ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା

ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ନ ଗଲେ ନ ଚଳେ। ହେଲେ ଏଥିପାଇଁ ଅଞ୍ଚଳବାସୀଙ୍କ ଜୀବନ ଲାଗୁଛି ବାଜି। ଗ୍ରାମ ମଧ୍ୟରେ ଅବସ୍ଥିତ ୨କିମି ଦୈର୍ଘ୍ୟ ବିଶିଷ୍ଟ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଘଟୁଛି ଦୁର୍ଘଟଣା। ହାନି ହେଉଛି ଧନଜୀବନ। ତେଣୁ ଯାତାୟାତକୁ ସୁଗମ କରିବା ଲାଗି ଅଣ୍ଡରପାସ୍‌ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଅଞ୍ଚଳବାସୀ।
ଗ୍ରାମବାସୀଙ୍କ କହିବା କଥା, ୬୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗଡନୃସିଂହପ୍ରସାଦର ଗୋଟିଏ ପାର୍ଶ୍ୱରେ ସେବା ସମବାୟ ସମିତି, ପଞ୍ଚାୟତ କାର୍ଯ୍ୟାଳୟ, ଆର୍‌ଆଇ ଅଫିସ, ପ୍ରାଥମିକ ସ୍କୁଲ ଏବଂ ଅପରପାର୍ଶ୍ୱରେ ୨ହାଇସ୍କୁଲ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀଧନ ଚିକିତ୍ସାଳୟ, ବିଦ୍ୟୁତ୍‌ କାର୍ଯ୍ୟାଳୟ ରହିଛି। ସେହିପରି ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଖଣିରେ କାର୍ଯ୍ୟରତ ଶ୍ରମିକ, ଅଧିକାରୀମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ, ଯାହା ରାଜପଥକୁ ବ୍ୟସ୍ତବହୁଳ ସଡ଼କରେ ପରିଣତ କରିଛି। ଏନ୍‌ଏଚ୍‌ ୫୩କୁ ଏବେ ୪ ଲେନ୍‌ କରାଯାଉଛି। ତା’ସାଙ୍ଗକୁ ସମାନ୍ତରାଳ ଭାବେ ତାଳଚେର-ସୁକିନ୍ଦା ରେଳପଥ କାମ ମଧ୍ୟ ଆଗେଇ ଚାଲିଛି। ଏହା ପରେ ଏନ୍‌ଏଚ୍‌ ପାର କରିବା ଆହୁରି ବିପଦସଙ୍କୁଳ ହୋଇଯିବ। ସେହିପରି ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ସଂଯୋଗ କରିବାକୁ ୭ ରାସ୍ତା ରହିଛି। ରାସ୍ତାଗୁଡ଼ିକ ଜାତୀୟ ରାଜପଥରେ ଯେଉଁସ୍ଥାନରେ ମିଶିଛି ସେହି ସ୍ଥାନଗୁଡ଼ିକ ଦୁର୍ଘଟଣାପ୍ରବଣ। ଏହାର ସମାଧାନ ଲାଗି ଅଞ୍ଚଳବାସୀ ଏକ ଭେହିକିଲ ଅଣ୍ଡରପାସ୍‌ ବା ଓଭରବ୍ରିଜ୍‌ ଏବଂ ଜମିରୁ ଜଳ ନିଷ୍କାସନ ପାଇଁ ୩ଟି ଡ୍ରେନ୍‌ ନିର୍ମାଣ କରିବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କରିଛି। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବା ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଅଭିଯୋଗ ପରେ ତଦନ୍ତ କରାଯାଇଛି। ରେଳ ବିଭାଗ ଏବଂ ଏନ୍‌ଏଚ୍‌ଏଆଇ ବିଭାଗର ଅଧିକାରୀଙ୍କୁ ଚିଠି କରାଯାଇଛି। ସମସ୍ୟାର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।

ଦାବି ପୂରଣ ନ ହେଲେ ଆନ୍ଦୋଳନ
ରାଜପଥରେ ଅଣ୍ଡରପାସ୍‌ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରାଯିବା ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି। ୫୩ନଂ. ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରିବାକୁ କାମ ଆଗେଇ ଚାଲିଛି। ଏହା ସରିବା ପରେ ଅଧିକ ଯାନବାହନ ଯାତାୟାତ କରିବ ଏବଂ ଦୁର୍ଘଟଣା ମଧ୍ୟ ବଢ଼ିବ। ତେଣୁ ଅଣ୍ଡରପାସ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରିବା ଜରୁରୀ। ଲୋକଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ।
-ତପନ କୁମାର କହଁର, ସରପଞ୍ଚ

ଅଣ୍ଡରପାସ୍‌ ନିର୍ମାଣ ହେଉ
ଗଡ଼ନୃସିଂହପ୍ରସାଦ ଛକ ଦେଇ ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳକୁ ବହୁ କର୍ମଜୀବୀ କାମ କରିବାକୁ ଯାଇଥାନ୍ତି। ଜାତୀୟ ରାଜପଥ ଗ୍ରାମକୁ ଦୁଇଭାଗ କରିଦେଇଛି। ଏହାର ଗୋଟିଏ ପାର୍ଶ୍ୱରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଫଳରେ ଲୋକମାନେ ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌ ହୋଇଥାନ୍ତି। ଏହି କାରଣରୁ ଦୁର୍ଘଟଣା ମଧ୍ୟ ଘଟୁଛି। ଭେହିକିଲ ଅଣ୍ଡରପାସ୍‌ କିମ୍ବା ଗୋଲେଇ ଛକ ନିର୍ମାଣ କରାଗଲେ ଏହାର ସମାଧାନ ହୋଇପାରନ୍ତା।
-ପ୍ରେମାନନ୍ଦ ଜେନା, ସାମାଜିକ କର୍ମୀ

ସମାଧାନ ନ ହେଲେ ଆନ୍ଦୋଳନ
ଅଞ୍ଚଳର ସମସ୍ୟାର ସମାଧାନ ଲାଗି କମିଟି ଗଠନ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀ, ଜାତୀୟ ରାଜପଥ ଏବଂ ରେଳ ବିଭାଗ ସହିତ ଆଲୋଚନା କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ନ ଦେବାରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମସ୍ୟା ସମାଧାନ ନ ହେଲେ ଉନ୍ନୟନମୂଳକ କାମ କରାଇ ଦିଆଯିବନି।
-ବିଭୂତି ମହାନ୍ତି, ଗ୍ରାମ ମଙ୍ଗଳ କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?