ଆମ ଜିଲା ଖବର

କାଳବୈଶାଖୀ :୨ ପଞ୍ଚାୟତରେ ଶତାଧିକ ଘର କ୍ଷତିଗ୍ରସ୍ତ

ବୈପାରୀଗୁଡା,୪ା୬(ଡି.ଏନ୍‌.ଏ)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକରେ ବୁଧବାର କାଳବୈଶାଖୀ ଶତାଧିକ ଲୋକଙ୍କୁ କ୍ଷତିଗ୍ରସ୍ତ କରିଛି। ବ୍ଲକ ଅନ୍ତର୍ଗତ ମାଠପଡା ଓ ବାଲିଗାଁ ପଞ୍ଚାୟତରେ କାଳବୈଶାଖୀ ଯୋଗୁ ଶତାଧିକ ଲୋକଙ୍କ ଘର ଭାଙ୍ଗଥିବା ବେଳେ ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।…

ପଙ୍ଗପାଳ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ: ଆଗୁଆ ପ୍ରସ୍ତୁତ ରହିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧ,୪ା୬ (ସ୍ବ.ପ୍ର.)-ଦେଶରେ ବର୍ତ୍ତମାନ ପଙ୍ଗପାଳ ଆକ୍ରମଣ ଯୋଗୁ ବହୁ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମହଲରେ ଭାଳେଣି ପଡିଯାଇଛି ା ଏହି ପରିପ୍ରେକ୍ଷୀରେ ବୌଦ୍ଧ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଏକ…

କରୋନା କଟକଣା: ବୌଦ୍ଧରେ ସନ୍ଧ୍ୟା ୭ରୁ ସକାଳ ୫ କର୍ଫ୍ୟୁ

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା କଟକଣା ନେଇ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍‌ ବୁଧବାର ପୁର୍ନବାର ପ୍ରକାଶ ପାଇଛି। ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ବଳବତ୍ତର ରଖାଯିବା ସହିତ ସନ୍ଧ୍ୟା ୭ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇ…

ବୌଦ୍ଧରେ ସୀମିତ ସେବାୟତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା  

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା ମହାମାରୀର ପ୍ରଭାବ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଉପରେ ପଡିଛି। ଏଥର ବୌଦ୍ଧରେ ଗଡଜାତ ଅମଳରୁ ଚାଲି ଆସୁଥିବା ପରମ୍ପରା ଭଙ୍ଗ କରାଯାଇ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାରେ କୌଣସି ଭକ୍ତଙ୍କୁ ସାମିଲ କରା ନ ଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ…

ଶହେ ଟଙ୍କା ନ ଦେବାରୁ ଜଳ ଯୋଗାଣ ବନ୍ଦ

କୋରୁକୋଣ୍ଡା,୪ା୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତପାରି-୩ ପଞ୍ଚାୟତର ଏମ୍‌ଭି ୧୦୪ ଗ୍ରାମର ତଳସାହି (ନାଡିଲାଇନ)ରେ ଜଳ ଯୋଗାଣ ଟଙ୍କା ନ ଦେବାକୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଏହି ସାହିରେ ନଳକୂପଟିଏ ନାହିଁ। ପ୍ରାୟ ୨୦ ପରିବାରର ଶତାଧିକ…

ଯୋଡ଼ାରେ କାଳବୈଶାଖୀ: ଉପୁଡିଲା ଗଛ, ଭାଙ୍ଗିଲା ଛପର ଘର

ଯୋଡ଼ା, ୪।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁତ ବେଗରେ ପବନ ଆରମ୍ଭ ହୋଇଥିଲା। ମାତ୍ର ୧୫ମିନିଟ୍‌ରେ ଯୋଡା ସହରରେ ତାଣ୍ଡବ ରଚିଥିଲା। କାଳବୈଶାଖୀ ଯୋଗୁ ସହରରେ ଥିବା ବହୁ ପୁରାତନ ଗଛ…

ଦୋକାନ୍‌ ସିଲ୍‌, ୧୭ଜଣ ଦେଲେ ଜରିମାନା

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁର ଏନ୍‌ଏସି ପକ୍ଷରୁ ସହରରେ ଲକ୍‌ଡାଉନ୍‌ ନିୟମ ପାଳନ ହେଉଛି କି ନାହିଁ ଗୁରୁବାର କଡାକଡି ଯାଞ୍ଚ କରାଯାଇଥିଲା। ଛତ୍ରପୁର ଅପର ବସ୍‌ଷ୍ଟାଣ୍ଡରେ ଥିବା ଏକ ଲୁହା ଦୋକାନକୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରାଯିବା ସହ ଏକ…

ଗ୍ରାମ ଜମିକୁ ନେଇ ବିବାଦ: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଜଳେଶ୍ୱର, ୪।୬(ସ୍ବ.ପ୍ର.)-ବହୁ ବର୍ଷ ପୂର୍ବରୁ ସୁବର୍ଣ୍ଣରେଖା ନଦୀ କେଶପୁରା ଗ୍ରାମ ଦେଇ ବହିଯାଇଥିଲା। ନଦୀ ଗତିପଥ ବଦଳାଇ ଥିବାରୁ ପୁରୁଣା ସ୍ଥାନରେ ପାଇକସିଦା ଓ କେଶପୁରା ଗ୍ରାମ୍ୟ କମିଟି ପକ୍ଷରୁ ଖନନ ହେଉଥିବା ୨ଟି ପୋଖରୀକୁ ନେଇ ବିବାଦ ଦେଖାଦେଇଛି। ନଦୀର…

ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଚାଉଳ

ଚମ୍ପୁଆ,୪।୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ କମିବାର ନାଁ ଧରୁନାହିଁ। ବନ ବିଭାଗର ହାତୀ ଘଉଡାଇବା କୌଶଳ ସବୁ ଦିଗରେ ଫେଲ ମାରୁଛି। ଦୁଇଦିନ ତଳେ ହାତୀ ପଲ ଉପଦ୍ରବ କରିବା ସହିତ ଘର ଭାଙ୍ଗି ଚାଉଳ ଖାଇଦେଇଛନ୍ତି। ଏହି ହାତୀ ପଲଙ୍କ…

ବିନା ଭକ୍ତରେ ହେବ ଦେବସ୍ନାନ ନୀତି : ସକାଳ ୫ରୁ ସନ୍ଧ୍ୟା ୭ ଯାଏ ୧୪୪ ଧାରା ଜାରି

ବାରିପଦା ଅଫିସ,୪ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିସରରେ ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରି…

ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ବାଲିଆପାଳ,୪।୬ (ସ୍ବ.ପ୍ର)- ମହାବାତ୍ୟା ଅମ୍ଫନର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସମେତ ବାଲେଶ୍ୱର ଜିଲାର ଭୋଗରାଇ ଓ ବାଲିଆପାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ବ୍ଲକ ତଥା ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସରିଥିବାବେଳେ ଗୁରୁବାର ଏକ ତିନିଜଣିଆ କେନ୍ଦ୍ରୀୟ…

ଧରାକୋଟ ଜଗନ୍ନାଥ ମନ୍ଦିର: ସ୍ନାନବେଦୀରେ ଠାକୁରଙ୍କୁ ଦେଖିପାରିବେନି ଭକ୍ତ

ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ ୩ ଠାକୁରଙ୍କୁ ଦେଖିପାରିବେନି ଭକ୍ତ। ବିଧି ମୁତାବକ ସୀମିତସଂଖ୍ୟକ ସେବାୟତ ତିନି ଠାକୁରଙ୍କୁ ପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?