ଚିତ୍ରକଳା ଯାଦୁକର କୁବେର

ବଇଣ୍ଡା, ୨୬ା୭(ଡି.ଏନ.ଏ.)  ତାଙ୍କ ତୂଳୀରେ ରହିଛି ଯାଦୁ। ସ୍ପର୍ଶ ମାତ୍ରକେ ଚିତ୍ରସବୁ ଯେମିତି ହୋଇଉଠନ୍ତି ଜୀବନ୍ତ। ସ୍କୁଲରୁ ଆର୍ଟ କଲେଜ ଯାଏ ସେ ଆଙ୍କିଛନ୍ତି ଅନେକ ଚିତ୍ର। କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ହେଉ ଅବା ପ୍ରକୃତିର, ସବୁଥିରେ ରହିଛି ତାଙ୍କ ଯାଦୁକରୀ କଳାର ଛାପ। ଏହା ହିଁ ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ମିଳିଛି ୭୦ ପୁରସ୍କାର। ଏବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଏହି ଯୁବ ଚିତ୍ରଶିଳ୍ପୀ ହେଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତ ଅଙ୍ଗପଡା ଗ୍ରାମର କୁବେର ବାରିକ (୩୦)।
କୁବେରଙ୍କ କହିବା ଅନୁଯାୟୀ, ୭ମ ଶ୍ରେଣୀରୁ ଆରମ୍ଭ ହୋଇଥିଲା ଏହି ସାଧନା। ଚିତ୍ର ଆଙ୍କି ସେ ବିଦ୍ୟାଳୟରେ ପ୍ରଥମ ହୋଇଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି। ପ୍ରତିଦିନ ପେନ୍‌ସିଲରେ ବିଭିନ୍ନ ଚିତ୍ର ଆଙ୍କି ସେଥିରେ ଜୀବନ ଦେବାକୁ ଚେଷ୍ଟା କରୁଥିଲେ। ପରେ ଏହା ତାଙ୍କ ନିଶାରେ ପରିଣତ ହୋଇଗଲା। ୨୦୦୬ରେ ମାଟ୍ରିକ ପରୀକ୍ଷା ଦେଇସାରିବା ପରେ ବାମୁରର ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଠାରୁ ଏ ନେଇ ତାଲିମ ନେଲେ। ଯୁକ୍ତ ୩ ପରେ ଭୁବନେଶ୍ୱରସ୍ଥିତ ଆର୍ଟ କଲେଜରେ ପିଜି କଲେ। ଏଥିସହ ଅନେକ ଚିତ୍ର ଆଙ୍କି ଚର୍ଚ୍ଚାର ପରିସରକୁ ଆସିଲେ। କଲେଜରେ ପଢୁଥିବାବେଳେ ମହାବିଦ୍ୟାଳୟସ୍ତରୀୟ ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସୂଚନା ଭବନରେ ପୁରସ୍କାର ଗ୍ରହଣ କରିଥିଲେ। ଗାଁଠାରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରେ ୭୦ଟି ସ୍ଥାନରୁ ତାଙ୍କୁ ପୁରସ୍କାର ମିଳିପାରିଛି। ମହାରାଷ୍ଟ୍ରର ପ୍ରଫୁଲ୍ଲ ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଚିତ୍ରଶିଳ୍ପୀ ପୁରସ୍କାର ପାଇଛନ୍ତି। ବିଭିନ୍ନ ଟିଭି ଶୋ’ରେ ଭାଗ ନେଇ ସେ ତାଙ୍କ କଳା ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରତିଭା ଦେଖାଇବା ଅପେକ୍ଷାରେ ରହିଥିବା କୁବେର ପ୍ରକାଶ କରିଛନ୍ତି। ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କୋଭିଡ୍‌-୧୯ ଅନ୍‌ଲାଇନ ଚିତ୍ରକଳା ପ୍ରତିଯୋଗିତାରେ ତାଙ୍କ ଚିତ୍ର ଜୁରି ସଦସ୍ୟଙ୍କ ଦ୍ୱାରା ମନୋନୀତ ସହ ପୁରସ୍କୃତ ନିମନ୍ତେ ତାଲିକାଭୁକ୍ତ ହୋଇଥିବା କୁବେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନମୁକ୍ତ ଯୋଜନା ପ୍ରହସନ

ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ...

ଜିଲାରେ ୨୬୪.୬ ମିମି ବର୍ଷା: ରାଜପଥରେ ଆଣ୍ଠୁଏ ପାଣି

ଅନୁଗୋଳ ଅଫିସ, ୯।୯ :ଲଗାଣ ବର୍ଷା ପରେ ରବିବାର ସକାଳୁ ପାଗ ଟିକେ ଶୁଖିଲା ଥିଲା। ଏପରି କି ମଧ୍ୟାହ୍ନ ପର୍ଯ୍ୟନ୍ତ ସହରର ପାଗ ଭଲ...

୧୫୦ ପରିବାର ସ୍ଥାନାନ୍ତର

ବନ୍ତଳା,୧୫ା୮ (ଡି.ଏନ.ଏ.) ମହାନଦୀରେ ବନ୍ୟା ଯୋଗୁ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡା ପଞ୍ଚାୟତର ୪ ଗାଁ ପାଣି ଘେରରେ ରହିଛି। ତେବେ ଉକ୍ତ ଗାଁରୁ...

ମେଶିନ କରିବ ସହର ସଫେଇ

ଅନୁଗୋଳ ଅଫିସ, ୧୧ା୧୦: ଅନୁଗୋଳ ସହର ପ୍ରଦୂଷଣ ବଳୟ ଭିତରେ ରହୁଛି। ବିଭିନ୍ନ ସମୟରେ ଏହି ପ୍ରଦୂଷଣ ପାଇଁ ସହରୀ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ...

କ୍ଷୟକ୍ଷତି ଘଟାଉଛନ୍ତି ୨୨ ହାତୀ

ଅନୁଗୋଳ ଅଫିସ,୭ା୧୦: ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜକୁ ପଶି ଆସିଥିବା ଛତିଶଗଡ଼ର ୨୨ ହାତୀ ୨ ଦିନ ହେବ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏହି ପଲରେ...

ପୁନରାବୃତ୍ତି ହେବନି କହିଲେ ସିଡିଏମ୍‌ଓ

ଅନୁଗୋଳ ଅଫିସ, ୧୫।୧୨ ଅନେକ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଆହତ କିମ୍ବା ଗୁରୁତର ହୋଇ ବ୍ୟକ୍ତି ମେଡିକାଲକୁ ଆସୁଥିଲେ ହେଁ ଏ ସମ୍ପର୍କରେ ଜିଲା ମୁଖ୍ୟ...

ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା...

ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ

ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ...

Advertisement
Archives

Model This Week