ଆମ ଜିଲା ଖବର

କନ୍ଧମାଳରେ ୪୮ କରୋନା ପଜିଟିଭ‌ ଚିହ୍ନଟ: ଭୟ ନ କରି ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଲେ ଜିଲାପାଳ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସ୍ପଷ୍ଟ କରାଯାଇଛି। ଜିଲାରୁ ମୋଟ ୪୮ଜଣ ପଜଟିଭ ଥିବାବେଳେ କେବଳ ଦାରିଙ୍ଗବାଡ଼ିରେ…

ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା ହେବାର ପ୍ରଥମ ଦିନରେ ହିଁ ଲକଡାଉନ୍‌ ନିୟମାବଳୀ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ସକାଳ…

କରୋନା ନେଇ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଜିଲାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଏହାର ମୁକାବିଲା ନେଇ ସୋମବାର ଜିଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ…

ଜୁଆଆଡ୍ଡାରେ ଚଢ଼ାଉ: ୩୦ ଗିରଫ, ୮୩ ହଜାର ଟଙ୍କା, ୮ବାଇକ୍‌ ଜବତ

ଛତ୍ରପୁର,୧୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ପକ୍ଷରୁ ଖଲ୍ଲିକୋଟ, ପୋଲସରା ଓ ଗାଙ୍ଗପୁର ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୩ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରଯାଇଥିଲା। ସେଠାରୁ ୩୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮୩ ହଜାର ୧୪୦ ଟଙ୍କା, ୮…

କଡ଼ା ସୁରକ୍ଷା ବଳୟରେ ମା’ ହରଚଣ୍ଡୀଙ୍କ ଜଗଧାତ୍ରୀ ବେଶ ସମ୍ପନ୍ନ

ନିଶ୍ଚିନ୍ତକୋଇଲି,୧୫ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲ ପଞ୍ଚାୟତରେ ମା’ ହରଚଣ୍ଡୀଙ୍କ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଥିଲା। ତେବେ କଡ଼ା ସୁରକ୍ଷା ବଳୟରେ ସୋମବାର ମା’ଙ୍କର ପୂଜା କରାଯାଇଛି। ୫ଜଣ ସେବାୟତ ଏଥିରେ…

ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତ ଗିରଫ: ଟଙ୍କା, ଗାଡ଼ି ଜବତ

ରଣପୁର, ୧୫।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରେ ଗତ ୧୨ ତାରିଖରେ ଘଟିଥିବା ଲୁଟ୍‌ ଘଟଣାରେ ପୋଲିସ ସୋମବାର ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ସଦର ଥାନା ଅଞ୍ଚଳର ବାଦଲ ଭୁୟାଁ, କୁନା ନାୟକ ଏବଂ…

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ୧୯ ଘଣ୍ଟା ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ ସୋମବାର ସକାଳେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ହରିକୃଷ୍ଣନଗରରେ ଲୁଟେରାମାନେ…

ଭଦ୍ରକରେ ନୂଆ ୧୯ ପଜିଟିଭ୍‌: ୧୭୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୫ା୬ : ସୋମବାର ଭଦ୍ରକ ଜିଲାରୁ ୧୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୫୧ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ…

ଶେରଗଡ଼ରେ ଜଳମଗ୍ନ ଚାଷଜମି, ଝିଣ୍ଟିକା ଦଳ ଦେଖି ଫେରିଲେ କୃଷି ବିଭାଗ ଅଧିକାରୀ

ଶେରଗଡ଼,୧୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ର ଜଳମଗ୍ନ ଚାଷଜମି ଓ ଝିଣ୍ଟିକା ଦଳ ଦେଖି କୃଷି ବିଭାଗର ଅଧିକାରୀମାନେ ଫେରିଯାଇଛନ୍ତି। କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଅଜୟ କୁମାର ନାୟକ, ପିତ୍ତଳ କୃଷି ଅଧିକାରୀ ବିଶ୍ୱନାଥ…

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା। ପରେ ସେ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ…

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା ଗ୍ରାମରେ। କମ୍‌ ବୟସରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ସେ ଏକ ସ୍ବତନ୍ତ୍ର ସ୍ଥାନ…

କଟକରେ ୬ ବର୍ଷର ଝିଅ କରୋନା ପଜିଟିଭ

କଟକ ଅଫିସ,୧୫।୬: କଟକ ସହରରେ ଜଣେ ୬ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ହେଉଛନ୍ତି ଗତ ୧୩ ତାରିଖରେ କଟକ ଅରୁଣଦୟ ନଗରରୁ ପଜିଟିଭ ଚିହ୍ନଟ ହୋଇଥିବା ୩୭ ବର୍ଷୀୟ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?