ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ

ଢେଙ୍କାନାଳ ଅଫିସ,୧୪ା୭
ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା କରିପାରନ୍ତା। ଢେଙ୍କାନାଳ ସଦର ମହକୁମାରୁ ଓଡାପଡା ବ୍ଲକ ଖଡଗପ୍ରସାଦ ଦେଇ ପରଜଙ୍ଗକୁ ଗମନାଗମନର ଉନ୍ନତ ମାର୍ଗଟିଏ ଫିଟାଇପାରନ୍ତା। ହେଲେ ଏସବୁ ଅଟକି ଯାଇଛି ପ୍ରସ୍ତାବରେ। ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ ଥିବାରୁ ଏହି ବହୁ ପ୍ରତୀକ୍ଷିତ ବଡ଼କମର ସେତୁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ପୂର୍ତ୍ତ ବିଭାଗର ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବଡକମର ଓ ଓଡାପଡା ବ୍ଲକ ଖଡଗପ୍ରସାଦ ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ଉପରେ ଏହି ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଫଳରେ ୧୫୩ କୋଟି ଟଙ୍କା ବ୍ୟୟରେ ୧୨୦୦ ମିଟର ଲମ୍ବ ଓ ୧୧ ମିଟର ଚଉଡାର ସେତୁ ନିର୍ମାଣ ନିମନ୍ତେ ସରକାରଙ୍କ ଯୋଜନା ରହିଥିଲା। ୨୦୧୮-୧୯ ଆର୍ଥତ୍କ ବର୍ଷ ମଧ୍ୟରେ ଦୁଇଥର ଏହାର ପ୍ରସ୍ତାବ ଅନୁମୋଦନ ନିମନ୍ତେ ନାବାର୍ଡ ନିକଟକୁ ପଠାଯାଇଥିଲା। କିନ୍ତୁ ଏଯାଏ କିଛି ବି ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ପ୍ରସ୍ତାବ ଅନୁମୋଦନ ଲାଭ କଲେ ପରଜଙ୍ଗ ବ୍ଲକ ଓ ଓଡାପଡା ବ୍ଲକ ମଧ୍ୟରେ ସିଧାସଳଖ ସମ୍ପର୍କ ରକ୍ଷା ହୋଇପାରିବ। ଢେଙ୍କାନାଳରୁ ପରଜଙ୍ଗ ରାସ୍ତା ୨୫ କିମି ହ୍ରାସ ପାଇପାରିବ। ସେହିପରି ପରଜଙ୍ଗ ବ୍ଲକର ବଡକମର ଓ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ଗ୍ରାମବାସୀ ବିଭିନ୍ନ ସମୟରେ ହେଉଥିବା ପର୍ବପର୍ବାଣିରେ ଏକାଠି ହୋଇପାରିବେ। ଓଡାପଡା ବ୍ଲକ ଅଞ୍ଚଳରେ ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଥିବାରୁ ସେଠାରେ କାମ କରୁଥିବା ପରଜଙ୍ଗ ଅଞ୍ଚଳର ଲୋକମାନେ ମଧ୍ୟ ସୁବିଧାରେ ଯାତାୟାତ କରିପାରିବେ। ଏଥିପାଇଁ ସେମାନଙ୍କୁ ଆଉ ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ କି ବ୍ରାହ୍ମଣୀ ଡଙ୍ଗାବୁଡ଼ି ପରି ଦୁର୍ଘଟଣା ଭବିଷ୍ୟତରେ ଘଟିବାର ଆଶଙ୍କା ରୁହନ୍ତା ନାହିଁ। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି, ୨୦୧୮-୧୯ ଆର୍ଥତ୍କ ବର୍ଷ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ବଡକମର ସେତୁ ନିର୍ମାଣ ପାଇଁ ନାବାର୍ଡର ଅନୁମୋଦନ ନିମନ୍ତେ ଦୁଇଥର ପ୍ରସ୍ତାବ ଯାଇଛି। ପ୍ରସ୍ତାବ ଅନୁମୋଦିତ ହୋଇ ଆସିଲେ ସେତୁ ନିର୍ମାଣ କାର୍ଯ୍ୟ ଯଥାସମ୍ଭବ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?