ଆମ ଜିଲା ଖବର

ବୁଗୁଡ଼ାରେ ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ସିଲ୍‌ କଲା ପ୍ରଶାସନ

ବୁଗୁଡା, ୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡା ସହରରେ ଥିବା ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ରକ୍ତ ପରୀକ୍ଷା କରାଇଥିବାରୁ ପାଥୋଲୋଜିର ମାଲିକଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବା…

ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା

କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିଭଳି ଆଇନଜୀବୀମାନେ ସାଙ୍ଗରେ ପାଣି ବୋତଲ ଆଣି ଆସିବେ। କୌଣସି କର୍ମଚାରୀ…

ପୋଲିସ ଅଧିକାରୀ, ତାଙ୍କ ସ୍ତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ଘଟଣା: ସିଡିଏ ସେକ୍ଟର-୯ରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାବ ସଂଗ୍ରହ

କଟକ ଅଫିସ,୧।୭: କଟକ ସହରର ସିଡିଏ ସେକ୍ଟର-୯କୁ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ପିଜିଟିଭ୍‌ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ କଣ୍ଟେନମେଣ୍ଟ ଅଞ୍ଚଳରେ ସକ୍ରିୟ…

କ୍ୱାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ମୃତ୍ୟୁ

ପଟ୍ଟାଙ୍ଗି,୧।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ କଲେଜ ପରିସରରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ଜଣେ ମହିଳାଙ୍କର ଅଚାନକ ମୃତ୍ୟୁ ଘଟିଛି। ଖବର ପାଇ ସଦର ପଞ୍ଚାୟତ ସରପଞ୍ଚ ଭଗବାନ ଖରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନାଲିସା…

ବୀରମିତ୍ରପୁରରେ ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ ନାବାଳିକାଙ୍କୁ ଅସଦାଚରଣ…

ବରଗଡ଼ରେ ୧୦୯ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ, ୧।୭- ବରଗଡ଼ ଜିଲାରେ ବୁଧବାର ପୁଣି ୧୨ଜଣ ନୂଆ କରୋନା (କୋଭିଡ -୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ନୂଆ ଆକ୍ରାନ୍ତ ବରଗଡ଼ ବ୍ଳକ କଟାପାଲି କଣ୍ଟେନମେଣ୍ଟ ଜୋନ୍‌ର ଏବଂ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି…

କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କଟକ ସହରର ବାସିନ୍ଦା ହୋଇଥିବା ବେଳେ ୪ ଜଣ ଅନ୍ୟ ଜିଲାର।…

ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା। ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା…

ଅନ୍ୟ ରୋଗରେ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ମୃତକ ଗଞ୍ଜାମ ଜିଲାର

ଭୁବନେଶ୍ୱର/ଛତ୍ରପୁର, ୧।୭(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ବୁଧବାର ଜଣେ କରୋନା ପଜିଟିଭଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୫୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ସେ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

ଛେରାପହଁରା କଲେ ଗଜପତି ମହାରାଜା

ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ…

ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲରେ ବସ୍ତି ଅଞ୍ଚଳରୁ ଆସି କାମ କରୁଥିବା କର୍ମଚାରୀଙ୍କ…

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?