ନନ୍ଦନକାନନ ପାଳିଲା ବ୍ୟାଘ୍ର ଦିବସ

ବାରଙ୍ଗ,୩୦।୭(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଧବାର ଅନ୍‌ଲାଇନ ମାଧ୍ୟମରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରିଛି। କରୋନା ଲାଗି ନନ୍ଦନକାନନ ବନ୍ଦ ଥିବାବେଳେ ବ୍ୟାଘ୍ର ସଂରକ୍ଷଣର ବାର୍ତ୍ତା ଅନଲାଇନରେ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଏହାସହ ବ୍ୟାଘ୍ର ସଂରକ୍ଷଣକୁ ନେଇ ଅନ୍‌ଲାଇନରେ ଏକ କୁଇଜ୍‌ ପ୍ରତିଯୋଗିତା ହୋଇଥିଲା। ନନ୍ଦନକାନନର ଓ୍ବେସାଇଟରେ ଉପଲବ୍ଧ ୨୦ଟି ପ୍ରଶ୍ନର ୭୫ଭାଗ ଠିକ୍‌ ଦେଇଥିବା ଉତ୍ତରଦାତାକୁ ଇ-ମେରିଟ୍‌ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଗୋଟିଏ ବନ୍ୟ ବାଘୁଣି ଚନ୍ଦକା ଜଙ୍ଗଲରୁ ସାଥିଟିଏ ପାଇଁ ବାଘ ପ୍ରକୋଷ୍ଠକୁ ଲମ୍ପ ପ୍ରଦାନ କରି ୪-୦୧-୧୯୬୭ଠାରୁ ୨୧-୦୭-୧୯୭୮ ମରିବା ପର୍ଯ୍ୟନ୍ତ ନନ୍ଦନକାନନରେ କଟାଇବାକୁ ପଡ଼ିଥିଲା। ଏହାର ନାମ କାନନ ରଖାଯାଇଥିଲା। ସେହିପରି ୨୦୧୩ ଏପ୍ରିଲ ୨୯ତାରିଖରେ ନନ୍ଦନକାନନକୁ ଏକ ଜଙ୍ଗଲୀ ବାଘ ପ୍ରବେଶ କରିବା ଦ୍ୱାରା ତା’ର ନାମ ନନ୍ଦନ ରଖାଯାଇଥିଲା। ଏକ ନୂତନ ରକ୍ତର ବଂଶ ସୃଷ୍ଟି ଉଦ୍ଦେଶ୍ୟ ନେଇ ନନ୍ଦନ ସହ ନନ୍ଦନକାନନରେ ଜନ୍ମିତ ବାଘୁଣୀ ମେଘାର ମିଳନ ହୋଇଥିଲା। ୨୦୧୬ ଏପ୍ରିଲ ୨୦ରେ ଏମାନଙ୍କ ମିଳନରୁ ଦୁଇଟି ସାଧାରଣ ବାଘ ଜନ୍ମ ହୋଇଥିଲା। ଯାହା ନନ୍ଦନକାନନ ପାଇଁ ଗର୍ବ ଓ ଗୌରବ ସାଜିଥିବା ଘଟଣାକୁ ପିସିସିଏଫ ସନ୍ଦିପ ତ୍ରିପାଠୀ ଟୁଇଟ୍‌ ଯୋଗେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନା ପାଲଟିଛି ସାତସପନ: ଜରିପାଲ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

କାକଟପୁର,୭।୧୨(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଯୋଜନା ପ୍ରାୟ...

କରୋନାରେ ବାପ, ପୁଅ, ବୋହୂ ଚାଲିଗଲେ

ବାଲିକୁଦା,୩୦ା୫(ସ୍ବ.ପ୍ର.): ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି କରୋନା। ୨ ଦିନ ମଧ୍ୟରେ ବାପ, ପୁଅ ଓ ବୋହୂଙ୍କ ମୃତ୍ୟୁ ଘଟିଛି। ବାଲିକୁଦା ବ୍ଲକ...

କ୍ୱାରାଣ୍ଟାଇନ୍‌ରେ ସ୍ବାବ୍‌ ଟେଷ୍ଟ ହେଲାନି: ଘରକୁ ନ ଯାଇ ପୋଖରୀ ହୁଡ଼ାରେ କୁଡ଼ିଆ କରି ରହିଲେ ପ୍ରବାସୀ

ନୂଆପଡ଼ା ଅଫିସ,୧ା୬: ସରକାରୀ କ୍ୱାରାଣ୍ଟାଇନ୍‌ର ସାତଦିନ ଅବଧି ପୂର୍ଣ୍ଣ ପରେ ପ୍ରବାସୀ ଘରକୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ହେଲେ...

ଗହୀରମଥାରେ ଅଲିଭ ରିଡ୍‌ଲେଙ୍କ ମିଳନ

ମହାକାଳପଡ଼ା, ୧୬।୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ମିଳନ ଆରମ୍ଭ ହୋଇଥିବା ଶୁକ୍ରବାର ଦେଖିବାକୁ ମିଳିଛି।...

ଆଇନଜୀବୀଙ୍କୁ ମିଳିବ ୫ହଜାର ସହାୟତା

କଟକ ଅଫିସ,୩୧।୭: କରୋନା ଯୋଗୁ ପ୍ରଭାବିତ ହୋଇଥିବା ଆଇନ୍‌ଜୀବୀଙ୍କୁ ୫ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ଏ ନେଇ ବୁଧବାର ଜରୁରିକାଳୀନ ଆର୍ଥତ୍କ ସହାୟତା କମିଟି...

ହାଇକୋର୍ଟରେ ହାଜର ହେଲେ ବରୀ ଯୁବତୀ: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲା

କଟକ ଅଫିସ,୧୮।୮: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାରେ ସୋମବାର ଯାଜପୁର ଜିଲା ବରୀର ସମ୍ପୃକ୍ତ ଯୁବତୀ ଜଣକ ହାଇକୋର୍ଟରେ...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

ପ୍ରତିଶୋଧ ପାଇଁ ପ୍ରେମିକଙ୍କ ତଣ୍ଟି କାଟିଥିଲେ

ଖୋର୍ଦ୍ଧା ଅଫିସ,୨୦ା୬: ଖୋର୍ଦ୍ଧା ଟାଉନ ଥାନା ଅଧୀନ ମଲ୍ଲିପୁର ପଞ୍ଚାୟତ ନିଆଳ ଗ୍ରାମର ପଥରଖଣିରୁ ଅତାଉଲ୍ଲା ଖାଁଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

Advertisement
Archives

Model This Week