ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ଅପେକ୍ଷା

ବାଲେଶ୍ୱର ଅଫିସ,୧୪।୭-ଆଧୁନିକ ଔଷଧ ଓ ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ଏକ ସୁସ୍ଥ ଜୀବନ ପାଇଁ ଜନସାଧାରଣ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି। ଆୟୁର୍ବେଦ ଏକ ପୁରାତନ, ପାର୍ଶ୍ୱ ପ୍ରତିକ୍ରିୟାବିହୀନ ତଥା ନିରାପଦ ଚିକିତ୍ସା ପଦ୍ଧତି। ପ୍ରାଚୀନ କାଳରୁ ଏହି ଚିକିତ୍ସା ପଦ୍ଧତି ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିଆସିଛି। ଦୁର୍ଭାଗ୍ୟର ବିଷୟ ଯେ, ଏହାର ପ୍ରସାର ଦିଗରେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ବାଲେଶ୍ୱର ଜିଲାକୁ ତା’ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ।
ଜିଲାରେ ଏକ ସମନ୍ବିତ ଆୟୁଷ ହସ୍ପିଟାଲ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଥିଲା। ୨୦୧୮ରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜିଲାରେ ୫୦ଶଯ୍ୟା ବିଶିଷ୍ଟ ଏକ ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା କରାଯାଇ ରୋଗୀଙ୍କୁ ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଓ ହୋମିଓପ୍ୟାଥିକ୍‌ ଚିକିତ୍ସା କରାଯିବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ରେମୁଣା ବ୍ଲକ ଅଚ୍ୟୁତପୁରଠାରେ ଆବଶ୍ୟକ ୫ ଏକର ଜମି ଚିହ୍ନଟ କରାଯାଇ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି। ନିକଟରେ ଗୃହ ନିର୍ମାଣ ବିଭାଗ ଦ୍ୱାରା ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ୧୨କୋଟି ଟଙ୍କାର ଆକଳନ କରାଯାଇ ତା’ର ଏକ ରିପୋର୍ଟ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟକୁ ପଠାଯାଇଛି। ଜନସାଧାରଣ ଏହାକୁ ଅପେକ୍ଷାକରି ରହିଥିଲେ ହେଁ ଏଯାଏ ତ୍ୱରାନ୍ବିତ ନ ହେବା ଦୁଃଖର ବିଷୟ। ତୃଣମୂଳସ୍ତରରେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରୁ ନ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରା ନ ଗଲେ ଜିଲାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା କହନ୍ତି, ଦୀର୍ଘଦିନ ଆନ୍ଦୋଳନ ପରେ ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାର ୨୦୧୮-୧୯ରେ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ଜମି ଚିହ୍ନଟ ହୋଇ ନ ପାରି ଟଙ୍କା ଫେରସ୍ତ ଯାଇଥିଲା। ଚଳିତବର୍ଷ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇ ଜମିର କାଗଜପତ୍ର ବିଭାଗୀୟ ହସ୍ତାନ୍ତର ପାଇଁ ଆର୍‌ଡିସି (କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର) କାର୍ଯ୍ୟାଳୟକୁ ପଠାଯାଇଛି। ଚଳିତ ୨୦୧୯-୨୦ରେ ପୁଣିଥରେ ଟଙ୍କା ଆସିଥିବାରୁ ଜମି ହସ୍ତାନ୍ତରିତ ହେବା ପରେ କାର୍ଯ୍ୟ ଆରମ୍ଭ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। କିନ୍ତୁ କାର୍ଯ୍ୟ ବିଳମ୍ବ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ କହନ୍ତି, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ୫ ଏକର ଜମି ଚିହ୍ନଟ ସରିଛି। ଗୃହ ନିର୍ମାଣ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତ କରାଯାଇ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ ଆସିବା ପରେ ହସ୍ପିଟାଲ ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?