ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ

ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ଚାଷୀ ରବି ଧାନ ଚାଷ କିମ୍ବା କ୍ରୟ ପ୍ରକ୍ରିୟାରେ ଭାଗ ନେଇପାରିନାହାନ୍ତି। ଏହାର ସୁଯୋଗରେ ଚାଷୀଙ୍କ ନଁାରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଯାଇ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆମତ୍ସାତ୍‌ କରାଯାଇଛି। ଧାନ କିଣାରେ ଭାଗ ନେଇଥିବା କେତେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ଜରିଆରେ ଏଭଳି ଦୁର୍ନୀତି ହୋଇଥିବା ଏବଂ କାଗଜପତ୍ରରେ ଧାର୍ଯ୍ୟ ପୂରଣ କରି ଅଧିକାରୀ ମାଲାମାଲ୍‌ ହୋଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ଚଳିତ ରବି ଋତୁ ଧାନ ସଂଗ୍ରହ ବର୍ଷରେ ୩୨ଟି ପ୍ୟାକ୍ସ ଓ ୧୪ ମହିଳା ଏସ୍‌ଏଚଜି ଜରିଆରେ ୫,୦୦୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ରବି ଧାନ ସଂଗ୍ରହ ଶେଷ ପରେ ୨୯ ପ୍ୟାକ୍ସ ମାଧ୍ୟମରେ ୧,୦୦,୭୩୭.୯୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ସେହିପରି ୧୩ ମହିଳା ଏସ୍‌ଏଚଜି ମାଧ୍ୟମରେ ୪୧,୪୩୯.୧୧ କୁଇଣ୍ଟାଲ ଧାନ କିଣାଯାଇଛି। ସେଥିମଧ୍ୟରୁ ଅନ୍ନପୂର୍ଣ୍ଣା ମହିଳା ଏସ୍‌ଏଚଜି ୭୫୦ କୁଇଣ୍ଟାଲ, ବାବା ଆଖଣ୍ଡଳମଣି ମହିଳା ଏସ୍‌ଏଚଜି ୬୫୦୦ କୁଇଣ୍ଟାଲ, ଗ୍ରାମ ପଞ୍ଚାୟତ ଏସ୍‌ଏଚଜି ୧୭୯୭ କୁଇଣ୍ଟାଲ, ଜଗନ୍ନାଥ ମହିଳା ଏସ୍‌ଏଚଜି ୧୨୪୬.୪ କୁଇଣ୍ଟାଲ, ମା’ ଲକ୍ଷ୍ମୀ ମହିଳା ଏସ୍‌ଏଚଜି ୧୦୬୯.୬ କୁଇଣ୍ଟାଲ, ମା’ ନାଗେଶ୍ୱରୀ ମହିଳା ଏସ୍‌ଏଚଜି ୧୩୬୦ କୁଇଣ୍ଟାଲ, ମା’ ସାରଳା ଏସ୍‌ଏଚଜି ୯୩୪୯.୪୪ କୁଇଣ୍ଟାଲ, ମହାବୀର ମହିଳା ଏସ୍‌ଏଚଜି ୩୪୨୨.୯୨ କୁଇଣ୍ଟାଲ, ମହାବୀର ଶକ୍ତି ମହିଳା ଏସ୍‌ଏଚଜି ୨୬୯୯.୨ କୁଇଣ୍ଟାଲ, ଓମ୍‌ ଶ୍ରୀଶ୍ରୀ ବୁଦ୍ଧଲିଙ୍ଗ ଏସ୍‌ଏଚଜି ୧୪୯.୯୯ କୁଇଣ୍ଟାଲ, ରାମେଶ୍ୱର ମହିଳା ଏସ୍‌ଏଚଜି ୫୪୯୪.୫୬ କୁଇଣ୍ଟାଲ ଓ ସାବିତ୍ରୀ ସଞ୍ଚୟ ସମିତି ୩୪୦୦ କୁଇଣ୍ଟାଲ ରବିଧାନ କିଣିଛନ୍ତି।
ଜିଲାରେ ପ୍ରାୟ ୩,୫୦୦ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥାଏ ଏବଂ ହେକ୍ଟର ପିଛା ୪୦ କୁଇଣ୍ଟାଲ ଆଧାରରେ ଧାନ କିଣା ଯାଇଥାଏ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପରୋକ୍ତ ଧାନ ସଂଗ୍ରହ ପରିମାଣକୁ ଅବଲୋକନ କଲେ ହେକ୍ଟର ପିଛା ୪୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। କିନ୍ତୁ ଚଳିତ ରବି ଋତୁରେ ଧାନ ଚାଷ ଓ ସଂଗ୍ରହ ସମୟରେ କରୋନା ସଂକ୍ରମଣ ଯୋଗୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶତାଧିକ ଚାଷୀ ଧାନ ଚାଷ କରିପାରି ନାହାନ୍ତି। ଯେଉଁମାନେ ଚାଷ କରିଛନ୍ତି, ସେମାନଙ୍କ ମଧ୍ୟରୁ ବହୁ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନକୁ ସରକାରୀ ଭାବେ ବିକ୍ରି କରି ପାରିନାହାନ୍ତି। କୋରେଇ ବ୍ଲକ ସାଳକଣା, ଖିଲିପଙ୍ଖା, ଗୋବିନ୍ଦପୁର, କସାଗଡିଆ, ବ୍ରାହ୍ମଣଦା ଆଦି ଗ୍ରାମର ଶତାଧିକ ଚାଷୀଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ସେମାନଙ୍କ ମଧ୍ୟରୁ ଚାଷୀ ମୀନହରି ସ୍ବାଇଁ ୨୦୦ କୁଇଣ୍ଟାଲ, କମଳାକାନ୍ତ ବିଶ୍ୱାଳ ୧୦୦ କୁଇଣ୍ଟାଲ, ନିକୁଞ୍ଜ ବିହାରୀ ସ୍ବାଇଁ ୭୦ କୁଇଣ୍ଟାଲ ଧାନ ବିକ୍ରି କରିପାରନ୍ତି। ସେମାନେ କୁହନ୍ତି, ରବି ଧାନ ବିକ୍ରି କରିବାକୁ ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଦିନ ଗଡ଼ାଇ ଶେଷରେ ମନା କରିଦେବାରୁ ସେମାନେ ବେପାରୀଙ୍କୁ କୁଇଣ୍ଟାଲ ପିଛା ମାତ୍ର ୧୦୦୦ ଟଙ୍କାରେ ବିକ୍ରି କରି କ୍ଷତିରେ ପଡିଛନ୍ତି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ହେକ୍ଟର ପିଛା ୪୦ କୁଇଣ୍ଟାଲ ଧାନ ସଂଗ୍ରହ ସମୀକରଣ କିଭଳି ଭାବେ ସତ୍ୟ ହୋଇଛି, ତାହା ତଦନ୍ତ ସାପେକ୍ଷ।
ଏ ସଂକ୍ରାନ୍ତରେ ଡିଏସ୍‌ଡବ୍ଲ୍ୟୁଓ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, କୌଣସି ମହିଳା ଏସ୍‌ଏଚଜି ବିରୋଧରେ ରବି ଧାନ କିଣାରେ ହେରଫେର ଅଭିଯୋଗ ହୋଇନାହିଁ। ଚାଷୀ ମହଲରୁ ଅଭିଯୋଗ ଆସିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?