ଆମ ଜିଲା ଖବର

ମୁକ୍ତ ହେଲେଣି ୧୬,୭୮୯ କଏଦୀ

କଟକ ଅଫିସ,୩୦।୭: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ବର୍ତ୍ତମାନ କରୋନା ବ୍ୟାପିବାରେ ଲାଗିଛି। ପ୍ରାୟ ୮୫ଟି ଜେଲ୍‌ ମଧ୍ୟରୁ ୮ଟି ଜେଲ୍‌ରେ କରୋନା ପ୍ରବେଶ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରାଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ…

ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ସିଫାର ମୁକ୍ତା ଚାଷୀ

ବାଳକାଟୀ(ଡି.ଏନ.ଏ.)/ପିପିଲି(ସ୍ବ.ପ୍ର.),୩୦।୭:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ‘ସିଫା’ରେ ମୁକ୍ତା ଚାଷ ପ୍ରଶିକ୍ଷଣ କରି ସଫଳତା ହାସଲ କରିଥିବା ଜଣେ ମୁକ୍ତା ଚାଷୀଙ୍କୁ ‘ମନ୍‌ କୀ ବାତ୍‌ ୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା କରିଛନ୍ତି।…

ଜେଲରଙ୍କ ବଦଳି ଦାବିରେ କଏଦୀଙ୍କ ଧାରଣା

ଖୋର୍ଦ୍ଧାଅଫିସ,୩୦ା୭: ଖୋର୍ଦ୍ଧା ସବଜେଲ ମଧ୍ୟରେ ନିମ୍ନମାନର ଖାଦ୍ୟ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣି ଜେଲରଙ୍କ ବଦଳି ଦାବିରେ ବୁଧବାର ସବଜେଲ ପରିସରରେ କେତେଜଣ ଅନ୍ତେବାସୀ ଧାରଣା ଦେଇଥିଲେ। ଖବରପାଇ ଉପଜିଲାପାଳ ଅଶୋକ ବେହୁରିଆ ଯାଇ ବୁଝାଇବା ପରେ ମଧ୍ୟ…

ନନ୍ଦନକାନନ ପାଳିଲା ବ୍ୟାଘ୍ର ଦିବସ

ବାରଙ୍ଗ,୩୦।୭(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଧବାର ଅନ୍‌ଲାଇନ ମାଧ୍ୟମରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରିଛି। କରୋନା ଲାଗି ନନ୍ଦନକାନନ ବନ୍ଦ ଥିବାବେଳେ ବ୍ୟାଘ୍ର ସଂରକ୍ଷଣର ବାର୍ତ୍ତା ଅନଲାଇନରେ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଏହାସହ ବ୍ୟାଘ୍ର ସଂରକ୍ଷଣକୁ ନେଇ ଅନ୍‌ଲାଇନରେ ଏକ…

ସ୍ବର୍ଗଦ୍ୱାର ପୁନରୁଦ୍ଧାର କାମର ସମୀକ୍ଷା

ପୁରୀ ଅଫିସ, ୩୦।୭: ସ୍ବର୍ଗଦ୍ୱାର ପାଇବ ନୂଆରୂପ। ମୃତଦେହ ଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କୁ ମିଳିବ ବିଶେଷ ସୁବିଧା। ସ୍ବର୍ଗଦ୍ୱାର ପୁନରୁଦ୍ଧାର ସହ ଏହାର ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବୁଧବାର ଜିଲାପାଳ ବଲୱନ୍ତ ସିଂ ସ୍ବର୍ଗଦ୍ୱାର ବୁଲି ଦେଖିବା ସହ…

ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ଼ର ଅନୁମୋଦନ ପରେ ବୁଧବାର ଏନେଇ ରାଜ୍ୟ ପୋଲିସ…

ବରାଳିନୀ ସାହି କଣ୍ଟେନମେଣ୍ଟ ଜୋନ

ଜି.ଉଦୟଗିରି, ୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହର ବିଭିନ୍ନ ସାହିରେ କରୋନା କାୟା ବିସ୍ତାର କରିଚାଲିଛି। ମହାଗୁଡା ସାହି, କଚେରୀ ସାହି, ଓ ବସ୍‌ଷ୍ଟାଣ୍ଡ ସାହି ପରେ ବରାଳିନୀ ସାହି ଏବେ କରୋନା କବଳରେ। ବୁଧବାର ବରାଳିନୀ ସାହିରେ କରୋନା…

ଅଧ୍ୟାପକ ହେବେ ଜିତେନ

ରେମୁଣା, ୩୦।୭(ଡି.ଏନ.ଏ.)- ୫୮୩ (୯୭.୧୬%) ମାର୍କ ରଖି ବାଲେଶ୍ୱର ଜିଲା ଟପ୍ପର ହୋଇଛନ୍ତି ରେମୁଣା ହାଇସ୍କୁଲର ଛାତ୍ର ଜିତେନ ମହାଳିକ। ରେମୁଣା ବ୍ଲକ ବଡ଼ପାଳ ଗାଁର ପ୍ରଭାକର ମହାଳିକ ଓ ରଞ୍ଜିତା ମହାଳିକଙ୍କ ପୁତ୍ର ଅଟନ୍ତି। ଚାଷୀ ପରିବାରର ହୋଇଥିଲେ ବି…

ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା

ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ନ ଗଲେ ନ ଚଳେ। ହେଲେ ଏଥିପାଇଁ…

୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ…

ନାଁକୁ ବାହ୍ୟ ମଳମୁକ୍ତ ଗ୍ରାମ: ୨୫ ପରିବାରରେ ନାହିଁ ପାଇଖାନା

ଖଇରା,୩୦।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ଗ୍ରାମ ପଞ୍ଚାୟତ ଅଧୀନ ମଠନୂଆଗାଁ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ସରକାର ଘୋଷଣା କରିଛନ୍ତି। ଏଥିସହ ଜିଲା ଜଳ ପରିମଳ ମିଶନ ତରଫରୁ ଜୁଲାଇ ୨୨ ତାରିଖରେ ଗ୍ରାମରେ ସୂଚନାଫଳକ ଲଗାଇ ଦିଆଯାଇଛି।…

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ ଉଙ୍କି ମାରିଛି। କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?