ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ

କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍‌ ତଥା ଅତି ଜରୁରି ମାମଲାର ଶୁଣାଣି ହେଉଥିବାରୁ ଅନେକ ଆଇନ୍‌ଜୀବୀ ରୋଜଗାର ହରାଇଛନ୍ତି। ସେମାନଙ୍କ ପକ୍ଷେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଅପରପକ୍ଷେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଆଇନ୍‌ଜୀବୀଙ୍କୁ ସହାୟତା ପ୍ରଦାନ ପାଇଁ ଗତ ଏପ୍ରିଲ୍‌ ପହିଲାରୁ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ଅଣ୍ଟା ଭିଡ଼ିଛି। ଏଥିଲାଗି ଆଶାୟୀ ଆଇନ୍‌ଜୀବୀଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରାୟ ୧୫ ହଜାର ଅର୍ଥାତ ୫୦ ପ୍ରତିଶତ ଆଇନ୍‌ଜୀବୀ ଆବେଦନ କରିଛନ୍ତି। କିନ୍ତୁ ଏଯାଏ ସହାୟତା ମିଳିନି। କେବେ ମିଳିବ ତାହା ଅନିଶ୍ଚିତତାରେ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦାୟିତ୍ୱ ଲଦିଛି ଆଇନ୍‌ଜୀବୀ ପରିଷଦ। ଅନ୍ୟ ରାଜ୍ୟ ସରକାର ସହାୟତା ଦେଉଥିବାରୁ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଆଗେଇ ଆସୁ ବୋଲି ପରିଷଦ ଦାବି କରିଛି।
ରୋଜଗାର ହରାଇ ଦୁଃଖକଷ୍ଟରେ ଦିନ କାଟୁଥିବା ଆଇନ୍‌ଜୀବୀଙ୍କ ମଧ୍ୟରେ ସହାୟତା ନ ମିଳିବାକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏପ୍ରିଲ୍‌ ୧ରେ ରାଜ୍ୟ ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ପରିଷଦ ପକ୍ଷରୁ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ-୨୦୨୦ ପ୍ରସ୍ତୁତ କରାଯାଇଥିଲା। କେବଳ କରୋନା ନୁହଁ, ଭବିଷ୍ୟତରେ ଯଦି କୌଣସି ପ୍ରକାର ପ୍ରାକୃତିକ ଦୁର୍ବିପାକ ଦେଖାଦିଏ, ଯାହା ଦ୍ୱାରା ଆଇନ୍‌ଜୀବୀଙ୍କ ରୋଜଗାର ପ୍ରଭାବିତ ହୁଏ, ତେବେ ଏହି ନିୟମ ଅନୁଯାୟୀ ଆର୍ଥତ୍କ ସହାୟତା ଦେବା ପାଇଁ ଏହି ନିୟମରେ ବ୍ୟବସ୍ଥା ରହିଛି। ଏହି ନିୟମକୁ ଅନୁମୋଦନ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ପଠାଯାଇଥିଲା। ମେ’ ୫ରେ କାଉନସିଲ୍‌ ଏହାକୁ ଅନୁମୋଦନ କରିବା ପରେ ସହାୟତା ମିଳିବା ନେଇ ଆଶା ଦେଖାଦେଇଥିଲା। ଫଳରେ ଆଶାୟୀ ଆଇନଜୀବୀମାନେ ନିଜ ଓକିଲ ସଂଘ ଜରିଆରେ ଆବେଦନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ସହାୟତା ମିଳି ନ ଥିବାରୁ ନିକଟରେ ଅନୁଷ୍ଠିତ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। କର୍ନାଟକ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଆଇନ୍‌ଜୀବୀଙ୍କୁ ସହାୟତା ଦେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ସରକାର ତୁରନ୍ତ ପରିଷଦର ଆଇନ୍‌ଜୀବୀ କଲ୍ୟାଣ କର୍ପସ ପାଣ୍ଠିକୁ ଆର୍ଥତ୍କ ସହାୟତା ଯୋଗାଇ ଦେଲେ ଆଇନ୍‌ଜୀବୀମାନେ ଉପକୃତ ହେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?