୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ୩୩ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇପଡ଼ିଥିବାରୁ ୬୬୦ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। ଫଳରେ ଏସବୁ ଜମିରେ ଚାଷ କିପରି କରାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଚଳିତବର୍ଷ ବଅଁରପାଳ ବ୍ଲକର ୨୪ ହଜାର ୮୧୧ ହେକ୍ଟର ଜମିରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ୧୦ ହଜାର ୮୨୫ ହେକ୍ଟରରେ ଧାନ ଓ ୧୩ ହଜାର ୯୮୬ ହେକ୍ଟରରେ ଅଣଧାନ ଫସଲ ହେବ। ମୋଟ୍‌ ୨୪ ହଜାର ୮୧୧ ହେକ୍ଟର ମଧ୍ୟରୁ ୯ ହଜାର ୬୧୫ ହେକ୍ଟର ଜମି ପାଇଁ ଜଳସେଚନର ବ୍ୟବସ୍ଥା ରହିଛି। ସେଥିରୁ ପ୍ରାୟ ୨ ହଜାର ହେକ୍ଟର ଉଠାଜଳସେଚନ ଉପରେ ନିର୍ଭର କରେ। ବ୍ଲକ ଅଞ୍ଚଳର ଗଡ଼ତଳମୂଳ, ମହୀଧରପୁର, ଫୁଲପଡା, ବଉଳିଗଡ଼, ରାମିମୁଣ୍ଡା, କଲଣ୍ଡାପାଳ, ଜୁହାରପୁରୁ, ପାଟଣା, କୁକୁଡ଼ାଙ୍ଗ, ଏକଘରିଆ ଆଦି ଅଞ୍ଚଳରେ ଥିବା ବଉଳି, ନନ୍ଦିରା, ଲିଙ୍ଗରା, ମାତେଳିଆ ଆଦି ବିଭିନ୍ନ ନଦୀ ନାଳ ପାର୍ଶ୍ୱରେ ୧୦୧ଟି ଉଠାଜଳସେଚନ ପଏଣ୍ଟ ରହିଛି। କିନ୍ତୁ ଦୀର୍ଘଦିନ ହେଲା ସେଥିରୁ ୩୩ଟି ପଏଣ୍ଟ ଅଚଳ ହୋଇ ପଡିଛି। କେତୋଟିରୁ ପମ୍ପସେଟ୍‌ ଚୋରି ହୋଇଯାଇଛି ତ ଆଉ କେଉଁଠି ବିଦ୍ୟୁତ୍‌ ସମସ୍ୟା ବାଧକ ସାଜିଛି। ଏହି କାରଣରୁ ବ୍ଲକର ୬୬୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରୁ ନାହିଁ। କେତେକ ସଚଳ ପଏଣ୍ଟରୁ ଚାଷ ଜମିକୁ ଯାଇଥିବା ପାଇପ୍‌ଗୁଡିକ ଫାଟି ଯାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ପାଣି ନଷ୍ଟ ହେବା ସହ ଚାଷ ଜମିକୁ ଆବଶ୍ୟକ ପରିମାଣରେ ପାଣି ମାଡିପାରୁ ନାହିଁ।

ବହୁ ପମ୍ପ ଚୋରି ହୋଇଛି
କେନାଲ ସୁବିଧା ନ ଥିବା ଜମିକୁ ପାଣି ପଏଣ୍ଟ ଦ୍ୱାରା ଜଳସେଚନ ବ୍ୟବସ୍ଥା ରହିଛି। କିନ୍ତୁ ଅନେକ ସମୟରେ ଏଠାରେ ଲାଗିଥିବା ପମ୍ପ ଚୋରି ହୋଇଯାଉଛି। ଚଳିତବର୍ଷ ବର୍ଷା ପରିମାଣ କମ୍‌ ରହୁଥିବାରୁ ନୂଆ ପମ୍ପ ବ୍ୟବସ୍ଥା କରା ନ ଗଲେ ଚାଷକାର୍ଯ୍ୟ ହୋଇପାରିବ ନାହିଁ।
-ଧରଣୀ ସାହୁ, ବଉଳିଗଡ଼

ପଦକ୍ଷେପ ନିଆଯାଉ ନାହିଁ
କେଉଁ ପାଣି ପଏଣ୍ଟରୁ ମୋଟର ଚୋରି ହୋଇଯାଇଛି ତ ଆଉ କେଉଁଠି ବିଦ୍ୟୁତ୍‌ ସମସ୍ୟା ରହିଛି। ଅନେକ ପଏଣ୍ଟ ଚାଲୁଥିଲେ ବି ପାଇପ୍‌ଗୁଡ଼ିକର ମରାମତିର ଆବଶ୍ୟକତା ରହିଛି। କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଅଭୟ ଗଡ଼ନାୟକ, ଚାଷୀ

ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି
ପମ୍ପସେଟ୍‌ ଚୋରି ଓ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୩୩ଟି ପଏଣ୍ଟ ଅଚଳ ରହିଛି। ଏଗୁଡ଼ିକ ମରାମତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତୁରନ୍ତ ୧୧ଟି ପଏଣ୍ଟର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଧୀରେ ଧୀରେ ସମସ୍ତ ପଏଣ୍ଟ ସଚଳ କରାଯିବ।
-ନିଉଟନ କୁମାର, କନିଷ୍ଠ ଯନ୍ତ୍ରୀ, ଉଠା ଜଳସେଚନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?