ମିଳୁନି ସରକାରୀ ବିହନ, ସାର

ସୋନପୁର,୧୪।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଚାଷୀମାନେ ଧାନ ବୁଣା, ରୁଆକାର୍ଯ୍ୟ ପାଇଁ ଜମି ପ୍ରସ୍ତୁତି କରିଛନ୍ତି । ହେଲେ ଏ ଯାଏ ସେମାନଙ୍କୁ ସରକାରୀ ବିହନ ମିଳିଲା ନାହିଁ। କେବେ ମିଳିବ ସେ ନେଇ ମଧ୍ୟ କୃଷି ବିଭାଗ ବା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ପକ୍ଷରୁ କୌଣସି ସୂଚନା ମିଳୁନାହିଁ । ତେଣୁ ଏବେ ଚାଷୀ ଚିନ୍ତାରେ ରହିଛି। ତଳି ପକାଇବା ଅନିଶ୍ଚିତ ହୋଇଥିବାରୁ ଅନେକ ଚାଷୀ ବାଧ୍ୟହୋଇ ବାହାରୁ ଚଢ଼ାଦରରେ ବିହନ ଓ ସାର କିଣୁଛନ୍ତି।
ଜିଲାରେ ୧ଲକ୍ଷ ୩୦ହଜାର ୧୫୦ ହେକ୍ଟର କୃଷି ଉପଯୋଗୀ ଜମି ରହିଛି। ସେଥିରୁ ଚଳିତ ଖରିଫରେ ୧ଲକ୍ଷ ୨ହଜାର ୩୫ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରହିଛି। ଚଳିତ ଖରିଫରେ ୨୭ହଜାର ୨୯୫ କୁଇଣ୍ଟାଲ ଧାନ ବିହନ ଆବଶ୍ୟକ। ୬୬ଟି ପ୍ୟାକ୍ସ ଦ୍ୱାରା ସବ୍‌ସିଡି ଦରରେ ସରକାରୀ ବିହନ ଓ ୧୩୫ଟି ପ୍ରାଇଭେଟ୍‌ ଡିଲରଙ୍କ ଦ୍ୱାରା ଅଧିକ ଅମଳକ୍ଷମ ବିହନ ଚାଷୀଙ୍କୁ ବିକ୍ରି ପାଇଁ ଜିଲା କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ମାତ୍ର ଜିଲାର କେବଳ ୩୮ଟି ପ୍ୟାକ୍ସ ଚାଷୀଙ୍କୁ ଧାନ ବିହନ ବିକ୍ରି କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୩ହଜାର ୩୩୦କୁଇଣ୍ଟାଲ ବିହନ ଯୋଗାଣ କରିପାରିଛି । ସେହିପରି ୯୬୪୬ ମେଟ୍ରିକ୍‌ ଟନ୍‌ ୟୁରିଆ ସାର ପ୍ୟାକ୍ସ ଓ ଲାଇସେନ୍ସପ୍ରାପ୍ତ ପ୍ରାଇଭେଟ୍‌ ଡିଲରଙ୍କ ଦ୍ୱାରା ଜିଲାର ଚାଷୀଙ୍କୁ ଯୋଗାଇଦେବାକୁ କୃଷି ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲାକୁ ମାତ୍ର ୩ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାର ମିଳିଛି। ନିଅଣ୍ଟିଆ ବିହନ ଓ ସାର ଯୋଗାଣ ଯୋଗୁ ଚାଷୀ ହଇରାଣ ହେଉଛନ୍ତି। ସରକାରୀ ବିହନ ଓ ସାରରେ ଚାଷୀଙ୍କୁ ରିହାତି ମିଳିଥାଏ। ମାତ୍ର ଏହା ଯଥେଷ୍ଟ ହେଉ ନ ଥିବାରୁ ଚଢ଼ାଦରରେ ଚାଷୀ ବାହାରୁ ବିହନ ଓ ସାର କିଣୁଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀ ବାହାର ଜିଲାରୁ ସାର ଆଣି ଆବଶ୍ୟକତା ମେଣ୍ଟାଉଥିବା ଜଣାପଡିଛି । ସାଧାରଣତଃ ଜୁନ୍‌ ମାସରୁ ଚାଷୀମାନେ ତଳି ପକାଇଥାନ୍ତି । ତଳି ପ୍ରାୟ ୧ ମାସ ହେବା ପରେ ତାହାକୁ ଉପାଡ଼ି କାଦୁଅ ଜମିରେ ରୁଆ ଯାଏ । ହେଲେ ଆଜି ପର୍ଯ୍ୟନ୍ତ ଜିଲାର ବହୁ ଚାଷୀ ଧାନ ବିହନ ପାଇ ନାହାନ୍ତି । ପ୍ରାୟ ଏକ ମାସ ବିଳମ୍ବ ହୋଇ ସାରିଲାଣି। ଆହୁରି ବିଳମ୍ବ ହେଲେ ସେପଟେ ତଳିରୁଆ ବିଳମ୍ବ ହେବ।
ସୁବର୍ଣ୍ଣପୁର ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ହୀରାକୁଦ କମାଣ୍ଡ ଏରିଆରେ ଅଛି। ସେହିପରି ହରିହରଯୋର ଜଳସେଚନ ପ୍ରକଳ୍ପ ଯୋଗୁ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର କିଛି ଅଞ୍ଚଳ ଜଳସେଚିତ ହୋଇପାରୁଛି । ଏହାବ୍ୟତୀତ ତରଭାରେ ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଅନ୍ୟ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜମି ଜଳସେଚିତ ହେଉଛି। ତେଣୁ ତୁରନ୍ତ ବିହନ ଯୋଗାଇଦେବାକୁ ଅଞ୍ଚଳର ଚାଷୀ ଅନୁରୋଧ କରିଛନ୍ତି। ବିନିକା ସିଂଘିଯୁବା ଅଞ୍ଚଳର ଚାଷୀ ଆଶିଷ କୁମାର ଦାଶ କୁହନ୍ତି, ଧାନଚାଷ ପାଇଁ ୟୁରିଆ ସାରର ବହୁଳ ଆବଶ୍ୟକତା ରହିଛି। ମାତ୍ର ସାର ମିଳୁ ନ ଥିବାରୁ ବ୍ୟବସାୟୀଙ୍କଠାରୁ ଚଢ଼ା ଦରରେ କିଣିବାକୁ ପଡୁଛି। ସେହିପରି ବାଙ୍କିଘିର୍ଡି ଅଞ୍ଚଳର ଚାଷୀ ଆନନ୍ଦ ଭୁଏଙ୍କ କହିବା ଅନୁଯାୟୀ ସରକାରୀ ଧାନ ବିହନ ମିଳିଲାନି। ବିଳମ୍ବ ହେବାରୁ ବ୍ୟବସାୟୀଙ୍କଠାରୁ ବାଧ୍ୟ ହୋଇ ଅଧିକ ଦାମରେ କିଣିଲୁ। ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ କୁହନ୍ତି, ବିହନ ଓ ସାରର ଅଭାବ ନାହିଁ। ଅଧିକାଂଶ ଚାଷୀ ବେଶି ଅମଳ ଆଶାରେ ବ୍ୟବସାୟୀଙ୍କଠାରୁ ଅଧିକ ଅମଳକ୍ଷମ ବିହନ କିଣୁଛନ୍ତି। ସାର ଏବେ କମ୍‌ ଆସିଛି। ଏହି ଅଭାବ ରହିବ ନାହିଁ। ଠିକ୍‌ ସମୟରେ ଚାଷୀ ରିହାତି ମୂଲ୍ୟରେ ସାର ପାଇବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?