ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ଅପେକ୍ଷା

ବାଲେଶ୍ୱର ଅଫିସ,୧୪।୭-ଆଧୁନିକ ଔଷଧ ଓ ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ଏକ ସୁସ୍ଥ ଜୀବନ ପାଇଁ ଜନସାଧାରଣ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି। ଆୟୁର୍ବେଦ ଏକ ପୁରାତନ, ପାର୍ଶ୍ୱ ପ୍ରତିକ୍ରିୟାବିହୀନ ତଥା ନିରାପଦ ଚିକିତ୍ସା ପଦ୍ଧତି। ପ୍ରାଚୀନ କାଳରୁ ଏହି ଚିକିତ୍ସା ପଦ୍ଧତି ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିଆସିଛି। ଦୁର୍ଭାଗ୍ୟର ବିଷୟ ଯେ, ଏହାର ପ୍ରସାର ଦିଗରେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ବାଲେଶ୍ୱର ଜିଲାକୁ ତା’ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ।
ଜିଲାରେ ଏକ ସମନ୍ବିତ ଆୟୁଷ ହସ୍ପିଟାଲ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଥିଲା। ୨୦୧୮ରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜିଲାରେ ୫୦ଶଯ୍ୟା ବିଶିଷ୍ଟ ଏକ ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା କରାଯାଇ ରୋଗୀଙ୍କୁ ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଓ ହୋମିଓପ୍ୟାଥିକ୍‌ ଚିକିତ୍ସା କରାଯିବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ରେମୁଣା ବ୍ଲକ ଅଚ୍ୟୁତପୁରଠାରେ ଆବଶ୍ୟକ ୫ ଏକର ଜମି ଚିହ୍ନଟ କରାଯାଇ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି। ନିକଟରେ ଗୃହ ନିର୍ମାଣ ବିଭାଗ ଦ୍ୱାରା ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ୧୨କୋଟି ଟଙ୍କାର ଆକଳନ କରାଯାଇ ତା’ର ଏକ ରିପୋର୍ଟ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟକୁ ପଠାଯାଇଛି। ଜନସାଧାରଣ ଏହାକୁ ଅପେକ୍ଷାକରି ରହିଥିଲେ ହେଁ ଏଯାଏ ତ୍ୱରାନ୍ବିତ ନ ହେବା ଦୁଃଖର ବିଷୟ। ତୃଣମୂଳସ୍ତରରେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରୁ ନ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରା ନ ଗଲେ ଜିଲାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା କହନ୍ତି, ଦୀର୍ଘଦିନ ଆନ୍ଦୋଳନ ପରେ ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାର ୨୦୧୮-୧୯ରେ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ଜମି ଚିହ୍ନଟ ହୋଇ ନ ପାରି ଟଙ୍କା ଫେରସ୍ତ ଯାଇଥିଲା। ଚଳିତବର୍ଷ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇ ଜମିର କାଗଜପତ୍ର ବିଭାଗୀୟ ହସ୍ତାନ୍ତର ପାଇଁ ଆର୍‌ଡିସି (କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର) କାର୍ଯ୍ୟାଳୟକୁ ପଠାଯାଇଛି। ଚଳିତ ୨୦୧୯-୨୦ରେ ପୁଣିଥରେ ଟଙ୍କା ଆସିଥିବାରୁ ଜମି ହସ୍ତାନ୍ତରିତ ହେବା ପରେ କାର୍ଯ୍ୟ ଆରମ୍ଭ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। କିନ୍ତୁ କାର୍ଯ୍ୟ ବିଳମ୍ବ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ କହନ୍ତି, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ୫ ଏକର ଜମି ଚିହ୍ନଟ ସରିଛି। ଗୃହ ନିର୍ମାଣ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତ କରାଯାଇ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ ଆସିବା ପରେ ହସ୍ପିଟାଲ ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ...

ଚୌଦ୍ୱାର ସର୍କଲ ଜେଲ: ଆଧୁନିକୀକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): କଟକ ଜିଲାର ଚୌଦ୍ୱାର ସର୍କଲ ଜେଲ୍‌ର ଉନ୍ନତି କରାଯାଇ ଓଡ଼ିଶାରେ ଏକ ମଡେଲ ଜେଲରେ ପରିଣତ କରାଯିବ। ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌...

ବାଲେଶ୍ୱର ଷ୍ଟେଶନରେ ଅହୋରାତ୍ର ଉଡ଼ିଲା ତ୍ରିରଙ୍ଗା

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ରେଳଷ୍ଟେଶନଠାରେ ରେଳ ବିଭାଗ ପକ୍ଷରୁ ଅହୋରାତ୍ର ତ୍ରିରଙ୍ଗା ପତକା ଉଡ଼ିବା ବ୍ୟବସ୍ଥା ଶୁକ୍ରବାରଠାରୁ କରାଯାଇଛି। ସଦର ବିଧାୟକ ମଦନମୋହନ ଦତ୍ତ ଷ୍ଟେଶନରେ...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା...

ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ନିଲମ୍ବିତ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ...

ଦିଲ୍ଲୀରୁ ଆସିଲେ ୪୯୬ ପ୍ରବାସୀ, ଗଲେ ୪୨୭

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ସନ୍ଧ୍ୟା ୭ଟା ୧୦ରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ...

Advertisement
Archives

Model This Week