଷରୁ ସରପଞ୍ଚଙ୍କୁ ‘ସଂଗ୍ରାମୀ ସମ୍ମାନ’

ଖଇରା, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ପଞ୍ଚାୟତର ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଖଇରା ପଞ୍ଚାୟତସ୍ତରୀୟ ମହାସଂଘ ସଞ୍ଚୟିକା ତରଫରୁ ସୋମବାର ଅପରାହ୍ନରେ ଖଇରା ପଞ୍ଚାୟତ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂଘର ଏମ୍‌ବିକେ (ମାଷ୍ଟର ବୁକ୍‌…

ନଦୀରେ ବୁଡି ଗଲେ ଯବାନ: ୫ କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

ରତ୍ନଗିରି,୮।୬(ଡି.ଏନ.ଏ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରୀ ବ୍ଲକ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ବିକାଶ ପଣ୍ଡା। ଘଟଣାରୁ ଜଣାପଡ଼ିଛି, ସକାଳେ ବିକାଶ ନଦୀକୁ…

ସମ୍ବଲପୁର ଷ୍ଟେଶନରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ

ସମ୍ବଲପୁର,୮ା୬(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସମ୍ବଲପୁର ଷ୍ଟେଶନରୁ ବନ୍ଦ ପଡିଥିବା ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ସମ୍ବଲପୁର-ପୁରୀ ଇଣ୍ଟରସିଟି ଯାହା ପରିବର୍ତ୍ତନ ହୋଇ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ସମ୍ବଲପୁର ଷ୍ଟେଶନରୁ ୮୨…

ତଲାବିରା ଖଣି ବିବାଦ: ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ

ସମ୍ବଲପୁର,୮ା୬(ବ୍ୟୁରୋ): ସମ୍ବଲପୁର ରେଙ୍ଗାଲି ତଲାବିରା କୋଇଲାଖଣି ୧ ଓ ୨ରେ ଲାଗି ରହିଥିବା ବିବାଦର ସମାଧାନର ବାଟ ଫିଟୁନାହିଁ । କମ୍ପାନୀ କୋଇଲା ଉତ୍ତୋଳନ କାମ ଆରମ୍ଭ କରିଥିବା ବେଳେ ବିସ୍ଥାପିତ ଓ ଅଞ୍ଚଳବାସୀ ଏହାକୁ ବିରୋଧ ଜାରି ରଖିଛନ୍ତି। ଏହି…

କରୋନା ମୁକାବିଲାରେ ପ୍ରଶାସନ ବିଫଳ: କଂଗ୍ରେସ

ବାସୁଦେବପୁର,୮ା୬(ଡି.ଏନ୍‌.ଏ.)- ବାସୁଦେବପୁର ନଗର କଂଗ୍ରେସ ପକ୍ଷରୁ ଉଚ୍ଚଡିହା ଗ୍ରାମଠାରେ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ପୂର୍ଣ୍ଣମାତ୍ରାରେ ବିଫଳ ହୋଇଥିବା ସହିତ ବିଭିନ୍ନ ସମସ୍ୟା ବାବଦରେ ଅଭିଯୋଗ ଉଠାଇଛି। ବିଶେଷ କରି ସଙ୍ଗରୋଧ କେନ୍ଦ୍ରରେ…

ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ

ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ କରୋନା ପାଇଁ ଲକଡାଉନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର…

ବାର୍‌ ଉପରେ ପୋଲିସ୍‌ର ଚଢ଼ାଉ, ମାଲିକ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରରେ ଥିବା ଶାନ୍ତି ବାର୍‌ ଉପରେ ସୋମବାର ପୋଲିସ୍‌ ଅଚାନକ ଚଢ଼ାଉ କରିଥିଲା। ବେଆଇନ ଭାବେ ଖୋଲା ମଦ ବିକ୍ରି ସହ ଲକ୍‌ଡାଉନ ନିୟମକୁ ଅବମାନନା ଅଭିଯୋଗରେ ବାର୍‌ର ମାଲିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ…

୩ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ଦେଲେ

ଭଦ୍ରକ ଅଫିସ, ୮ା୬- ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୩ ଦଫା ଦାବି ପୂରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦିଆଯାଇଥିଲା। ମୁଖ୍ୟତଃ ୨୦୨୦ ଖରିଫ ଧାନକିଣାରେ ସରକାରୀ ମଣ୍ଡିରେ ଚାଷୀ ଧାନ ବିକ୍ରି କରିଥିଲେ ମଧ୍ୟ ଏଯାବତ…

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର,୮। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ହୁଡି ନିକଟ ଝରଣା କୂଳରେ ବଜ୍ରପାତରେ ଦିଲୀପ ଚକ୍ର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ। ସୋମବାର ଅପରାହ୍ନରେ କାଠକଟା ଅଞ୍ଚଳ ବୁଲିବାକୁ…

ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ୁଛି। ତେଣୁ ବିଭିନ୍ନ ଜିଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା…

ପ୍ରତିରକ୍ଷା ବିଭାଗର ୨ ଯବାନ କରୋନା ସଂକ୍ରମିତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଏକ୍ସଇ ବନ୍ଦ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) ମିଲଟାରୀ ୱିଙ୍ଗ୍‌ସର ୨ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସୋମବାରଠାରୁ ପିଏକ୍ସଇକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?