ଧରାପଡ଼ିଲେ ଫେରାର ଆଜୀବନ କଏଦୀ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲ୍‌ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଚମ୍ପଟ ମାରିଥିଲେ। ଶନିବାର ସନ୍ଧ୍ୟାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତଗର୍ର୍ତ ରେହେଡ଼ାକୋଚା ଗ୍ରାମ ରାସ୍ତାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି। କଏଦୀ ଜଣକ ହେଲେ ତିରିଂ ଥାନା ଅଞ୍ଚଳର ଡମାନ ମାରାଣ୍ଡି। ୨୦୧୩ରେ ଏକ ହତ୍ୟା ମାମଲାରେ ସେ କୋର୍ଟ ଚାଲାଣ ହୋଇଥିଲେ। ୨୦୧୬ରେ ରାଇରଙ୍ଗପୁର ଅତିରିକ୍ତ ଜିଲା ଦୌରା ଜଜ୍‌ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଶୁକ୍ରବାର ବାରିପଦାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ସନ୍ଧ୍ୟା ୫ଟା ସମୟରେ ବିଶୋଇ ଥାନା ଅଧୀନ କୁନ୍ଦୁଳିଆ ଗ୍ରାମ ନିକଟରେ ଶୌଚ ହେବା ବାହାନାରେ ଗାଡ଼ିରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍‌ କନଷ୍ଟେବଲ ଜିତେନ୍ଦ୍ର ମାରାଣ୍ଡି ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri