ଟମକା ଥାନାରୁ ଏସ୍‌ଆଇଙ୍କୁ ହଟାଗଲା

ଯାଜପୁର ଅଫିସ,୧୮।୮: ଯାଜପୁର ଜିଲା ଟମକା ଥାନା ଏସ୍‌ଆଇ ମହମ୍ମଦ ସିରାଜଙ୍କ ଅର୍ଥ ଆଦାୟ ଭିଡିଓ ଭାଇରାଲ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଧରିତ୍ରୀରେ ଖବର ପ୍ରକାଶନ ଏବଂ ମାନବାଧିକାର ସୁରକ୍ଷା କର୍ମୀ ବ୍ରଜମନ ବିଶ୍ୱାଳଙ୍କ ଟୁଇଟ୍‌ ଆଧାରରେ ଡିଜିପି ଅଭୟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଏସ୍‌ପି ଚରଣସିଂ ମୀନା ଏସ୍‌ଆଇ ସିରାଜଙ୍କୁ ଟମକା ଥାନାରୁ ହଟାଇନେଇ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଛନ୍ତି। କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଜୟରାମ ଶତପଥୀଙ୍କୁ ଅଭିଯୋଗର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଏସ୍‌ଆଇ ସିରାଜ ହାଫ୍‌ ପ୍ୟାଣ୍ଟ ଓ ଟି-ଶାର୍ଟରେ ପୋଲିସ ଗାଡ଼ିରେ ରହି ସୁକିନ୍ଦା ଅଞ୍ଚଳର ଜଣେ ଯୁବକଙ୍କୁ ୨ ହଜାର ଟଙ୍କା ବାହାର କର ନ ହେଲେ ୧୦ ହଜାର ଟଙ୍କା ଫାଇନ କରିବି ବୋଲି ଧମକ ଦେଉଥିବା ଉକ୍ତ ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି। ଯୁବକ ଜଣକ ମା’ ମରିଯାଇଥିବା କଥା କହି କାକୁତିମିନତି ହେଉଥିଲେ ହେଁ ଏସ୍‌ଆଇ ସିରାଜ ହାତରେ ଏକ ମେଶିନ ଧରି ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି। ଏହାସହ କାହିଁକି ବାଇକରେ ମାଡିକି ଆସିଲୁ ବୋଲି ପ୍ରଶ୍ନ କରିବା ସହ ତୋ ମା’ ମରିଗଲେ ମୁଁ କ’ଣ କରିବି ବୋଲି ସେ କହିଥିବା ଭିଡିଓରୁ ଜଣାପଡ଼ିଛି। ଉକ୍ତ ଭିଡିଓଙ୍କୁ ଢେଙ୍କାନାଳ ଜିଲାର ମାନବାଧିକାର ସୁରକ୍ଷା କର୍ମୀ ବିଶ୍ୱାଳ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri