ଆସୁଛି ପାର୍ବଣ ଋତୁ: ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର

ବାଲେଶ୍ୱର ଅଫିସ, ୨୬।୭: ଆସୁଛି ପାର୍ବଣ ଋତୁ। ପ୍ରଥମେ ଖୁଦୁରୁକୁଣୀ ପରେ ଗଣେଶ, ବିଶ୍ୱକର୍ମା, ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ, ମନୀଷା ଦେବୀ, କାଳୀପୂଜା ଅନୁଷ୍ଠିତ ହେବ। ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ମୂର୍ତ୍ତି କାରଗିରମାନେ। ୩ ମାସ ପୂର୍ବରୁ ଦିନରାତି ଏକ କରି ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ହେଲେ ଏବେ ମହାମାରୀ କରୋନା ସଂକ୍ରମଣ ଭୟରେ ବହୁ ପର୍ବପର୍ବାଣି ବନ୍ଦ କରାଯାଇଛି। ଆଗକୁ ଏହି ପୂଜା କିପରି ପାଳନ ହେବ, ମୂର୍ତ୍ତି ବିକ୍ରି ହେବ କି ନାହିଁ ସେନେଇ କାରିଗରମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବେଉସାକୁ ବଞ୍ଚାଇ ଜୀବିକା ନିର୍ବାହ କରିବା ସେମାନଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।
ବିଶେଷ କରି ଅଗଷ୍ଟରୁ ମୂର୍ତ୍ତି ବ୍ୟବସାୟ ଆରମ୍ଭ ହୋଇଥାଏ। ବିଶେଷ କରି ଏଥିପାଇଁ ୪ମାସ ପୂର୍ବରୁ ଅର୍ଥାତ୍‌ ଦୋଳପୂର୍ଣ୍ଣିମାଠାରୁ ପ୍ରସ୍ତୁତ ହୋଇଥାନ୍ତି କାରିଗର। ମୂର୍ତ୍ତି ପାଇଁ ନଡ଼ା, ପଟା, ସୂତୁଲି, କଣ୍ଟା, ଅଠା, ରଙ୍ଗ, ମାଟି, ଝୋଟ, ବାଲି ଓ କପଡ଼ା ଆଦି ସଂଗ୍ରହ କରିବାକୁ ପଡ଼ିଥାଏ। ଚଳିତବର୍ଷ କରୋନା କଟକଣା ବାଧକ ସାଜିଛି। ମୂର୍ତ୍ତି ନିର୍ମାଣ ଏବେସୁଦ୍ଧା ଆରମ୍ଭ ହୋଇନାହିଁ। କାରିଗରମାନେ ବାର୍ଷିକ ୩ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ଚଳିତବର୍ଷ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ଦେଖାଦେଇଛି। କାରିଗରମାନେ ନିଜ ପରିବାର ଭରଣପୋଷଣ ପାଇଁ ବେଉସାକୁ ଛାଡ଼ି ଅନ୍ୟ ବ୍ୟବସାୟ କରିବାକୁ ମନସ୍ଥ କରି ସମୟକୁ ଅପେକ୍ଷା କରିଛନ୍ତି।
ବାଲେଶ୍ୱର ଜିଲାରେ ପାଖାପାଖି ୧୬୦୦ରୁ ଊର୍ଦ୍ଧ୍ୱ ମୂର୍ତ୍ତି କାରିଗର ରହିଛନ୍ତି। କେବଳ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଅଞ୍ଚଳର କାରିଗର ରାଜ୍ୟ ତଥା ରାଜ୍ୟ ବାହାରେ ମୂର୍ତ୍ତି ତିଆରି କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ କରୋନା କଟକଣା ଯୋଗୁ କାରିଗରମାନେ ନିରାଶ ହୋଇ ସମୟକୁ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri