ଏହି ଜିଲାବାସୀଙ୍କୁ ଗଣେଶ ପୂଜା ମନା

ଛତ୍ରପୁର,୧୮।୮(ଡି.ଏନ.ଏ): ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ଗଣେଶ ପୂଜା ପାଳନ କରାଯିବ ନାହିଁ। ଏ ନେଇ ମଙ୍ଗଳବାର ଗଞ୍ଜାମ ଜିଲପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଏଥିରେ ସହଯୋଗ କରିବା ସହ ଜରୁରୀ କାମ ନ ଥିଲେ ଅଯଥାରେ ଘରୁ ବାହାରକୁ ନ ବାହାରିବାକୁ ଜନସାଧାରଣଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି। ସାମାଜିକ ଦୂରତା ଓ ସଂକ୍ରମଣ ବ୍ୟାପିବାକୁ ବନ୍ଦ କରିବା ପାଇଁ ଆପଣମାନଙ୍କର ସହଯୋଗ ଅତି ଗୁରୁତ୍ୱପୂର୍ଣ୍ଣ। ପଞ୍ଚସୂତ୍ର ନିୟମକୁ ସମସ୍ତ ଦୋକାନୀ କଡ଼ାକଡି ଭାବେ ପାଳନ କରିବାକୁ ଜିଲପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଜାରି ହେବ ୧୫ ଦିନିଆ ଲକ୍‌ଡାଉନ୍‌: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ…

ମୁମ୍ବାଇ,୧୧।୪: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପ୍ରତିଦିନ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଡିସେମ୍ବର ୨୭ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଅଫିସ,୨୪ା୮: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଯାତ୍ରା ଦୀର୍ଘ ୧୧ ଦିନ ବ୍ୟାପୀ...

ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ: ପ୍ରତି ୧୦୦ ନମୁନାରେ ୧.୦୮% ପଜିଟିଭ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ମହାମାରୀ କରୋନା ପାଇଁ ସାରା ଭାରତ ବର୍ତ୍ତମାନ ଲକ୍‌ଡାଉନରେ ରହିଛି। ଏହାସତ୍ତ୍ୱେ ଦେଶରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ ଅଫିସ,୧୭ା୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ସସ୍ତ୍ରୀକ ଶନିବାର ଅପରାହ୍ନରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି। ପ୍ରଧାନ...

ପୋଲିଓ ବୁନ୍ଦା ଖାଇଲେ ୧.୭ଲକ୍ଷ ଶିଶୁ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ମଙ୍ଗଳବାର ପର୍ଯ୍ୟନ୍ତ ଏହି...

୪ରୁ ୭ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ...

ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l...

ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବାବେଳେ ବୁଧବାର  ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ। ନିର୍ବାଚିତ ସମିତି ସଭ୍ୟମାନେ ଭୋଟ...

Advertisement
Archives

Model This Week