ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ
ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସୋମବାର ସ୍ବାଗତ କରିବା ସହ ପୂର୍ବବତ୍ତ…
ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ
ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍କଲ୍ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ ନଜରକୁ ଏହା ଆସିବା ପରେ ଯୁବକ ଜଣକ ବନ୍ଧାହେବା ସହ ସମ୍ପୃକ୍ତା ମହିଳାଙ୍କୁ ବିବାହ…
ଅଧା ଶଟର ଖୋଲି ପରସା ଯାଉଛି ଖାଦ୍ୟ
ଅନୁଗୋଳ ଅଫିସ, ୮।୬- ଅନୁଗୋଳରେ କୋଭିଡ୍ କଟକଣା ମାନୁନାହାନ୍ତି କେତେଜଣ ବ୍ୟବସାୟୀ। ଏହାର ମାଳ ମାଳ ଉଦାହରଣ ଥିଲେ ବି ସୋମବାର ରାତିରେ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅମଲାପଡ଼ାର ଏକ ସାଉଥ୍ଇଣ୍ଡିଆନ ହୋଟେଲ ବ୍ୟବସାୟୀଙ୍କୁ ଧରିଛନ୍ତି। ଚଢ଼ାଉ…
ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ
ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ସୋମବାର ଧାଇଁ ଆସିଥିବା ବଅଁରପାଳ ବ୍ଲକ କୁଶପଙ୍ଗି ଗାଁର ଭିନ୍ନକ୍ଷମ ଅରବିନ୍ଦ ନାଏକ(୪୮)ଙ୍କୁ ଶେଷରେ…
ଅନୁଗୋଳ ଷ୍ଟେଶନରେ ଗଡିଲା ଟ୍ରେନ୍
ଅନୁଗୋଳ ଅଫିସ, ୮।୬- ଦୀର୍ଘ ଦୁଇ ମାସ ପରେ ସୋମବାରଠାରୁ ଚଳଚଞ୍ଚଳ ହୋଇଛି ଅନୁଗୋଳ ରେଳ ଷ୍ଟେଶନ। କେନ୍ଦ୍ର ସରକାର କେତେକ ଟ୍ରେନ୍ ଚଳାଚଳକୁ ଅନୁମତି ଦେବା ପରେ ଆଜି ଗୋଟିଏ ଦିନରେ ମୋଟ୍ ୧୩୬ ଯାତ୍ରୀ ଏହି ଷ୍ଟେଶନ ଦେଇ…
ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି
ଜୁନାଗଡ,୮।୬(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କଳିଆକୁଣ୍ଡଲ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍ସି) କୋଠାରେ ରହୁଥିବା ଜଣେ ପ୍ରବାସୀଙ୍କ ମୋବାଇଲ, ଘଣ୍ଟା ଓ ଜିନ୍ସ ପାଣ୍ଟ ଚୋରି ହୋଇଛି। ଏ ନେଇ ସୋମବାର ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କହିଛି,…
ପରୀକ୍ଷା ନେଇ ଚିନ୍ତାରେ ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୁଲାଇ ୬ରୁ ଆରମ୍ଭ ହେଉଥିବା ଯୁକ୍ତ ୩ ସେମିଷ୍ଟାର ତଥା ପିଜି ଶେଷବର୍ଷ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ କରୋନାର ପ୍ରକୋପ ବଢ଼ିଚାଲିଥିବା…
ବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦ
ଜୟପୁର,୮ା୬(ନି.ପ୍ର.)-ବନ୍ଧୁତା ପାଖରେ ସବୁ କିଛି ହୋଇପଡିଛି ତୁଚ୍ଛ। ଗ୍ରାମର ଜାତିବାଦର ପାଚେରି ସେମାନଙ୍କୁ ଅଟକାଇପାରିନି। ଜଣକ ପରିବାର ଭାଙ୍ଗିଯାଇଥିଲେ ଅନ୍ୟ ଜଣେ ସାହାରା ହୋଇଛି। ଜଣେ ନିରାଶ୍ରୟ ହୋଇପଡିଥିବା ବେଳେ ଅନ୍ୟ ଜଣେ ତାକୁ ଦେଇଛି ଆଶ୍ରୟ। ସମାଜର ଟାହିଟାପରା ଉଭୟଙ୍କୁ…
ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ
ମାଲକାନଗିରି,୮ା୬ (ଡି.ଏନ୍.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି ଲିଫ୍ଟ…
କୋଣାର୍କରେ ଖୋଲିଲା ଯାତ୍ରୀନିବାସ
କୋଣାର୍କ,୮ା୬(ଡି.ଏନ୍.ଏ.): କରୋନା ଯୋଗୁ ବନ୍ଦ ରହିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ପର୍ଯ୍ୟଟନସ୍ଥଳୀ କୋଣାର୍କ ଶୂନଶାନ। ବନ୍ଦ ହେବାର ଅଢ଼େଇ ମାସ ପରେ ସୋମବାର କୋଣାର୍କରେ ଯାତ୍ରୀନିବାସ ଓ କେତେକ ହୋଟେଲ ଖୋଲାଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ପର୍ଯ୍ୟଟକ ନ ଥିବାରୁ ବେପାର…
ନଦୀକୁ ଖସିଲା ଜେସିବି, ବର୍ତ୍ତିଲେ ଚାଳକ
ମହାକାଳପଡ଼ା, ୮ା୬(ଡି.ଏନ୍.ଏ.): ମହାକାଳପଡା ବ୍ଲକ ବଡକୁଳ ଗ୍ରାମ ପାର୍ଶ୍ୱ ଲୁଣା ନଦୀ ଗର୍ଭକୁ ସୋମବାର ଏକ ଜେସିବି ମେଶିନ ଖସିପଡ଼ିଥିଲା। ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ନଦୀ ବନ୍ଧ ପାର୍ଶ୍ୱରେ ଜେସିବି ସାହାଯ୍ୟରେ ପଥର ପ୍ୟାକିଂ…
ବୋମାମାଡ଼ ଘଟଣାରେ ୬ ଗିରଫ
କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟାକୁବ ଖାନ, ସେଖ୍ ୱାସିମ, ସେଖ୍ ଇମ୍ରାନ, ସେଖ ସାକିର, ରମେଶ…

