ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର ‘ମାଟିର ମଣିଷ’ରେ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା ଏହି ଅଭୁଲା ଗୀତ। ପ୍ରକୃତି, ପକ୍ଷୀ ଆଉ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଅତି ସାବଲୀଳ ଭାବରେ ଦର୍ଶାଯାଇଛି ଏହି ଗୀତରେ। ପରିବେଶର ବନ୍ଧୁ ଭାବେ ମାନବ ସଭ୍ୟତା ସହିତ ସମାନ୍ତରାଳ ରୂପେ ରହି ଆସିଥିବା ପକ୍ଷୀଙ୍କ ପାଇଁ ଦୀର୍ଘ ସମୟରୁ ରହିଛି ଅନେକ ସମ୍ବେଦନଶୀଳତା। କେବଳ ସାମାଜିକ ନୁହେଁ, ଆର୍ଥିକ ଏବଂ ଧର୍ମୀୟ ଭାବନାରେ ମଧ୍ୟ ଏମାନେ ଦଖଲ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ନୂଆ ରେକୁଳା ଗ୍ରାମରେ ‘ମଣିଷ-ପକ୍ଷୀ’ଙ୍କ ସମ୍ପର୍କକୁ ଦେଖିଲେ ଏହା ସହଜରେ ବାରି ହୋଇଯାଏ।
କାମାକ୍ଷାନଗର ଏନଏସି ଅନ୍ତର୍ଗତ ନୂଆରେକୁଳା ଗ୍ରାମ ଏବେ ଦେଶୀୟ ପକ୍ଷୀଙ୍କ କଳରବରେ ମୁଖରିତ। ଚଳିତବର୍ଷ ପାଖାପାଖି ୧୦,୦୦୦ ପକ୍ଷୀ ପ୍ରଜନନ ଲାଗି ଗ୍ରାମର ବଡ଼ ବଡ଼ ୭ଟି ଗଛରେ ବସା ବାନ୍ଧିଛନ୍ତି। ଜୁନ୍‌ରୁ ସେମାନଙ୍କ ଆଗମନ ହୋଇସାରିଥିବାବେଳେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି। ଅକ୍ଟୋବରରେ ଅଣ୍ଡା ଫୁଟିବା ପରେ ସେମାନେ ପୁଣି ନିଜ ନିଜ ପ୍ରାକୃତିକ ଆବାସସ୍ଥଳୀକୁ ବାହୁଡ଼ିଯିବେ। ତେବେ ଗଣ ଅଣ୍ଡାଦାନ ସମୟରେ ୪-୫ମାସ ଗ୍ରାମବାସୀଙ୍କ ପାଇଁ ଏହି ଦେଶୀୟ ପକ୍ଷୀ ପାଲଟି ଯାଆନ୍ତି ଅତିଥି। ସେମାନଙ୍କୁ ଖୁଦ, ଚୋକଡ଼ ଖୁଆଇବା, ବସାରୁ ଛୋଟ ପକ୍ଷୀ ପଡ଼ିଗଲେ ତାହାର ଯତ୍ନନେବା, ଶିକାରୀଙ୍କ କବଳରୁ ସୁରକ୍ଷା ଦେବା ଆଦି ପ୍ରମୁଖ କାର୍ଯ୍ୟ ପାଲଟିଯାଏ।
ଗ୍ରାମବାସୀଙ୍କ କହିବା କଥା, ପକ୍ଷୀମାନେ ପ୍ରାୟ ୪୦ ବର୍ଷ ହେଲା ଗ୍ରାମର ହାଡ଼ଯୋଡ଼ା କେନ୍ଦ୍ର ନିକଟରେ ଥିବା ଗଛରେ ବସା ବାନ୍ଧୁଥିଲେ। ୪-୫ ବର୍ଷ ଧରି ଅନେକ ଗଛରେ ନୀଡ଼ ବାନ୍ଧୁଛନ୍ତି। ଦେଶୀୟ ପକ୍ଷୀଙ୍କ ଆଗମନ ଗ୍ରାମକୁ ସମୃଦ୍ଧ କରୁଥିବା ବିଶ୍ୱାସ ରହିଛି। ଯେତେ ପକ୍ଷୀ ଆସିବେ ସମସ୍ତଙ୍କ ପାଇଁ ସେତେ ମଙ୍ଗଳ ହେବ। ତେଣୁ ଗ୍ରାମବାସୀ ଏହି ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅନ୍ୟପଟେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦଳଦଳ ହୋଇ ରଙ୍ଗବେରଙ୍ଗର ପକ୍ଷୀଙ୍କ ଉଠିବା ଦୃଶ୍ୟ ବେଶ୍‌ ମନୋରମ ପରିବେଶ ସୃଷ୍ଟି କରୁଛି। ପକ୍ଷୀଙ୍କ ମୁଖ୍ୟ ଆହାର କୀଟପତଙ୍ଗ ହୋଇଥିବାବେଳେ ସେମାନେ ପରୋକ୍ଷରେ ଚାଷୀଙ୍କ ଉପକାରରେ ଆସୁଥିବା ଗ୍ରାମବାସୀ ମତ ରଖିଛନ୍ତି।

ପରିବେଶ ସନ୍ତୁଳନରେ ସହାୟକ
କାମାକ୍ଷାନଗର ବ୍ଲକ ରେକୁଳା ଗ୍ରାମକୁ ପ୍ରତିବର୍ଷ ୬ରୁ ୭ ପ୍ରଜାତିର ପକ୍ଷୀ ଆସି ପ୍ରଜନନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ କ୍ୟାଟେଲ ଇଗ୍ରେଟ, ଲିଟିଲ କାର୍ମୋରାଲ, ଲିଟିଲ ଇଗ୍ରେଟ, ମିଡିଲ ଇଗ୍ରେଟ, ପଣ୍ଡ ହେରନ୍‌ (କାଣ୍ଟି ବଗ) ଅନ୍ୟତମ। ପ୍ରଜନନ ପୂର୍ବରୁ ସେମାନେ ସୁରକ୍ଷିତ ଜାଗା ବାଛିଥାନ୍ତି ଏବଂ ପ୍ରତିବର୍ଷ ସେହି ସ୍ଥାନକୁ ଆସି ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଛୋଟ ମାଛ, ପୋକଜୋକ, ଟିଙ୍କ ଜାତୀୟ କୀଟ ଏମାନଙ୍କ ପ୍ରମୁଖ ଖାଦ୍ୟ। ପ୍ରଜନନ ସମୟରେ ମାଈ ପକ୍ଷୀମାନେ ରଙ୍ଗ ବଦଳାଇଥାନ୍ତି, ଯାହା ବିଦେଶୀ ପକ୍ଷୀ ଭଳି ଖୁବ୍‌ ଆକର୍ଷଣୀୟ। ପରିବେଶ ସନ୍ତୁଳନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
– ସଞ୍ଜୟ କୁମାର ରାଉତ, ତହସିଲଦାର ତଥା ପକ୍ଷୀ ଗବେଷକ

ସୁରକ୍ଷା ଦେବାକୁ ସମସ୍ତ ଉଦ୍ୟମ କରାଯାଉଛି
ଓଡ଼ିଶାର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଢେଙ୍କାନାଳ ଜିଲାର ଭୌଗୋଳିକସ୍ଥିତି ଏହାକୁ ବାତ୍ୟାବନ୍ୟା ଭଳି ବିଭୀଷିକାରୁ ସୁରକ୍ଷା ଦେଇଆସିଛି। କାମାକ୍ଷାନଗର ଅଞ୍ଚଳର ପରିବେଶ ଏଭଳି ଦେଶୀୟ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏଠାରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଛି। କେବଳ ରେକୁଳା ନୁହେଁ, ଅଞ୍ଚଳର ଏପରି ଅନେକ ଗ୍ରାମରେ ପ୍ରଜନନ ସମୟରେ ପକ୍ଷୀମାନେ ଆସି ବସା ବାନ୍ଧୁଛନ୍ତି। ମଣିଷ ଭଳି ଜୀବଜନ୍ତୁଙ୍କ ମଧ୍ୟ ବିଚାର ଶକ୍ତି ରହିଛି। ଏପରି ପ୍ରଜାତିର ପକ୍ଷୀଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେବାକୁ ବନ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ଏଥିରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ ମିଳୁଛି।
– ବିଭୁଦାନନ୍ଦ ମିଶ୍ର, ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ

୪ ମାସର ଅତିଥି
୪୦ବର୍ଷ ହେଲା ଏହି ପ୍ରଜାତିର ପକ୍ଷୀମାନେ ଦଳଦଳ ହୋଇ ଆସୁଛନ୍ତି। ଗ୍ରାମର ହାଡ଼ଯୋଡ଼ା କେନ୍ଦ୍ର ନିକଟ ଆଖାପଖ ଗଛଗୁଡ଼ିକରେ ଏମାନେ ବସା ବାନ୍ଧି ଅଣ୍ଡା ଦିଅନ୍ତି। ପାଖାପାଖି ଚାରି ମାସ ପକ୍ଷୀମାନେ ଅତିଥି ହୋଇ ଗଁାରେ ରୁହନ୍ତି। ଏମାନଙ୍କ ମଳରେ ପରିବେଶ ପୂତ୍ତିଗନ୍ଧମୟ ହୋଇପଡ଼େ। ତଥାପି ଏଭଳି ସୁନ୍ଦର ପକ୍ଷୀଙ୍କୁ ହତାଦର କରିବାକୁ
ମନଯାଏନି। ବାହୁଡ଼ିବା ଯାଏ ଗ୍ରାମବାସୀ ସେମାନଙ୍କ ଯତ୍ନ ନେଇଥାନ୍ତି। ବସାରୁ ଶାବକ ପକ୍ଷୀଟିଏ ପଡ଼ିଗଲେ ସେ ବଞ୍ଚତ୍ପାରିବ ତାହାର ଦାୟିତ୍ୱ ନିଆଯାଏ। ଖାଇବାକୁ ଖୁଦ ଦିଆଯାଏ। ଏମାନେ ଆସିଲେ ଗ୍ରାମର ମଙ୍ଗଳ ହେଉଥିବା ବିଶ୍ୱାସ ରହିଛି।
– ବୈଦ୍ୟରାଜ ସର୍ବେଶ୍ବର ପାତ୍ର, ରେକୁଳା ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri