ବିସ୍ଫୋରଣ ପରେ ଚେତିଲା ପୋଲିସ

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରେ ବାଣ ବିସ୍ଫୋରଣ ଘଟଣା ପରେ ପୋଲିସର ଚେତା ପଶିଛି। ସୋମବାର ବାଘମାରି ଥାନା ପୋଲିସ ଲେଖନପୁର ଗ୍ରାମରେ ଚଢ଼ାଉ କରି ବାଣ ସାମଗ୍ରୀ ଓ ବାରୁଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀଧର ସାମଲ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ. ୭୨/୨୦) ରୁଜୁକରି ତଦନ୍ତ ଚଳାଇଛି।
ସୂଚନାଥାଉ କି, କଣ୍ଟାବାଡ଼ ଗ୍ରାମର କାଶୀନାଥ ମହାପାତ୍ର ବାଣ ପ୍ରସ୍ତୁତି ସହ ବ୍ୟବସାୟ କରନ୍ତି। ଶନିବାର ରାତିରେ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ତାଙ୍କ ଘର ସମେତ ପଡ଼ୋଶୀଙ୍କ ୪ ବଖରା ଭୁଶୁଡ଼ି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ କେହି ଆହତ ହୋଇ ନ ଥିଲେ। ଏହି ଘଟଣା ପରେ କାଶୀନାଥଙ୍କ ପରିବାର ଫେରାର ହୋଇଯାଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କାଶୀନାଥଙ୍କ ଘରୁ ଲକ୍ଷାଧିକ ଟଙ୍କାର ବାଣ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରିଥିଲେ। ଏହି ଘଟଣାରେ ଏକ ମାମଲା (ନଂ.୧୬୬/୨୦) ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି। ପ୍ରତିବର୍ଷ ପାର୍ବଣ ଋତୁରେ କଣ୍ଟାବାଡ଼ ଗ୍ରାମରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ପ୍ରସ୍ତୁତ ହୋଇଥାଏ। ପୋଲିସ ନିକଟରେ ଖବର ପହଞ୍ଚିଲେ ମଧ୍ୟ ହାତଗୁଞ୍ଜା ନେଇ ଚୁପ୍‌ ବସିଥାଏ ବୋଲି ସାଧାରଣରେ ଅଭିଯୋଗ ହେଉଛି। କୋଭିଡ୍‌ ପରିଚାଳନାରେ କରୋନା ଯୋଦ୍ଧା ଭାବେ ପରିଚିତ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ କଳଙ୍କ ନ ଲାଗୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, କଣ୍ଟାବାଡ଼ ବାଣ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ବେଆଇନ ଭାବେ ଚାଲିଥିବା ବାଣ କାରବାର ଉପରେ ଚଢ଼ାଉ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କୌଣସି ବେଆଇନ କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ଏଣ୍ଟ୍ରି ପାସ୍‌ ଆରମ୍ଭ

ଚାନ୍ଦବାଲି, ୨।୮(ଡି.ଏନ୍‌.ଏ.)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ଭାବେ ଚାନ୍ଦବାଲି ପରିଚିତ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ଚାନ୍ଦବାଲିରୁ ଘରୋଇ ବୋଟ୍‌ ସହାୟତାରେ ଜଳପଥରେ...

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ...

ସଙ୍ଗରୋଧ ଗୃହରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ ଅଫିସ, ୨୭।୫: ଭଦ୍ରକ ଜିଲା ଭଣ୍ଡାରିପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ସଙ୍ଗରୋଧ କେନ୍ଦ୍ରରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସଟାଙ୍କି ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ...

ଖୋଲା ଆକାଶ ତଳେ ଧାନମଣ୍ଡି, ଚିନ୍ତାରେ ଚାଷୀ

କଟକ ସଦର,୭।୧(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳର ଧାନମଣ୍ଡି ଜାନୁୟାରୀରୁ ଖୋଲିଯାଇଛି। ତେବେ ସବୁ ମଣ୍ଡି ଏକ ଘରେ ରହିବା ବଦଳରେ ଖୋଲା ଆକାଶ ତଳେ ପଡ଼ିରହିଛି।...

ଲୁଟ୍‌ ଉଦ୍ୟମ ବିଫଳ: ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନରାଜ,୨୩।୧୦(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମୁଖ୍ୟ ଫାଟକ ପାଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ମଙ୍ଗଳବାର ବିଳମ୍ବିତ...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ, ଉଲ୍ଲଂଘନ କଲେ ଦୋକାନ ସିଲ୍‌

ଯାଜପୁର ଅଫିସ,୬ା୪: ଘାତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯାଜପୁର ଜିଲାରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ସଫଳ ହୋଇଛି। ଲୋକମାନେ ଏହାକୁ ସମର୍ଥନ...

୪୮ ଘଣ୍ଟା ଭଦ୍ରକ ସଟ୍‌ ଡାଉନ୍‌

ଭଦ୍ରକ ଅଫିସ,୩।୪ – ଭଦ୍ରକ ପୌରାଞ୍ଚଳ ତଥା ପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ରାତି ୮ରୁ ରବିବାର ରାତି ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ...

Play 250+ Trending Games
Archives

Model This Week

Why Dharitri