ମିଳୁନି ସରକାରୀ ବିହନ, ସାର

ସୋନପୁର,୧୪।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଚାଷୀମାନେ ଧାନ ବୁଣା, ରୁଆକାର୍ଯ୍ୟ ପାଇଁ ଜମି ପ୍ରସ୍ତୁତି କରିଛନ୍ତି । ହେଲେ ଏ ଯାଏ ସେମାନଙ୍କୁ ସରକାରୀ ବିହନ ମିଳିଲା ନାହିଁ। କେବେ ମିଳିବ ସେ ନେଇ ମଧ୍ୟ କୃଷି ବିଭାଗ ବା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ପକ୍ଷରୁ କୌଣସି ସୂଚନା ମିଳୁନାହିଁ । ତେଣୁ ଏବେ ଚାଷୀ ଚିନ୍ତାରେ ରହିଛି। ତଳି ପକାଇବା ଅନିଶ୍ଚିତ ହୋଇଥିବାରୁ ଅନେକ ଚାଷୀ ବାଧ୍ୟହୋଇ ବାହାରୁ ଚଢ଼ାଦରରେ ବିହନ ଓ ସାର କିଣୁଛନ୍ତି।
ଜିଲାରେ ୧ଲକ୍ଷ ୩୦ହଜାର ୧୫୦ ହେକ୍ଟର କୃଷି ଉପଯୋଗୀ ଜମି ରହିଛି। ସେଥିରୁ ଚଳିତ ଖରିଫରେ ୧ଲକ୍ଷ ୨ହଜାର ୩୫ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରହିଛି। ଚଳିତ ଖରିଫରେ ୨୭ହଜାର ୨୯୫ କୁଇଣ୍ଟାଲ ଧାନ ବିହନ ଆବଶ୍ୟକ। ୬୬ଟି ପ୍ୟାକ୍ସ ଦ୍ୱାରା ସବ୍‌ସିଡି ଦରରେ ସରକାରୀ ବିହନ ଓ ୧୩୫ଟି ପ୍ରାଇଭେଟ୍‌ ଡିଲରଙ୍କ ଦ୍ୱାରା ଅଧିକ ଅମଳକ୍ଷମ ବିହନ ଚାଷୀଙ୍କୁ ବିକ୍ରି ପାଇଁ ଜିଲା କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ମାତ୍ର ଜିଲାର କେବଳ ୩୮ଟି ପ୍ୟାକ୍ସ ଚାଷୀଙ୍କୁ ଧାନ ବିହନ ବିକ୍ରି କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୩ହଜାର ୩୩୦କୁଇଣ୍ଟାଲ ବିହନ ଯୋଗାଣ କରିପାରିଛି । ସେହିପରି ୯୬୪୬ ମେଟ୍ରିକ୍‌ ଟନ୍‌ ୟୁରିଆ ସାର ପ୍ୟାକ୍ସ ଓ ଲାଇସେନ୍ସପ୍ରାପ୍ତ ପ୍ରାଇଭେଟ୍‌ ଡିଲରଙ୍କ ଦ୍ୱାରା ଜିଲାର ଚାଷୀଙ୍କୁ ଯୋଗାଇଦେବାକୁ କୃଷି ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲାକୁ ମାତ୍ର ୩ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାର ମିଳିଛି। ନିଅଣ୍ଟିଆ ବିହନ ଓ ସାର ଯୋଗାଣ ଯୋଗୁ ଚାଷୀ ହଇରାଣ ହେଉଛନ୍ତି। ସରକାରୀ ବିହନ ଓ ସାରରେ ଚାଷୀଙ୍କୁ ରିହାତି ମିଳିଥାଏ। ମାତ୍ର ଏହା ଯଥେଷ୍ଟ ହେଉ ନ ଥିବାରୁ ଚଢ଼ାଦରରେ ଚାଷୀ ବାହାରୁ ବିହନ ଓ ସାର କିଣୁଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀ ବାହାର ଜିଲାରୁ ସାର ଆଣି ଆବଶ୍ୟକତା ମେଣ୍ଟାଉଥିବା ଜଣାପଡିଛି । ସାଧାରଣତଃ ଜୁନ୍‌ ମାସରୁ ଚାଷୀମାନେ ତଳି ପକାଇଥାନ୍ତି । ତଳି ପ୍ରାୟ ୧ ମାସ ହେବା ପରେ ତାହାକୁ ଉପାଡ଼ି କାଦୁଅ ଜମିରେ ରୁଆ ଯାଏ । ହେଲେ ଆଜି ପର୍ଯ୍ୟନ୍ତ ଜିଲାର ବହୁ ଚାଷୀ ଧାନ ବିହନ ପାଇ ନାହାନ୍ତି । ପ୍ରାୟ ଏକ ମାସ ବିଳମ୍ବ ହୋଇ ସାରିଲାଣି। ଆହୁରି ବିଳମ୍ବ ହେଲେ ସେପଟେ ତଳିରୁଆ ବିଳମ୍ବ ହେବ।
ସୁବର୍ଣ୍ଣପୁର ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ହୀରାକୁଦ କମାଣ୍ଡ ଏରିଆରେ ଅଛି। ସେହିପରି ହରିହରଯୋର ଜଳସେଚନ ପ୍ରକଳ୍ପ ଯୋଗୁ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର କିଛି ଅଞ୍ଚଳ ଜଳସେଚିତ ହୋଇପାରୁଛି । ଏହାବ୍ୟତୀତ ତରଭାରେ ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଅନ୍ୟ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜମି ଜଳସେଚିତ ହେଉଛି। ତେଣୁ ତୁରନ୍ତ ବିହନ ଯୋଗାଇଦେବାକୁ ଅଞ୍ଚଳର ଚାଷୀ ଅନୁରୋଧ କରିଛନ୍ତି। ବିନିକା ସିଂଘିଯୁବା ଅଞ୍ଚଳର ଚାଷୀ ଆଶିଷ କୁମାର ଦାଶ କୁହନ୍ତି, ଧାନଚାଷ ପାଇଁ ୟୁରିଆ ସାରର ବହୁଳ ଆବଶ୍ୟକତା ରହିଛି। ମାତ୍ର ସାର ମିଳୁ ନ ଥିବାରୁ ବ୍ୟବସାୟୀଙ୍କଠାରୁ ଚଢ଼ା ଦରରେ କିଣିବାକୁ ପଡୁଛି। ସେହିପରି ବାଙ୍କିଘିର୍ଡି ଅଞ୍ଚଳର ଚାଷୀ ଆନନ୍ଦ ଭୁଏଙ୍କ କହିବା ଅନୁଯାୟୀ ସରକାରୀ ଧାନ ବିହନ ମିଳିଲାନି। ବିଳମ୍ବ ହେବାରୁ ବ୍ୟବସାୟୀଙ୍କଠାରୁ ବାଧ୍ୟ ହୋଇ ଅଧିକ ଦାମରେ କିଣିଲୁ। ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ କୁହନ୍ତି, ବିହନ ଓ ସାରର ଅଭାବ ନାହିଁ। ଅଧିକାଂଶ ଚାଷୀ ବେଶି ଅମଳ ଆଶାରେ ବ୍ୟବସାୟୀଙ୍କଠାରୁ ଅଧିକ ଅମଳକ୍ଷମ ବିହନ କିଣୁଛନ୍ତି। ସାର ଏବେ କମ୍‌ ଆସିଛି। ଏହି ଅଭାବ ରହିବ ନାହିଁ। ଠିକ୍‌ ସମୟରେ ଚାଷୀ ରିହାତି ମୂଲ୍ୟରେ ସାର ପାଇବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri