ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର ‘ମାଟିର ମଣିଷ’ରେ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା ଏହି ଅଭୁଲା ଗୀତ। ପ୍ରକୃତି, ପକ୍ଷୀ ଆଉ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଅତି ସାବଲୀଳ ଭାବରେ ଦର୍ଶାଯାଇଛି ଏହି ଗୀତରେ। ପରିବେଶର ବନ୍ଧୁ ଭାବେ ମାନବ ସଭ୍ୟତା ସହିତ ସମାନ୍ତରାଳ ରୂପେ ରହି ଆସିଥିବା ପକ୍ଷୀଙ୍କ ପାଇଁ ଦୀର୍ଘ ସମୟରୁ ରହିଛି ଅନେକ ସମ୍ବେଦନଶୀଳତା। କେବଳ ସାମାଜିକ ନୁହେଁ, ଆର୍ଥିକ ଏବଂ ଧର୍ମୀୟ ଭାବନାରେ ମଧ୍ୟ ଏମାନେ ଦଖଲ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ନୂଆ ରେକୁଳା ଗ୍ରାମରେ ‘ମଣିଷ-ପକ୍ଷୀ’ଙ୍କ ସମ୍ପର୍କକୁ ଦେଖିଲେ ଏହା ସହଜରେ ବାରି ହୋଇଯାଏ।
କାମାକ୍ଷାନଗର ଏନଏସି ଅନ୍ତର୍ଗତ ନୂଆରେକୁଳା ଗ୍ରାମ ଏବେ ଦେଶୀୟ ପକ୍ଷୀଙ୍କ କଳରବରେ ମୁଖରିତ। ଚଳିତବର୍ଷ ପାଖାପାଖି ୧୦,୦୦୦ ପକ୍ଷୀ ପ୍ରଜନନ ଲାଗି ଗ୍ରାମର ବଡ଼ ବଡ଼ ୭ଟି ଗଛରେ ବସା ବାନ୍ଧିଛନ୍ତି। ଜୁନ୍‌ରୁ ସେମାନଙ୍କ ଆଗମନ ହୋଇସାରିଥିବାବେଳେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି। ଅକ୍ଟୋବରରେ ଅଣ୍ଡା ଫୁଟିବା ପରେ ସେମାନେ ପୁଣି ନିଜ ନିଜ ପ୍ରାକୃତିକ ଆବାସସ୍ଥଳୀକୁ ବାହୁଡ଼ିଯିବେ। ତେବେ ଗଣ ଅଣ୍ଡାଦାନ ସମୟରେ ୪-୫ମାସ ଗ୍ରାମବାସୀଙ୍କ ପାଇଁ ଏହି ଦେଶୀୟ ପକ୍ଷୀ ପାଲଟି ଯାଆନ୍ତି ଅତିଥି। ସେମାନଙ୍କୁ ଖୁଦ, ଚୋକଡ଼ ଖୁଆଇବା, ବସାରୁ ଛୋଟ ପକ୍ଷୀ ପଡ଼ିଗଲେ ତାହାର ଯତ୍ନନେବା, ଶିକାରୀଙ୍କ କବଳରୁ ସୁରକ୍ଷା ଦେବା ଆଦି ପ୍ରମୁଖ କାର୍ଯ୍ୟ ପାଲଟିଯାଏ।
ଗ୍ରାମବାସୀଙ୍କ କହିବା କଥା, ପକ୍ଷୀମାନେ ପ୍ରାୟ ୪୦ ବର୍ଷ ହେଲା ଗ୍ରାମର ହାଡ଼ଯୋଡ଼ା କେନ୍ଦ୍ର ନିକଟରେ ଥିବା ଗଛରେ ବସା ବାନ୍ଧୁଥିଲେ। ୪-୫ ବର୍ଷ ଧରି ଅନେକ ଗଛରେ ନୀଡ଼ ବାନ୍ଧୁଛନ୍ତି। ଦେଶୀୟ ପକ୍ଷୀଙ୍କ ଆଗମନ ଗ୍ରାମକୁ ସମୃଦ୍ଧ କରୁଥିବା ବିଶ୍ୱାସ ରହିଛି। ଯେତେ ପକ୍ଷୀ ଆସିବେ ସମସ୍ତଙ୍କ ପାଇଁ ସେତେ ମଙ୍ଗଳ ହେବ। ତେଣୁ ଗ୍ରାମବାସୀ ଏହି ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅନ୍ୟପଟେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦଳଦଳ ହୋଇ ରଙ୍ଗବେରଙ୍ଗର ପକ୍ଷୀଙ୍କ ଉଠିବା ଦୃଶ୍ୟ ବେଶ୍‌ ମନୋରମ ପରିବେଶ ସୃଷ୍ଟି କରୁଛି। ପକ୍ଷୀଙ୍କ ମୁଖ୍ୟ ଆହାର କୀଟପତଙ୍ଗ ହୋଇଥିବାବେଳେ ସେମାନେ ପରୋକ୍ଷରେ ଚାଷୀଙ୍କ ଉପକାରରେ ଆସୁଥିବା ଗ୍ରାମବାସୀ ମତ ରଖିଛନ୍ତି।

ପରିବେଶ ସନ୍ତୁଳନରେ ସହାୟକ
କାମାକ୍ଷାନଗର ବ୍ଲକ ରେକୁଳା ଗ୍ରାମକୁ ପ୍ରତିବର୍ଷ ୬ରୁ ୭ ପ୍ରଜାତିର ପକ୍ଷୀ ଆସି ପ୍ରଜନନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ କ୍ୟାଟେଲ ଇଗ୍ରେଟ, ଲିଟିଲ କାର୍ମୋରାଲ, ଲିଟିଲ ଇଗ୍ରେଟ, ମିଡିଲ ଇଗ୍ରେଟ, ପଣ୍ଡ ହେରନ୍‌ (କାଣ୍ଟି ବଗ) ଅନ୍ୟତମ। ପ୍ରଜନନ ପୂର୍ବରୁ ସେମାନେ ସୁରକ୍ଷିତ ଜାଗା ବାଛିଥାନ୍ତି ଏବଂ ପ୍ରତିବର୍ଷ ସେହି ସ୍ଥାନକୁ ଆସି ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଛୋଟ ମାଛ, ପୋକଜୋକ, ଟିଙ୍କ ଜାତୀୟ କୀଟ ଏମାନଙ୍କ ପ୍ରମୁଖ ଖାଦ୍ୟ। ପ୍ରଜନନ ସମୟରେ ମାଈ ପକ୍ଷୀମାନେ ରଙ୍ଗ ବଦଳାଇଥାନ୍ତି, ଯାହା ବିଦେଶୀ ପକ୍ଷୀ ଭଳି ଖୁବ୍‌ ଆକର୍ଷଣୀୟ। ପରିବେଶ ସନ୍ତୁଳନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
– ସଞ୍ଜୟ କୁମାର ରାଉତ, ତହସିଲଦାର ତଥା ପକ୍ଷୀ ଗବେଷକ

ସୁରକ୍ଷା ଦେବାକୁ ସମସ୍ତ ଉଦ୍ୟମ କରାଯାଉଛି
ଓଡ଼ିଶାର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଢେଙ୍କାନାଳ ଜିଲାର ଭୌଗୋଳିକସ୍ଥିତି ଏହାକୁ ବାତ୍ୟାବନ୍ୟା ଭଳି ବିଭୀଷିକାରୁ ସୁରକ୍ଷା ଦେଇଆସିଛି। କାମାକ୍ଷାନଗର ଅଞ୍ଚଳର ପରିବେଶ ଏଭଳି ଦେଶୀୟ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏଠାରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଛି। କେବଳ ରେକୁଳା ନୁହେଁ, ଅଞ୍ଚଳର ଏପରି ଅନେକ ଗ୍ରାମରେ ପ୍ରଜନନ ସମୟରେ ପକ୍ଷୀମାନେ ଆସି ବସା ବାନ୍ଧୁଛନ୍ତି। ମଣିଷ ଭଳି ଜୀବଜନ୍ତୁଙ୍କ ମଧ୍ୟ ବିଚାର ଶକ୍ତି ରହିଛି। ଏପରି ପ୍ରଜାତିର ପକ୍ଷୀଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେବାକୁ ବନ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ଏଥିରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ ମିଳୁଛି।
– ବିଭୁଦାନନ୍ଦ ମିଶ୍ର, ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ

୪ ମାସର ଅତିଥି
୪୦ବର୍ଷ ହେଲା ଏହି ପ୍ରଜାତିର ପକ୍ଷୀମାନେ ଦଳଦଳ ହୋଇ ଆସୁଛନ୍ତି। ଗ୍ରାମର ହାଡ଼ଯୋଡ଼ା କେନ୍ଦ୍ର ନିକଟ ଆଖାପଖ ଗଛଗୁଡ଼ିକରେ ଏମାନେ ବସା ବାନ୍ଧି ଅଣ୍ଡା ଦିଅନ୍ତି। ପାଖାପାଖି ଚାରି ମାସ ପକ୍ଷୀମାନେ ଅତିଥି ହୋଇ ଗଁାରେ ରୁହନ୍ତି। ଏମାନଙ୍କ ମଳରେ ପରିବେଶ ପୂତ୍ତିଗନ୍ଧମୟ ହୋଇପଡ଼େ। ତଥାପି ଏଭଳି ସୁନ୍ଦର ପକ୍ଷୀଙ୍କୁ ହତାଦର କରିବାକୁ
ମନଯାଏନି। ବାହୁଡ଼ିବା ଯାଏ ଗ୍ରାମବାସୀ ସେମାନଙ୍କ ଯତ୍ନ ନେଇଥାନ୍ତି। ବସାରୁ ଶାବକ ପକ୍ଷୀଟିଏ ପଡ଼ିଗଲେ ସେ ବଞ୍ଚତ୍ପାରିବ ତାହାର ଦାୟିତ୍ୱ ନିଆଯାଏ। ଖାଇବାକୁ ଖୁଦ ଦିଆଯାଏ। ଏମାନେ ଆସିଲେ ଗ୍ରାମର ମଙ୍ଗଳ ହେଉଥିବା ବିଶ୍ୱାସ ରହିଛି।
– ବୈଦ୍ୟରାଜ ସର୍ବେଶ୍ବର ପାତ୍ର, ରେକୁଳା ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?