ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ

ଢେଙ୍କାନାଳ ଅଫିସ,୧୪ା୭
ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା କରିପାରନ୍ତା। ଢେଙ୍କାନାଳ ସଦର ମହକୁମାରୁ ଓଡାପଡା ବ୍ଲକ ଖଡଗପ୍ରସାଦ ଦେଇ ପରଜଙ୍ଗକୁ ଗମନାଗମନର ଉନ୍ନତ ମାର୍ଗଟିଏ ଫିଟାଇପାରନ୍ତା। ହେଲେ ଏସବୁ ଅଟକି ଯାଇଛି ପ୍ରସ୍ତାବରେ। ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ ଥିବାରୁ ଏହି ବହୁ ପ୍ରତୀକ୍ଷିତ ବଡ଼କମର ସେତୁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ପୂର୍ତ୍ତ ବିଭାଗର ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବଡକମର ଓ ଓଡାପଡା ବ୍ଲକ ଖଡଗପ୍ରସାଦ ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ଉପରେ ଏହି ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଫଳରେ ୧୫୩ କୋଟି ଟଙ୍କା ବ୍ୟୟରେ ୧୨୦୦ ମିଟର ଲମ୍ବ ଓ ୧୧ ମିଟର ଚଉଡାର ସେତୁ ନିର୍ମାଣ ନିମନ୍ତେ ସରକାରଙ୍କ ଯୋଜନା ରହିଥିଲା। ୨୦୧୮-୧୯ ଆର୍ଥତ୍କ ବର୍ଷ ମଧ୍ୟରେ ଦୁଇଥର ଏହାର ପ୍ରସ୍ତାବ ଅନୁମୋଦନ ନିମନ୍ତେ ନାବାର୍ଡ ନିକଟକୁ ପଠାଯାଇଥିଲା। କିନ୍ତୁ ଏଯାଏ କିଛି ବି ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ପ୍ରସ୍ତାବ ଅନୁମୋଦନ ଲାଭ କଲେ ପରଜଙ୍ଗ ବ୍ଲକ ଓ ଓଡାପଡା ବ୍ଲକ ମଧ୍ୟରେ ସିଧାସଳଖ ସମ୍ପର୍କ ରକ୍ଷା ହୋଇପାରିବ। ଢେଙ୍କାନାଳରୁ ପରଜଙ୍ଗ ରାସ୍ତା ୨୫ କିମି ହ୍ରାସ ପାଇପାରିବ। ସେହିପରି ପରଜଙ୍ଗ ବ୍ଲକର ବଡକମର ଓ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ଗ୍ରାମବାସୀ ବିଭିନ୍ନ ସମୟରେ ହେଉଥିବା ପର୍ବପର୍ବାଣିରେ ଏକାଠି ହୋଇପାରିବେ। ଓଡାପଡା ବ୍ଲକ ଅଞ୍ଚଳରେ ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଥିବାରୁ ସେଠାରେ କାମ କରୁଥିବା ପରଜଙ୍ଗ ଅଞ୍ଚଳର ଲୋକମାନେ ମଧ୍ୟ ସୁବିଧାରେ ଯାତାୟାତ କରିପାରିବେ। ଏଥିପାଇଁ ସେମାନଙ୍କୁ ଆଉ ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ କି ବ୍ରାହ୍ମଣୀ ଡଙ୍ଗାବୁଡ଼ି ପରି ଦୁର୍ଘଟଣା ଭବିଷ୍ୟତରେ ଘଟିବାର ଆଶଙ୍କା ରୁହନ୍ତା ନାହିଁ। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି, ୨୦୧୮-୧୯ ଆର୍ଥତ୍କ ବର୍ଷ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ବଡକମର ସେତୁ ନିର୍ମାଣ ପାଇଁ ନାବାର୍ଡର ଅନୁମୋଦନ ନିମନ୍ତେ ଦୁଇଥର ପ୍ରସ୍ତାବ ଯାଇଛି। ପ୍ରସ୍ତାବ ଅନୁମୋଦିତ ହୋଇ ଆସିଲେ ସେତୁ ନିର୍ମାଣ କାର୍ଯ୍ୟ ଯଥାସମ୍ଭବ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri