ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର ତହସିଲ ଅଫିସ ଖୋଲିଲା ପରେ ଜବତ ଗାଡି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହାକୁ ନେଇ ବନ ବିଭାଗ ଓ ଜିଲା ପ୍ରଶାସନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପାଟଣାଗଡ଼ ବନବିଭାଗ ତରଫରୁ ପିପଲଡାବର ଗ୍ରାମଠାରୁ ଗୟଲମରା ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା କାମ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କରାଯାଉଛି। ଏହି ରାସ୍ତାକାମ ପାଇଁ ୪,୪୪,୨୮୨ ଟଙ୍କା ବ୍ୟୟ ଅଟକଳ ରହିଛି। ହେଲେ ଶ୍ରମିକ ଲଗା ନ ଯାଇ ପାଟଣାଗଡ଼ ବନବିଭାଗ ଦ୍ୱାରା ଜେସିବି ଦ୍ୱାରା କାମ କରାଯାଉଥିଲା। ସେହି କାମ ପାଇଁ ପିପଲଡାବରଠାରେ ଥିବା ଗୋଚର ଜମିରୁ ଜେସିବି ଲଗାଇ ଟ୍ରାକ୍ଟରରେ ମୋରମ ଚାଲାଣ କରାଯାଉଥିଲା। ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଟଣାଗଡ ସହକାରୀ ଜିଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଚଢାଉ କରି ଜେସିବି ଏବଂ ଟ୍ରାକ୍ଟରଗୁଡିକୁ ଜବତ କରିଥିଲେ। ଏବେ ସେହି ଗାଡ଼ିଗୁଡିକ ପାଟଣାଗଡ ଥାନା ହେପାଜତରେ ରହିଛି।
ଏ ନେଇ ପାଟଣାଗଡ ରେଞ୍ଜର ବାସୁଦେବ ନାଥଙ୍କୁ ପଚାରିବାରୁ ଫରେଷ୍ଟର ଏହି କାମର ଦାୟିତ୍ୱରେ ଥିଲେ। ଏହା ସରକାରୀ କାମ ହୋଇଥିବାରୁ ମୋରମ ଉଠାଇବାକୁ ପ୍ରଶାସନର କୌଣସି ସ୍ବୀକୃତି ଦରକାର ନାହିଁ। ବର୍ତ୍ତମାନ ଲକ୍‌ଡାଉନରେ ଶ୍ରମିକ ମିଳୁ ନ ନାହାନ୍ତି। ଶୀଘ୍ର କାମ ସାରିବା ପାଇଁ ମେଶିନ ଲଗାଇ କାମ କରାଯାଉଥିଲା ବୋଲି ସେ କହିଛନ୍ତି। ଏ ନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସାହୁଙ୍କୁ ପଚାରିବାରୁ କେଉଁ କାମ କିପରି ଭାବେ ହେଉଥିଲା ତାହା ଅନୁସନ୍ଧାନ ପରେ ଜଣାପଡିବ। ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

ବଲାଙ୍ଗୀର ଅଫିସ, ୩୦ା୫-ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମୁତାବକ ଶନିବାର ଅପରାହ୍ଣ ସାଢ଼େ ୫ଟାରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ଓ ଜନସାଧାରଣ ବନ୍ଦେ ଉତ୍କଳ...

ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ...

ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ  କାର୍ଡ ବଣ୍ଟନ କରିଛନ୍ତି।...

ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର...

୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ...

ଅପରାଧୀଙ୍କୁ ସାବାଡ଼ କରିବ ମିଶନ୍‌ ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏବେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛି। ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ...

ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ...

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

Advertisement
Archives

Model This Week