ଜେଲରଙ୍କ ବଦଳି ଦାବିରେ କଏଦୀଙ୍କ ଧାରଣା

ଖୋର୍ଦ୍ଧାଅଫିସ,୩୦ା୭: ଖୋର୍ଦ୍ଧା ସବଜେଲ ମଧ୍ୟରେ ନିମ୍ନମାନର ଖାଦ୍ୟ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣି ଜେଲରଙ୍କ ବଦଳି ଦାବିରେ ବୁଧବାର ସବଜେଲ ପରିସରରେ କେତେଜଣ ଅନ୍ତେବାସୀ ଧାରଣା ଦେଇଥିଲେ। ଖବରପାଇ ଉପଜିଲାପାଳ ଅଶୋକ ବେହୁରିଆ ଯାଇ ବୁଝାଇବା ପରେ ମଧ୍ୟ କୌଣସି ପ୍ରଭାବ ନ ପଡ଼ିବାରୁ ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳ ଜେଲ ଡିଆଇଜିଙ୍କ ସହ କଥା ହେବା ପରେ ଧାରଣା ପାଇଁ ପ୍ରବର୍ତ୍ତାଉଥିବା ୧୯ଜଣ ଅନ୍ତେବାସୀଙ୍କୁ ଭୁବନେଶ୍ୱର ଜେଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ନୂତନ ଭାବେ ଜେଲର କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। କିଛିଦିନ ମଧ୍ୟରେ ଜେଲରେ ଚାଲିଥିବା ବେଆଇନ କାର୍ଯ୍ୟ ଚାଲିଥିବା ଜାଣିବା ପରେ ବିଭିନ୍ନ ପଦକ୍ଷେପ ନେଇଥିଲେ। ଜେଲ୍‌ ଭିତରେ ବ୍ରାଉନସୁଗାର କାରବାର, ମୋବାଇଲ ବ୍ୟବହାର, ଏପରି କି କେତେଜଣ କର୍ମଚାରୀଙ୍କ ଜ୍ଞାତ ସାରରେ ଜେଲ ଭିତରକୁ ବିଭିନ୍ନ ମାଦକଦ୍ରବ୍ୟ ଆସୁଥିବାରୁ ସେ ବିରୋଧ କରି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ତାଙ୍କ ସୁପାରିସ କ୍ରମେ କେତେଜଣ ଜେଲ ଓ୍ବାର୍ଡର ଅନ୍ୟତ୍ର ବଦଳି ହେବା ସହ ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଓାର୍ଡରଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ତଥାପି ଜେଲରେ ବେଆଇନ କାରବାର ଚାଲିଥିବା ଜାଣି ଏହାକୁ ଜେଲର ବିରୋଧ କରିଥିଲେ। ଏଥିରେ କେତେଜଣ ଅନ୍ତେବାସୀ ଉଦ୍ଦେଶ୍ୟମୂଳକ ଭାବେ ଜେଲର ସେମାନଙ୍କୁ ଦୁର୍ବ୍ୟବହାର କରିବା, ମାନସିକ ନିର୍ଯାତନା, ନିମ୍ନମାନର ଖାଦ୍ୟ ଦେବା ପ୍ରଭୃତି ଅଭିଯୋଗ ଆଣି ତାଙ୍କ ବଦଳି ଦାବିରେ ଧାରଣା ଦେଇଥିଲେ। ଖବରପାଇ ଘଟଣାସ୍ଥଳକୁ ଉପଜିଲାପାଳ ଯାଇ ଧାରଣାରତ ଅନ୍ତେବାସୀଙ୍କୁ ବୁଝାଶୁଝା କରି ବିଫଳ ହୋଇଥିଲେ। ପରେ ଜିଲାପାଳ ଶୀତାଂଶୁ କୁମାର ରାଉତଙ୍କୁ ଜଣାଇବାରେ ସେ ଜେଲ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଡିଆଇଜି ତତ୍‌କ୍ଷଣାତ୍‌ ସବଜେଲ ମଧ୍ୟରେ ଧାରଣା କରିବାକୁ ପ୍ରବର୍ତ୍ତାଉଥିବା ୧୯ଜଣ ଅନ୍ତେବାସୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏ ନେଇ ଜେଲର କୃଷ୍ଣଚନ୍ଦ୍ର ସାହୁ କୁହନ୍ତି, କେତେଜଣ ଅନ୍ତେଃବାସୀଙ୍କୁ ବିଭିନ୍ନ ବେନିୟମ କାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏଭଳି ପ୍ରତିବାଦ କରି ବିଭିନ୍ନ ପ୍ରକାର ଆରୋପ ଆଣିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri