ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା

ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ନ ଗଲେ ନ ଚଳେ। ହେଲେ ଏଥିପାଇଁ ଅଞ୍ଚଳବାସୀଙ୍କ ଜୀବନ ଲାଗୁଛି ବାଜି। ଗ୍ରାମ ମଧ୍ୟରେ ଅବସ୍ଥିତ ୨କିମି ଦୈର୍ଘ୍ୟ ବିଶିଷ୍ଟ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଘଟୁଛି ଦୁର୍ଘଟଣା। ହାନି ହେଉଛି ଧନଜୀବନ। ତେଣୁ ଯାତାୟାତକୁ ସୁଗମ କରିବା ଲାଗି ଅଣ୍ଡରପାସ୍‌ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦାବି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଅଞ୍ଚଳବାସୀ।
ଗ୍ରାମବାସୀଙ୍କ କହିବା କଥା, ୬୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗଡନୃସିଂହପ୍ରସାଦର ଗୋଟିଏ ପାର୍ଶ୍ୱରେ ସେବା ସମବାୟ ସମିତି, ପଞ୍ଚାୟତ କାର୍ଯ୍ୟାଳୟ, ଆର୍‌ଆଇ ଅଫିସ, ପ୍ରାଥମିକ ସ୍କୁଲ ଏବଂ ଅପରପାର୍ଶ୍ୱରେ ୨ହାଇସ୍କୁଲ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀଧନ ଚିକିତ୍ସାଳୟ, ବିଦ୍ୟୁତ୍‌ କାର୍ଯ୍ୟାଳୟ ରହିଛି। ସେହିପରି ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଖଣିରେ କାର୍ଯ୍ୟରତ ଶ୍ରମିକ, ଅଧିକାରୀମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ, ଯାହା ରାଜପଥକୁ ବ୍ୟସ୍ତବହୁଳ ସଡ଼କରେ ପରିଣତ କରିଛି। ଏନ୍‌ଏଚ୍‌ ୫୩କୁ ଏବେ ୪ ଲେନ୍‌ କରାଯାଉଛି। ତା’ସାଙ୍ଗକୁ ସମାନ୍ତରାଳ ଭାବେ ତାଳଚେର-ସୁକିନ୍ଦା ରେଳପଥ କାମ ମଧ୍ୟ ଆଗେଇ ଚାଲିଛି। ଏହା ପରେ ଏନ୍‌ଏଚ୍‌ ପାର କରିବା ଆହୁରି ବିପଦସଙ୍କୁଳ ହୋଇଯିବ। ସେହିପରି ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ସଂଯୋଗ କରିବାକୁ ୭ ରାସ୍ତା ରହିଛି। ରାସ୍ତାଗୁଡ଼ିକ ଜାତୀୟ ରାଜପଥରେ ଯେଉଁସ୍ଥାନରେ ମିଶିଛି ସେହି ସ୍ଥାନଗୁଡ଼ିକ ଦୁର୍ଘଟଣାପ୍ରବଣ। ଏହାର ସମାଧାନ ଲାଗି ଅଞ୍ଚଳବାସୀ ଏକ ଭେହିକିଲ ଅଣ୍ଡରପାସ୍‌ ବା ଓଭରବ୍ରିଜ୍‌ ଏବଂ ଜମିରୁ ଜଳ ନିଷ୍କାସନ ପାଇଁ ୩ଟି ଡ୍ରେନ୍‌ ନିର୍ମାଣ କରିବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କରିଛି। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବା ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଅଭିଯୋଗ ପରେ ତଦନ୍ତ କରାଯାଇଛି। ରେଳ ବିଭାଗ ଏବଂ ଏନ୍‌ଏଚ୍‌ଏଆଇ ବିଭାଗର ଅଧିକାରୀଙ୍କୁ ଚିଠି କରାଯାଇଛି। ସମସ୍ୟାର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।

ଦାବି ପୂରଣ ନ ହେଲେ ଆନ୍ଦୋଳନ
ରାଜପଥରେ ଅଣ୍ଡରପାସ୍‌ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରାଯିବା ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି। ୫୩ନଂ. ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରିବାକୁ କାମ ଆଗେଇ ଚାଲିଛି। ଏହା ସରିବା ପରେ ଅଧିକ ଯାନବାହନ ଯାତାୟାତ କରିବ ଏବଂ ଦୁର୍ଘଟଣା ମଧ୍ୟ ବଢ଼ିବ। ତେଣୁ ଅଣ୍ଡରପାସ କିମ୍ବା ଓଭରବ୍ରିଜ୍‌ ନିର୍ମାଣ କରିବା ଜରୁରୀ। ଲୋକଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ।
-ତପନ କୁମାର କହଁର, ସରପଞ୍ଚ

ଅଣ୍ଡରପାସ୍‌ ନିର୍ମାଣ ହେଉ
ଗଡ଼ନୃସିଂହପ୍ରସାଦ ଛକ ଦେଇ ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳକୁ ବହୁ କର୍ମଜୀବୀ କାମ କରିବାକୁ ଯାଇଥାନ୍ତି। ଜାତୀୟ ରାଜପଥ ଗ୍ରାମକୁ ଦୁଇଭାଗ କରିଦେଇଛି। ଏହାର ଗୋଟିଏ ପାର୍ଶ୍ୱରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଫଳରେ ଲୋକମାନେ ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌ ହୋଇଥାନ୍ତି। ଏହି କାରଣରୁ ଦୁର୍ଘଟଣା ମଧ୍ୟ ଘଟୁଛି। ଭେହିକିଲ ଅଣ୍ଡରପାସ୍‌ କିମ୍ବା ଗୋଲେଇ ଛକ ନିର୍ମାଣ କରାଗଲେ ଏହାର ସମାଧାନ ହୋଇପାରନ୍ତା।
-ପ୍ରେମାନନ୍ଦ ଜେନା, ସାମାଜିକ କର୍ମୀ

ସମାଧାନ ନ ହେଲେ ଆନ୍ଦୋଳନ
ଅଞ୍ଚଳର ସମସ୍ୟାର ସମାଧାନ ଲାଗି କମିଟି ଗଠନ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀ, ଜାତୀୟ ରାଜପଥ ଏବଂ ରେଳ ବିଭାଗ ସହିତ ଆଲୋଚନା କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ନ ଦେବାରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମସ୍ୟା ସମାଧାନ ନ ହେଲେ ଉନ୍ନୟନମୂଳକ କାମ କରାଇ ଦିଆଯିବନି।
-ବିଭୂତି ମହାନ୍ତି, ଗ୍ରାମ ମଙ୍ଗଳ କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ପୋତାଯିବ ବେଆଇନ ଖାଦାନ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଗୁଡ଼ିକୁ...

ଢେଙ୍କାନାଳ ବିଜେଡି କନ୍ଦଳ ଜଳଜଳ

ଢେଙ୍କାନାଳ ଅଫିସ, ୧୦।୪: ଢେଙ୍କାନାଳ ବିଜେଡିରେ ଅନ୍ତଃକନ୍ଦଳ ଭୟଙ୍କର ରୂପ ନେଲାଣି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଭୋଟ ପ୍ରଭାବିତ ହେବା ଆଶଙ୍କାରେ ଏହାକୁ...

ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ

ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ...

ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

କାର୍ତ୍ତିକ ନାଏକ ହତ୍ୟା ମାମଲା: ଅଭିଯୁକ୍ତ ପୁତୁରାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ମଙ୍ଗଳବାର ବହୁ ଚର୍ଚ୍ଚିତ କାର୍ତ୍ତିକ ନାଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।...

ମାସ୍କ ନ ପିନ୍ଧିଲେ ମିଳିବନି ସାମଗ୍ରୀ

ଢେଙ୍କାନାଳ ଅଫିସ, ୨୬।୪ – କରୋନା ସଂକ୍ରମଣ ପ୍ରତିହତ କରିବାକୁ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଜାରି ରହିଛି। ଲୋକମାନଙ୍କ ସୁବିଧା ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ଟ୍ରାକ୍‌କୁ...

ଷ୍ଟିକର ବଢ଼ାଉଛି ଦ୍ୱନ୍ଦ୍ୱ

ହିନ୍ଦୋଳ, ୨୯।୧(ଡି.ଏନ.ଏ.): ଘର ଗୋଟିଏ। ଲାଗିଛି ଦୁଇ ଷ୍ଟିକର। ଗୋଟିଏ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଏବଂ ଅନ୍ୟଟି ସୂଚାଉଛି ରାଜ୍ୟ ସରକାରଙ୍କ ବିଜୁ...

Advertisement
Archives

Model This Week