ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ

କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍‌ ତଥା ଅତି ଜରୁରି ମାମଲାର ଶୁଣାଣି ହେଉଥିବାରୁ ଅନେକ ଆଇନ୍‌ଜୀବୀ ରୋଜଗାର ହରାଇଛନ୍ତି। ସେମାନଙ୍କ ପକ୍ଷେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଅପରପକ୍ଷେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଆଇନ୍‌ଜୀବୀଙ୍କୁ ସହାୟତା ପ୍ରଦାନ ପାଇଁ ଗତ ଏପ୍ରିଲ୍‌ ପହିଲାରୁ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ଅଣ୍ଟା ଭିଡ଼ିଛି। ଏଥିଲାଗି ଆଶାୟୀ ଆଇନ୍‌ଜୀବୀଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରାୟ ୧୫ ହଜାର ଅର୍ଥାତ ୫୦ ପ୍ରତିଶତ ଆଇନ୍‌ଜୀବୀ ଆବେଦନ କରିଛନ୍ତି। କିନ୍ତୁ ଏଯାଏ ସହାୟତା ମିଳିନି। କେବେ ମିଳିବ ତାହା ଅନିଶ୍ଚିତତାରେ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦାୟିତ୍ୱ ଲଦିଛି ଆଇନ୍‌ଜୀବୀ ପରିଷଦ। ଅନ୍ୟ ରାଜ୍ୟ ସରକାର ସହାୟତା ଦେଉଥିବାରୁ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଆଗେଇ ଆସୁ ବୋଲି ପରିଷଦ ଦାବି କରିଛି।
ରୋଜଗାର ହରାଇ ଦୁଃଖକଷ୍ଟରେ ଦିନ କାଟୁଥିବା ଆଇନ୍‌ଜୀବୀଙ୍କ ମଧ୍ୟରେ ସହାୟତା ନ ମିଳିବାକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏପ୍ରିଲ୍‌ ୧ରେ ରାଜ୍ୟ ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ପରିଷଦ ପକ୍ଷରୁ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ-୨୦୨୦ ପ୍ରସ୍ତୁତ କରାଯାଇଥିଲା। କେବଳ କରୋନା ନୁହଁ, ଭବିଷ୍ୟତରେ ଯଦି କୌଣସି ପ୍ରକାର ପ୍ରାକୃତିକ ଦୁର୍ବିପାକ ଦେଖାଦିଏ, ଯାହା ଦ୍ୱାରା ଆଇନ୍‌ଜୀବୀଙ୍କ ରୋଜଗାର ପ୍ରଭାବିତ ହୁଏ, ତେବେ ଏହି ନିୟମ ଅନୁଯାୟୀ ଆର୍ଥତ୍କ ସହାୟତା ଦେବା ପାଇଁ ଏହି ନିୟମରେ ବ୍ୟବସ୍ଥା ରହିଛି। ଏହି ନିୟମକୁ ଅନୁମୋଦନ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ପଠାଯାଇଥିଲା। ମେ’ ୫ରେ କାଉନସିଲ୍‌ ଏହାକୁ ଅନୁମୋଦନ କରିବା ପରେ ସହାୟତା ମିଳିବା ନେଇ ଆଶା ଦେଖାଦେଇଥିଲା। ଫଳରେ ଆଶାୟୀ ଆଇନଜୀବୀମାନେ ନିଜ ଓକିଲ ସଂଘ ଜରିଆରେ ଆବେଦନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ସହାୟତା ମିଳି ନ ଥିବାରୁ ନିକଟରେ ଅନୁଷ୍ଠିତ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। କର୍ନାଟକ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଆଇନ୍‌ଜୀବୀଙ୍କୁ ସହାୟତା ଦେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ସରକାର ତୁରନ୍ତ ପରିଷଦର ଆଇନ୍‌ଜୀବୀ କଲ୍ୟାଣ କର୍ପସ ପାଣ୍ଠିକୁ ଆର୍ଥତ୍କ ସହାୟତା ଯୋଗାଇ ଦେଲେ ଆଇନ୍‌ଜୀବୀମାନେ ଉପକୃତ ହେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri