୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

କଟକ ଅଫିସ,୧୮।୮: ଜାଲ୍‌ ବିଲ୍‌ ମାଧ୍ୟମରେ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଏଥିରେ ଅଭିଯୁକ୍ତ ଥିବା ମଧୁମିତା ଷ୍ଟିଲ୍‌ସ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲ୍‌ଙ୍କୁ ସମ୍ବଲପୁରରୁ ସୋମବାର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗିରଫ କରିଛି। ଓଡ଼ିଶା ଜିଏସ୍‌ଟି ଆଇନ ୨୦୧୭ର ଧାରା-୬୯ ଅନୁଯାୟୀ ରାଜ୍ୟ ଜିଏସ୍‌ଟି କମିଶନର୍‌ଙ୍କୁ ମିଳିଥିବା କ୍ଷମତା ବଳରେ ଅଭିଯୁକ୍ତଙ୍କୁ ଧାରା-୧୩୨(୧)(କ) ଏବଂ (ଖ) ଏବଂ ୧୩୨(୪)ରେ ଗିରଫ କରାଯାଇଛି। ସେ କୌଣସି ଟିକସ ନ ଦେଇ ଓ ପ୍ରକୃତ ଯୋଗାଣକାରୀଙ୍କଠାରୁ କୌଣସି ବିଲ୍‌ ହାସଲ ନ କରି ଲୁହା ଇନଗଟ୍‌, ଲୁହା ରଡ୍‌, ସ୍କ୍ରାପ୍‌ ଆଦି କିଣୁଥିଲେ। କିନ୍ତୁ ବିକ୍ରି ବେଳେ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ତିଆରି ଜାଲ୍‌ ବିଲ୍‌କୁ ବ୍ୟବହାର କରାଯାଉଥିଲା। ଏହି ଜାଲ୍‌ ବିଲ୍‌ ମାଧ୍ୟମରେ ପୂର୍ବ ପ୍ରସ୍ତୁତ ଜାଲ୍‌ ଆଇଟିସି (ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌)କୁ ରିଫଣ୍ଡ ପାଇଁ ହସ୍ତାନ୍ତର କରାଯାଉଥିଲା। କୌଣସି ବ୍ୟବସାୟିକ ସମ୍ପର୍କ ନ ଥାଇ କେତେକ ଫାର୍ମକୁ ସେ ଟଙ୍କା ହସ୍ତାନ୍ତର କରିଛନ୍ତି। ତେଣୁ ସେ ନଗଦ ଟଙ୍କାର ବେଆଇନ କାରବାରରେ ଲିପ୍ତ ଥିବା ଆଶଙ୍କା କରିଛି ସ୍କ୍ବାଡ୍‌।
ଜିଏସ୍‌ଟି କମିଶନର୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନ ଅନୁଯାୟୀ, ସନ୍ଦିଗ୍ଧ ୱେବିଲ୍‌ କାରବାରଗୁଡ଼ିକୁ ଯାଞ୍ଚ ପାଇଁ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଏକ ଟିମ୍‌ କାଶ୍ମୀରାଙ୍କ ସମ୍ବଲପୁର ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କଠାରୁ ବିଭିନ୍ନ ବ୍ୟାଙ୍କର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଅନ୍ୟ ଦସ୍ତାବିଜ ଜବତ କରାଯାଇଥିଲା। ସେସବୁ ଜାଲ୍‌ ବୋଲି ଜଣାପଡ଼ିଥିଲା। ଅନେକ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲାଯାଇ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିଲା। ଏନେଇ କେତେକ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଯେଉଁ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନର କାର୍ଯ୍ୟାଳୟ ଥିବା ଉଲ୍ଲେଖ ରହିଥିଲା, ତଦନ୍ତ ବେଳେ ଭଡ଼ା ସମ୍ପର୍କିତ ଚୁକ୍ତିଗୁଡ଼ିକ ନକଲି ବୋଲି କୋଠା ମାଲିକମାନେ କହିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବହୁ ଟନ୍‌ ଓଜନର ଲୁହା ଓ ଷ୍ଟିଲ୍‌ ଦ୍ରବ୍ୟ ଦୁଇଚକିଆ ଯାନରେ ଚାଲାଣ କରାଯାଇଥିବା ୱେବିଲ୍‌ରେ ଦର୍ଶାଯାଇଥିଲା। ନକଲି ଦସ୍ତଖତରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା, ଯେଉଁଥିଲେ ବହୁ କୋଟି ଟଙ୍କାର କାରବାର ହୋଇଛି। ଚାକିରି ଯୋଗାଇଦେବାର ପ୍ରଲୋଭନ ଦେଖାଇ, ଦଲାଲ କିମ୍ବା ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରୀହ ଲୋକଙ୍କଠାରୁ ପରିଚୟ ସମ୍ପର୍କିତ କାଗଜପତ୍ର ହାସଲ କରାଯାଇଥିଲା। ଏଗୁଡ଼ିକର ଅପବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ ନେବା ସହ ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲାଯାଇଥିଲା। ରିଟର୍ନରେ ଦର୍ଶାଯାଇଥିବା କାରବାରଗୁଡ଼ିକ କେବଳ କାଗଜକଲମରେ ସୀମିତ ଥିଲା। ନିରୀହ ଲୋକଙ୍କ ନାମରେ ଜିଏସ୍‌ଟି ପଞ୍ଜୀକରଣ, ଚେକ୍‌ ବୁକ୍‌ ଓ ଆର୍‌ଟିଜିଏସ୍‌ ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ଏହି ମାଷ୍ଟରମାଇଣ୍ଡ ବ୍ୟାଙ୍କ କାରବାର ଚାଲିଥିଲା। କେତେକ କ୍ଷେତ୍ରରେ ସେମାନଙ୍କ ଦସ୍ତଖତକୁ ମଧ୍ୟ ନକଲ କରାଯାଇଛି। ଅଭିଯୁକ୍ତ କାଶ୍ମୀରାଙ୍କ ଦ୍ୱାରା ପରିଚାଳିତ କେତେକ ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ଆଟାଚ୍‌ କରାଯାଇ ସେଥିରେ ଥିବା ୨ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri