ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ

ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ଚାଷୀ ରବି ଧାନ ଚାଷ କିମ୍ବା କ୍ରୟ ପ୍ରକ୍ରିୟାରେ ଭାଗ ନେଇପାରିନାହାନ୍ତି। ଏହାର ସୁଯୋଗରେ ଚାଷୀଙ୍କ ନଁାରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଯାଇ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆମତ୍ସାତ୍‌ କରାଯାଇଛି। ଧାନ କିଣାରେ ଭାଗ ନେଇଥିବା କେତେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ଜରିଆରେ ଏଭଳି ଦୁର୍ନୀତି ହୋଇଥିବା ଏବଂ କାଗଜପତ୍ରରେ ଧାର୍ଯ୍ୟ ପୂରଣ କରି ଅଧିକାରୀ ମାଲାମାଲ୍‌ ହୋଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ଚଳିତ ରବି ଋତୁ ଧାନ ସଂଗ୍ରହ ବର୍ଷରେ ୩୨ଟି ପ୍ୟାକ୍ସ ଓ ୧୪ ମହିଳା ଏସ୍‌ଏଚଜି ଜରିଆରେ ୫,୦୦୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ରବି ଧାନ ସଂଗ୍ରହ ଶେଷ ପରେ ୨୯ ପ୍ୟାକ୍ସ ମାଧ୍ୟମରେ ୧,୦୦,୭୩୭.୯୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ସେହିପରି ୧୩ ମହିଳା ଏସ୍‌ଏଚଜି ମାଧ୍ୟମରେ ୪୧,୪୩୯.୧୧ କୁଇଣ୍ଟାଲ ଧାନ କିଣାଯାଇଛି। ସେଥିମଧ୍ୟରୁ ଅନ୍ନପୂର୍ଣ୍ଣା ମହିଳା ଏସ୍‌ଏଚଜି ୭୫୦ କୁଇଣ୍ଟାଲ, ବାବା ଆଖଣ୍ଡଳମଣି ମହିଳା ଏସ୍‌ଏଚଜି ୬୫୦୦ କୁଇଣ୍ଟାଲ, ଗ୍ରାମ ପଞ୍ଚାୟତ ଏସ୍‌ଏଚଜି ୧୭୯୭ କୁଇଣ୍ଟାଲ, ଜଗନ୍ନାଥ ମହିଳା ଏସ୍‌ଏଚଜି ୧୨୪୬.୪ କୁଇଣ୍ଟାଲ, ମା’ ଲକ୍ଷ୍ମୀ ମହିଳା ଏସ୍‌ଏଚଜି ୧୦୬୯.୬ କୁଇଣ୍ଟାଲ, ମା’ ନାଗେଶ୍ୱରୀ ମହିଳା ଏସ୍‌ଏଚଜି ୧୩୬୦ କୁଇଣ୍ଟାଲ, ମା’ ସାରଳା ଏସ୍‌ଏଚଜି ୯୩୪୯.୪୪ କୁଇଣ୍ଟାଲ, ମହାବୀର ମହିଳା ଏସ୍‌ଏଚଜି ୩୪୨୨.୯୨ କୁଇଣ୍ଟାଲ, ମହାବୀର ଶକ୍ତି ମହିଳା ଏସ୍‌ଏଚଜି ୨୬୯୯.୨ କୁଇଣ୍ଟାଲ, ଓମ୍‌ ଶ୍ରୀଶ୍ରୀ ବୁଦ୍ଧଲିଙ୍ଗ ଏସ୍‌ଏଚଜି ୧୪୯.୯୯ କୁଇଣ୍ଟାଲ, ରାମେଶ୍ୱର ମହିଳା ଏସ୍‌ଏଚଜି ୫୪୯୪.୫୬ କୁଇଣ୍ଟାଲ ଓ ସାବିତ୍ରୀ ସଞ୍ଚୟ ସମିତି ୩୪୦୦ କୁଇଣ୍ଟାଲ ରବିଧାନ କିଣିଛନ୍ତି।
ଜିଲାରେ ପ୍ରାୟ ୩,୫୦୦ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥାଏ ଏବଂ ହେକ୍ଟର ପିଛା ୪୦ କୁଇଣ୍ଟାଲ ଆଧାରରେ ଧାନ କିଣା ଯାଇଥାଏ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପରୋକ୍ତ ଧାନ ସଂଗ୍ରହ ପରିମାଣକୁ ଅବଲୋକନ କଲେ ହେକ୍ଟର ପିଛା ୪୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। କିନ୍ତୁ ଚଳିତ ରବି ଋତୁରେ ଧାନ ଚାଷ ଓ ସଂଗ୍ରହ ସମୟରେ କରୋନା ସଂକ୍ରମଣ ଯୋଗୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶତାଧିକ ଚାଷୀ ଧାନ ଚାଷ କରିପାରି ନାହାନ୍ତି। ଯେଉଁମାନେ ଚାଷ କରିଛନ୍ତି, ସେମାନଙ୍କ ମଧ୍ୟରୁ ବହୁ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନକୁ ସରକାରୀ ଭାବେ ବିକ୍ରି କରି ପାରିନାହାନ୍ତି। କୋରେଇ ବ୍ଲକ ସାଳକଣା, ଖିଲିପଙ୍ଖା, ଗୋବିନ୍ଦପୁର, କସାଗଡିଆ, ବ୍ରାହ୍ମଣଦା ଆଦି ଗ୍ରାମର ଶତାଧିକ ଚାଷୀଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ସେମାନଙ୍କ ମଧ୍ୟରୁ ଚାଷୀ ମୀନହରି ସ୍ବାଇଁ ୨୦୦ କୁଇଣ୍ଟାଲ, କମଳାକାନ୍ତ ବିଶ୍ୱାଳ ୧୦୦ କୁଇଣ୍ଟାଲ, ନିକୁଞ୍ଜ ବିହାରୀ ସ୍ବାଇଁ ୭୦ କୁଇଣ୍ଟାଲ ଧାନ ବିକ୍ରି କରିପାରନ୍ତି। ସେମାନେ କୁହନ୍ତି, ରବି ଧାନ ବିକ୍ରି କରିବାକୁ ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଦିନ ଗଡ଼ାଇ ଶେଷରେ ମନା କରିଦେବାରୁ ସେମାନେ ବେପାରୀଙ୍କୁ କୁଇଣ୍ଟାଲ ପିଛା ମାତ୍ର ୧୦୦୦ ଟଙ୍କାରେ ବିକ୍ରି କରି କ୍ଷତିରେ ପଡିଛନ୍ତି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ହେକ୍ଟର ପିଛା ୪୦ କୁଇଣ୍ଟାଲ ଧାନ ସଂଗ୍ରହ ସମୀକରଣ କିଭଳି ଭାବେ ସତ୍ୟ ହୋଇଛି, ତାହା ତଦନ୍ତ ସାପେକ୍ଷ।
ଏ ସଂକ୍ରାନ୍ତରେ ଡିଏସ୍‌ଡବ୍ଲ୍ୟୁଓ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, କୌଣସି ମହିଳା ଏସ୍‌ଏଚଜି ବିରୋଧରେ ରବି ଧାନ କିଣାରେ ହେରଫେର ଅଭିଯୋଗ ହୋଇନାହିଁ। ଚାଷୀ ମହଲରୁ ଅଭିଯୋଗ ଆସିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri