ବାହାର ଜିଲାବାସୀଙ୍କୁ ପୁରୀ ସ୍ବର୍ଗଦ୍ୱାର ମନା: ହାଇକୋର୍ଟରେ ମାମଲ

କଟକ ଅଫିସ,୧୪।୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲାବାସୀଙ୍କୁ ବାରଣ କରାଯାଇଛି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହି ନିର୍ଦ୍ଦେଶକୁ ବିରୋଧକରି ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। କଟକର ସାମାଜିକ କର୍ମୀ ସଞ୍ଜିବ କୁମାର ଚିନାରା ଏହି ମାମଲା ରୁଜୁ କରିଛନ୍ତି। ସେ ଆବେଦନରେ ଦର୍ଶାଇଛନ୍ତି ଯେ, ସନାତନ ଧର୍ମରେ ସ୍ବର୍ଗଦ୍ୱାରର ସ୍ଥାନ ସ୍ବତନ୍ତ୍ର। ସେଠାରେ ଶେଷକୃତ୍ୟ କରାଗଲେ ମୃତ ବ୍ୟକ୍ତି ସ୍ବାର୍ଗପ୍ରାପ୍ତି ହୁଅନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ ପୁରୀ ଜିଲା ପ୍ରଶାସନ ସ୍ବର୍ଗଦ୍ୱାର ଉପରେ କଟକଣା ଜାରି କରିଛନ୍ତି। ଏହାକୁ ଚ୍ୟାଲେଞ୍ଜକରି ଆବେଦନକାରୀଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣର ଦ୍ୱାହି ଦେଇ ସ୍ବର୍ଗଦ୍ୱାରକୁ ବାରଣ କରାଯିବା ପ୍ରତ୍ୟେକଙ୍କୁ ଆଘାତ ଦେଇଛି। ଏ ନେଇ ପୁଣୀ ପ୍ରଶାସନକୁ ଜବାବ୍‌ ତଲବ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ମାମଲାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତପକ୍ଷ, ସ୍ବତନ୍ତ୍ର ରିଲିଫ୍‌ କମିଶନର ଏବଂ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ...

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨...

କରୋନାରେ ଘରକୁ ବନ୍ଧୁ ଆଣିବାରୁ ହତ୍ୟା

ଜଗନ୍ନାଥପ୍ରସାଦ,୧୩ା୮(ଡି.ଏନ୍‌.ଏ.)-କରୋନାରେ ଘରକୁ ବନ୍ଧୁ ଆଣିବାରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା କରଡାପଲ୍ଲୀ ଗ୍ରାମରେ ବୁଧବାର ମଧ୍ୟରାତ୍ରରେ ଦେଖିବାକୁ...

ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର...

ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ନବୀନ ପଟ୍ଟନାୟକ ଶନିବାରଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୨୫ତାରିଖରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ...

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ

ଭୁବନେଶ୍ବର,୨୦।୧୧(ବ୍ୟୁରୋ): ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟା ରେଜଲ୍ଟ ପ୍ରକାଶ କରାଯିବ। ପରୀକ୍ଷାର୍ଥୀମାନେ...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୬(ବ୍ୟୁରୋ): +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ...

Advertisement
Archives

Model This Week