ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ସିଫାର ମୁକ୍ତା ଚାଷୀ

ବାଳକାଟୀ(ଡି.ଏନ.ଏ.)/ପିପିଲି(ସ୍ବ.ପ୍ର.),୩୦।୭:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ‘ସିଫା’ରେ ମୁକ୍ତା ଚାଷ ପ୍ରଶିକ୍ଷଣ କରି ସଫଳତା ହାସଲ କରିଥିବା ଜଣେ ମୁକ୍ତା ଚାଷୀଙ୍କୁ ‘ମନ୍‌ କୀ ବାତ୍‌ ୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି, ବିହାରର ବେଗୁସରାଇ ଅଞ୍ଚଳର ଜନୈକ ସରକାରୀ କର୍ମଚାରୀ ତଥା ମୁକ୍ତା ଚାଷୀ ଜୟଶଙ୍କର କୁମାର ସିଫାରେ ମୁକ୍ତା ଚାଷର ପ୍ରଶିକ୍ଷଣ ନେଇଥିଲେ। ପରେ ନିୟମିତ ଭାବେ ସିଫା ସହ ସମ୍ପର୍କ ରଖି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ସେ ଜଣେ ସଫଳ ମୁକ୍ତା ଚାଷୀ ହେବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ୍‌-୧୯ର ଦୁର୍ଦ୍ଦଶା ସମୟରେ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ମୁକ୍ତାଚାଷର ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ପାଇଁ ଉତ୍ସାହିତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗତ ଜୁଲାଇ ୨୬ରେ ପ୍ରସାରିତ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନ କରି ଆୟବୃଦ୍ଧି ପାଇଁ ବେଗୁସରାଇର ଜୟଶଙ୍କରଙ୍କ ମୁକ୍ତା ଚାଷ ଭଳି ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କ କାର୍ଯ୍ୟଧାରା ପ୍ରଂଶସା କରିବା ସହ ଆତ୍ମନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ସଫଳ ଚାଷୀ ଜୟଶଙ୍କରଙ୍କ ଏଭଳି ଦୃଢ଼ କୌଶଳ ଯୋଗୁ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବାରୁ ଭାରତୀୟ କୃଷି ଗବେଷଣା ପରିଷଦର ଉପମହାନିର୍ଦ୍ଦେଶକ ଡ.ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ବାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅନ୍ନପୂର୍ଣ୍ଣା ରାଇସ୍‌ମିଲରେ ୪୦ ଫୁଟ୍‌ ଉପରୁ ଖସିପଡ଼ି ଶ୍ରମିକ ମୃତ

କେସିଙ୍ଗା,୧୭।୩: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଉତକେଲା ଫାଣ୍ଡି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ରେ ଦୁର୍ଘଟଣା ଘଟି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ  ବଳାତ୍କାର:ଜେଲ ଗଲେ ପ୍ରେମିକ

ଗଣିଆ,୨୩।୮(ଡି.ଏନ.ଏ.)-ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ନୟାଗଡ ଜିଲା ଗଣିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ...

ଡାକ୍ତରଖାନାରେ ବିଦ୍ୟୁତ୍‌ ସମସ୍ୟା

କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ...

ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬ା୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି।...

ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ରଣକୌଶଳ

ଧାମନଗର,୧୮।୧୦(ସ୍ବ.ପ୍ର.): ଉପନିର୍ବାଚନ ପାଇଁ ଧାମନଗର ରାଜନୀତି ସରଗରମ ହୋଇଛି। ନିଜ ସପକ୍ଷରେ ଜନମତ ହାତେଇବା ଲାଗି ଭାଜପା, ବିଜେଡି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ...

ଏନ୍‌ଏଲ୍‌ସି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଆର୍‌ପିଡିଏସି ବୈଠକ: ହିତାଧିକାରୀଙ୍କ ମୌଳିକ ସୁବିଧା ନେଇ ଗୁରୁତ୍ୱାରୋପ

ଝାରସୁଗୁଡ଼ା ଅଫିସ,୧୯।୮: ଝାରସୁଗୁଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ତଲାବିରାସ୍ଥିତ ଏନ୍‌ଏଲସି ତାପଜ...

ଚିକିଛା ଅଭାବୁ ମୁର୍‌ତୁ ସଂଗେ ଯୁଝୁଛନ୍‌ ରବି

  କୋମନା, ୨।୧୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍‌ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର...

ଜିଲାରେ ବେଆଇନ ଗୋଚାଲାଣ ବନ୍ଦ ଦାବି: ଏସ୍‌ପିଙ୍କୁ ସାକ୍ଷାତ କଲେ ଏମ୍‌ପି, ବିଧାୟକ

ବାରିପଦା ଅଫିସ,୧୪ା୧୦- ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାବର୍ତ୍ତୀ ଜିଲା ହେଉଛି ମୟୂରଭଞ୍ଜ। ଏଠାରେ ପ୍ରତିଦିନ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ଏହି ଘଟଣାରେ ଜିଲା...

Advertisement
Archives

Model This Week