୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

କଟକ ଅଫିସ,୧୮।୮: ଜାଲ୍‌ ବିଲ୍‌ ମାଧ୍ୟମରେ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଏଥିରେ ଅଭିଯୁକ୍ତ ଥିବା ମଧୁମିତା ଷ୍ଟିଲ୍‌ସ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲ୍‌ଙ୍କୁ ସମ୍ବଲପୁରରୁ ସୋମବାର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗିରଫ କରିଛି। ଓଡ଼ିଶା ଜିଏସ୍‌ଟି ଆଇନ ୨୦୧୭ର ଧାରା-୬୯ ଅନୁଯାୟୀ ରାଜ୍ୟ ଜିଏସ୍‌ଟି କମିଶନର୍‌ଙ୍କୁ ମିଳିଥିବା କ୍ଷମତା ବଳରେ ଅଭିଯୁକ୍ତଙ୍କୁ ଧାରା-୧୩୨(୧)(କ) ଏବଂ (ଖ) ଏବଂ ୧୩୨(୪)ରେ ଗିରଫ କରାଯାଇଛି। ସେ କୌଣସି ଟିକସ ନ ଦେଇ ଓ ପ୍ରକୃତ ଯୋଗାଣକାରୀଙ୍କଠାରୁ କୌଣସି ବିଲ୍‌ ହାସଲ ନ କରି ଲୁହା ଇନଗଟ୍‌, ଲୁହା ରଡ୍‌, ସ୍କ୍ରାପ୍‌ ଆଦି କିଣୁଥିଲେ। କିନ୍ତୁ ବିକ୍ରି ବେଳେ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ତିଆରି ଜାଲ୍‌ ବିଲ୍‌କୁ ବ୍ୟବହାର କରାଯାଉଥିଲା। ଏହି ଜାଲ୍‌ ବିଲ୍‌ ମାଧ୍ୟମରେ ପୂର୍ବ ପ୍ରସ୍ତୁତ ଜାଲ୍‌ ଆଇଟିସି (ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌)କୁ ରିଫଣ୍ଡ ପାଇଁ ହସ୍ତାନ୍ତର କରାଯାଉଥିଲା। କୌଣସି ବ୍ୟବସାୟିକ ସମ୍ପର୍କ ନ ଥାଇ କେତେକ ଫାର୍ମକୁ ସେ ଟଙ୍କା ହସ୍ତାନ୍ତର କରିଛନ୍ତି। ତେଣୁ ସେ ନଗଦ ଟଙ୍କାର ବେଆଇନ କାରବାରରେ ଲିପ୍ତ ଥିବା ଆଶଙ୍କା କରିଛି ସ୍କ୍ବାଡ୍‌।
ଜିଏସ୍‌ଟି କମିଶନର୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନ ଅନୁଯାୟୀ, ସନ୍ଦିଗ୍ଧ ୱେବିଲ୍‌ କାରବାରଗୁଡ଼ିକୁ ଯାଞ୍ଚ ପାଇଁ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଏକ ଟିମ୍‌ କାଶ୍ମୀରାଙ୍କ ସମ୍ବଲପୁର ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କଠାରୁ ବିଭିନ୍ନ ବ୍ୟାଙ୍କର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଅନ୍ୟ ଦସ୍ତାବିଜ ଜବତ କରାଯାଇଥିଲା। ସେସବୁ ଜାଲ୍‌ ବୋଲି ଜଣାପଡ଼ିଥିଲା। ଅନେକ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲାଯାଇ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିଲା। ଏନେଇ କେତେକ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଯେଉଁ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନର କାର୍ଯ୍ୟାଳୟ ଥିବା ଉଲ୍ଲେଖ ରହିଥିଲା, ତଦନ୍ତ ବେଳେ ଭଡ଼ା ସମ୍ପର୍କିତ ଚୁକ୍ତିଗୁଡ଼ିକ ନକଲି ବୋଲି କୋଠା ମାଲିକମାନେ କହିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବହୁ ଟନ୍‌ ଓଜନର ଲୁହା ଓ ଷ୍ଟିଲ୍‌ ଦ୍ରବ୍ୟ ଦୁଇଚକିଆ ଯାନରେ ଚାଲାଣ କରାଯାଇଥିବା ୱେବିଲ୍‌ରେ ଦର୍ଶାଯାଇଥିଲା। ନକଲି ଦସ୍ତଖତରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା, ଯେଉଁଥିଲେ ବହୁ କୋଟି ଟଙ୍କାର କାରବାର ହୋଇଛି। ଚାକିରି ଯୋଗାଇଦେବାର ପ୍ରଲୋଭନ ଦେଖାଇ, ଦଲାଲ କିମ୍ବା ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରୀହ ଲୋକଙ୍କଠାରୁ ପରିଚୟ ସମ୍ପର୍କିତ କାଗଜପତ୍ର ହାସଲ କରାଯାଇଥିଲା। ଏଗୁଡ଼ିକର ଅପବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ ନେବା ସହ ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲାଯାଇଥିଲା। ରିଟର୍ନରେ ଦର୍ଶାଯାଇଥିବା କାରବାରଗୁଡ଼ିକ କେବଳ କାଗଜକଲମରେ ସୀମିତ ଥିଲା। ନିରୀହ ଲୋକଙ୍କ ନାମରେ ଜିଏସ୍‌ଟି ପଞ୍ଜୀକରଣ, ଚେକ୍‌ ବୁକ୍‌ ଓ ଆର୍‌ଟିଜିଏସ୍‌ ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ଏହି ମାଷ୍ଟରମାଇଣ୍ଡ ବ୍ୟାଙ୍କ କାରବାର ଚାଲିଥିଲା। କେତେକ କ୍ଷେତ୍ରରେ ସେମାନଙ୍କ ଦସ୍ତଖତକୁ ମଧ୍ୟ ନକଲ କରାଯାଇଛି। ଅଭିଯୁକ୍ତ କାଶ୍ମୀରାଙ୍କ ଦ୍ୱାରା ପରିଚାଳିତ କେତେକ ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ଆଟାଚ୍‌ କରାଯାଇ ସେଥିରେ ଥିବା ୨ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri