ଅନୁଗୋଳରେ ପୁଣି ୬ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା
ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି ୪୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ…
ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା
ପୁରୀ ଅଫିସ ୧୫।୬: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା…
ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ
ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍ ପାଣି ଚାଲିଆସିବାରୁ ସେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ନୂଆ ଜୀବନ…
ଘର ଭାଙ୍ଗିଲା ଦନ୍ତା
ପଡ଼ିଆବାହାଲ,୧୫ା୬(ଡି.ଏନ୍.ଏ.): ସୋମବାର ଭୋର୍ରୁ ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ଡୁମୁରିପଡ଼ାଠାରେ ଏକ ଦନ୍ତାହାତୀ ଘର ଭାଙ୍ଗିବାରୁ ଘରେ ଶୋଇଥିବା ଗଙ୍ଗାଧର ମେହେରଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ ଆସି…
ଜାଲ୍ ପ୍ରମାଣପତ୍ରରେ ଚାକିରି, ଭିଜିଲାନ୍ସରେ ମାମଲା: ବ୍ୟାସନଗର ସ୍ବୟଂଶାସିତ କଲେଜର ୩ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ
ଯାଜପୁରରୋଡ,୧୫ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ ଅଭିଯୋଗକୁ ନେଇ ମହାବିଦ୍ୟାଳୟର ୩ ଅଧ୍ୟାପକଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର କାରଣ ଦର୍ଶାଅ ନୋଟିସ (ପତ୍ରସଂଖ୍ୟା ୧୮୯୯୧/୧୧ା୬ା୨୦୨୦) ଦେଇଛନ୍ତି। ସେମାନେ ହେଲେ ଇଂଲିଶ…
ପରିବା ବଜାରରେ ରହୁନି ସାମାଜିକ ଦୂରତା, ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ
ଗଞ୍ଜାମ,୧୫ା୬(ଡି.ଏନ୍.ଏ.): ମହାମାରୀ କରୋନା କବଳରେ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ହେବ ଲୋକେ ନିଜର ଜୀବନ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହାର ମୁକାବିଲା ପାଇଁ ସରକାର ବାରମ୍ବାର ଲକ୍ଡାଉନ୍ ଘୋଷଣା କରିବା ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର…
ମେଶିନ ଦ୍ୱାରା ରଥଟଣା ପ୍ରସ୍ତାବକୁ ବିରୋଧ: ‘ସେବାୟତ ଟାଣିଲେ ହାତୀ ଆବଶ୍ୟକ ପଡ଼ିବ ନାହିଁ’
ପୁରୀ ଅଫିସ,୧୫ା୬: କରୋନା ଯୋଗୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। କେନ୍ଦ୍ର ସରକାର ଏବଂ ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି। କିନ୍ତୁ ସରକାର ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଅପରପକ୍ଷେ…
କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ ହଜାର ଲୋକ ନିଯୁକ୍ତି ହରାଇଛନ୍ତି
ଯାଜପୁର ଅଫିସ,୧୫।୬: ଗତ ୫ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପ କାରଖାନାରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ଠିକା ଶ୍ରମିକ ଏବଂ ୫ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଇତିମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍, ମେସ୍କୋ ଷ୍ଟିଲ୍,…
କରୋନା ଗବେଷଣାରେ ଓଡ଼ିଆ ଯୁବ ବୈଜ୍ଞାନିକ
କଟକ ଅଫିସ,୧୫ା୬: ଶରୀରରେ ଭିଟାମିନ୍-ଡିର ଅଭାବ ରହିଲେ କରୋନାଜନିତ ମୃତ୍ୟୁ ଅଧିକ ହେବ। ଭାରତରେ ଯେଉଁ ସବୁ ସ୍ଥାନରେ କରୋନାଜନିତ ମୃତ୍ୟୁ ଅଧିକ ହୋଇଛି, ସେଠାକାର ଲୋକଙ୍କଠାରେ ଭିଟାମିନ୍-ଡିର ଅଭାବ ବେଶୀ ଦେଖିବାକୁ ମିଳିଛି। କେବଳ ଭାରତ ନୁହେଁ, ବୈଶ୍ୱିକ ସ୍ଥିତିକୁ…
ମାଡ଼ର ପ୍ରତିଶୋଧ ହତ୍ୟାରେ
ରାସୋଳ, ୧୫।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ କୁକୁଟା ଗ୍ରାମର ରାଜମିସ୍ତ୍ରି ବୁନୁ ବେହେରା (୪୦) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚପଡ଼ା ଗ୍ରାମର ପ୍ରଶାନ୍ତ ବେହେରା (୨୮), ତାଙ୍କ ସହଯୋଗୀ ମହେଶ୍ୱର…
ହାଇକୋର୍ଟଙ୍କ ଉପରେ ବଢୁଛି ମାମଲା ବୋଝ
କଟକ ଅଫିସ,୧୫।୬: ଓଡ଼ିଶା ହାଇକୋର୍ଟ ଉପରେ ଦିନକୁ ଦିନ ମାମଲା ବୋଝ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ମାମଲା ରୁଜୁ ହେଉଛି, ସେହି ପରିମାଣରେ ଫଇସଲା ହୋଇପାରୁ ନାହିଁ। କେତେକ ମାମଲା ବହୁ ବର୍ଷ ହେଲା ଗଡୁଛି। ଲକ୍ଡାଉନ୍ ଘୋଷଣା ପରେ…
ରଥଯାତ୍ରା: ଏପଟେ ଆବେଗ, ସେପଟେ ସଂକ୍ରମଣ
ପୁରୀ ଅଫିସ,୧୫ା୬: ଦୂର ହୋଇପାରୁନି ରଥଯାତ୍ରା ଦ୍ୱନ୍ଦ୍ୱ। ଗୋଟେ ପଟେ ଜଗନ୍ନାଥଙ୍କ ପାଇଁ ଓଡ଼ିଆଙ୍କ ଭାବାବେଗ ଓ ଅନ୍ୟପଟେ କରୋନା ମହାମାରୀର ସଂକ୍ରମଣ ଭୟ। ଏଭଳି ସ୍ଥିତିରେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଅପରପକ୍ଷେ ରଥଯାତ୍ରା ବନ୍ଦ କରିବାକୁ…

