ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରୁଛି। ମୟୂରଭଞ୍ଜ ଜିଲାର ଅଧିକାଂଶ ମହିଳା ଏହାଦ୍ୱାରା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସେମାନେ ତିଆରି କରୁଥିବା ଉପକରଣ ରାଜ୍ୟର ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି ହେଉଛି। ମୁମ୍ବାଇ, ଅହମ୍ମଦାବାଦ୍‌, ଦିଲ୍ଲୀ ଓ କୋଲକାତାର ବିଭିନ୍ନ ଷ୍ଟଲରେ ମଧ୍ୟ ଏହି ସାମଗ୍ରୀ ଉପଲବ୍ଧ ହୋଇପାରୁଛି।
ଜିଲାର ବିଭିନ୍ନ ସ୍ଥାନରେ ସବାଇ ଘାସ ଚାଷ କରାଯାଉଛି। ଅଧିକାଂଶ ଲୋକ ଏହି ଘାସରୁ ରଶି ତିଆରି କରି ବିକ୍ରି କରୁଛନ୍ତି। ହେଲେ ଆଉ କେତେକ ମହିଳା ଦୁଇ ପାଦ ଆଗେଇ ଏଥିରେ ଘରକରଣା ଜିନିଷ ତିଆରି କରୁଛନ୍ତି। ଏହାକୁ ଭଲ ଦାମରେ ବିକ୍ରି କରି ସେମାନେ ବେଶ୍‌ ଦି’ପଇସା ରୋଜଗାର କରୁଛନ୍ତି। ବାରିପଦା ବ୍ଲକ ବଡ଼ଯୋଡ଼ ପଞ୍ଚାୟତ ଗୁହାଳଡ଼ିହି ଗ୍ରାମ ସବାଇ ଉପତ୍ାଦନ କେନ୍ଦ୍ରର ମହିଳାମାନେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୨୦୧୧ରେ ମାତ୍ର ୧୧ ସଦସ୍ୟାଙ୍କୁ ଗଠିତ ହୋଇଥିବା ଏହି ଗ୍ରୁପ ବ୍ୟାଙ୍କ୍‌ରୁ କିଛି ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୩ରେ ଓରମାସ୍‌ ତାଙ୍କୁ ସହଯୋଗର ହାତ ବଢ଼ାଇବା ସହିତ ସେମାନେ ଉପତ୍ାଦନ କରୁଥିବା ବିଭିନ୍ନ ଜିନିଷକୁ ମାର୍କେଟିଂ କରିବାରେ ସହାୟକ ହୋଇଥିଲା। ସେହିଭଳି ଓରମାସ୍‌ ପକ୍ଷରୁ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଫଳରେ ମହିଳାମାନେ ବର୍ତ୍ତମାନ ମେଶିନ୍‌ ଓ ହାତରେ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ପାରଙ୍ଗମ ହୋଇ ପାରିଛନ୍ତି। ଏହି ଗ୍ରୁପରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୧୩ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୬୧ ସଦସ୍ୟା ରହିଛନ୍ତି। ସେମାନଙ୍କର ମାସିକ ଆୟ ୫ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି। ଯେଉଁ ମାସରେ ଜିନିଷର ଚାହିଦା ରହୁଛି, ସେହି ମାସରେ ଆୟ ଅଧିକ ହେଉଛି। ଗ୍ରୁପର ସମ୍ପାଦକ ଉଷାରାଣୀ ନାୟକ କୁହନ୍ତି, ମହିଳାମାନେ ସକାଳ ୧୦ଟାରୁ ଘର କାମ ସାରି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। କିଛି ଘାସ ଚାଷ କରାଯାଉଥିବା ବେଳେ ଅବଶିଷ୍ଟ କିଣା ଯାଉଥିବା ସେ ପ୍ରକାଶ କରିଥିଲେ। ଜିଲାର ଉଦଳା, ବେତନଟୀ, କୁଳିଅଣା, ଶୁଳିଆପଦା ଆଦି ବ୍ଲକରେ ମଧ୍ୟ ଅନ୍ୟ ମହିଳାମାନେ ସବାଇ ଉତ୍ପାଦନ କେନ୍ଦ୍ର କରି ବିଭିନ୍ନ ଉପକରଣ ପ୍ରସ୍ତୁତ କରୁଛନ୍ତି। ଜିଲା ଓରମାସ୍‌ର ଡେପୁଟି ସିଇଓ ବିମାନ ମଲ୍ଲ କୁହନ୍ତି ୨୦୧୩ରେ ଉକ୍ତ କ୍ଲଷ୍ଟରକୁ ସହାୟତା ପ୍ରଦାନ କରାଯାଇଥିଲା। ମହିଳମାନଙ୍କୁ ଲୋନ୍‌ ଦିଆଯିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ସେମାନେ ସୁନ୍ଦର ଜିନିଷ ଉପତ୍ାଦନ କରିବା ସହ ଭଲ ରୋଜଗାର କରିପାରୁଛନ୍ତି। ଏହାଦ୍ୱାରା କେବଳ ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ନିଜର ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ଗଙ୍ଗାହାର ନଦୀରେ ବନ୍ୟା

କୁଆମରା, ୧୫।୯(ଡି.ଏନ.ଏ.)-କ୍ରମାଗତ ତିନି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ନଦୀର ବନ୍ୟାଜଳ...

ବଜ୍ରପାତରେ ଘର ଜଳିଗଲା

କୁଆମରା,୨୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଦିଘି ନୂଆସାହି ଗ୍ରାମରେ ସୋମବାର ବଜ୍ରପାତ ଘଟି ହାଡିବନ୍ଧୁ ସିଂଙ୍କ ଏକ ବଖରା ଚାଳ...

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ…

ବାଙ୍ଗିରିପୋଷି,୨୮।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ପାଇଁ ବଚସାକୁ କେନ୍ଦ୍ରକରି ନିଜ କକାଙ୍କୁ ହାଣି ହତ୍ୟା...

ବିଶୋଇରେ ଭାରତବନ୍ଦ ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମୀ ଗିରଫ

ବିଶୋଇ,୨୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶୋଇ ବ୍ଲକରେ  ବୁଧବାର ସକାଳ ୬ଟାରୁ ବ୍ଲକସ୍ତରୀୟ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ୪୯ ନଂ. ଜାତୀୟ ରାଜପଥ...

ଉଦ୍ଧାର ହରିଣର ମୃତ୍ୟୁ

ବାରିପଦା ଅଫିସ,୨।୪: ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହୋଇଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ବନ...

ଅମାନିଆଙ୍କୁ ଜରିମାନା

କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ...

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫...

Advertisement
Archives

Model This Week