ନାବାଳିକାଙ୍କୁ ବଳାତ୍କାର ଘଟଣା: ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ
କଟକ ଅଫିସ,୧।୭-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ଏ ନେଇ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କୁ ଅନୁଗୋଳ ଜିଲା ହଣ୍ଡପା ଅଞ୍ଚଳରୁ…
ପୋଲିସ-ପ୍ରଶାସନ ଯାଞ୍ଚ ଢିଲା: ୪ ଦିନିଆ ସଟ୍ଡାଉନ୍ ପରେ ବ୍ରହ୍ମପୁରରେ ଅସମ୍ଭାଳ ଭିଡ
ବ୍ରହ୍ମପୁର ଅଫିସ , ୧।୭ – ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ପାର ହୋଇ ସାରିଲାଣି । ଏଭଳି ସାଙ୍ଘାତିକ…
ନାଲ୍କୋର ୧୪୧ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା
ବଅଁରପାଳ,୧ା୭(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋର ଜଣେ ଡିଜିଏମ୍ଙ୍କର ସୋମବାର ରାତିରେ କରୋନାରେ ମୃତ୍ୟୁ ଘଟିଥିଲା। ଏଥିସହିତ ସମ୍ପୃକ୍ତ ଡିଜିଏମ୍ଙ୍କର ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ନାଲ୍କୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର…
ଓଡ଼ଗାଁ ଏନ୍ଏସିକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ ଜିଲାପାଳ
ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଥିଲା। ଜିଲା ପ୍ରଶାସନ କେବଳ ନୟାଗଡ଼ ସହରକୁ ଜଗିଥିବା ବେଳେ ଗ୍ରାମାଞ୍ଚଳକୁ…
କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର
କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି କାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ଜାରି ରହିବ। କେନ୍ଦ୍ର ସରକାରଙ୍କ…
ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ୧୨ ଲକ୍ଷ ଜରିମାନା ଆଦାୟ: ଏସ୍ପି
ଛତ୍ରପୁର,୧।୭(ଡି.ଏନ୍.ଏ.): କୋଭିଡ-୧୯ ଗାଇଡଲାଇନ୍କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ ବ୍ୟତୀତ ଅନ୍ୟ କାର୍ଯ୍ୟ ପାଇଁ ବାଇକ ବ୍ୟବହାର ନ କରିବା ଏବଂ ସରକାରଙ୍କ ଗାଇଡ୍ଲାଇନ…
ପଦୋନ୍ନତି ପରେ ଗଞ୍ଜାମ ବିଡିଓଙ୍କୁ ପୁନଃ ଅବସ୍ଥାପିତ ଲାଗି ଜିଲାପାଳଙ୍କୁ ସ୍ମାରକପତ୍ର ଦେଲେ ଜନପ୍ରତିନିଧି
ଗଞ୍ଜାମ,୧।୭(ଡି.ଏନ୍.ଏ.): ଗଞ୍ଜାମ ବିଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ଡିଆରଡିଏ ଏପିଡି ଭାବେ ପଦୋନ୍ନତି ମିଳିଛି। ଏହାକୁ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାୟଙ୍କୁ ପୁନଃ ବିଡିଓ ଭାବେ ବ୍ଲକରେ ଅବସ୍ଥାପିତ କରିବା ନେଇ ବୁଧବାର ଗଞ୍ଜାମ…
ଗଞ୍ଜାମରେ ଆକ୍ରାନ୍ତ ହେଲେଣି ୨୯ କରୋନା ଯୋଦ୍ଧା
ଛତ୍ରପୁର,୧ା୭(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୫ ଜଣ ସୁସ୍ଥ ହୋଇ ସାରିଥିବା ବୁଧବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…
ଗୋଟିଏ ଦିନରେ ୧୦୨ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨କୁ ବୃଦ୍ଧି
ଛତ୍ରପୁର,୧।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ ପହଞ୍ଚିଛି। ଏଥି ମଧ୍ୟରୁ ୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୪୬୪ ଆକ୍ରାନ୍ତ ଚିକିତ୍ସାଧୀନ…
ଇ-ଅଫିସ ଆରମ୍ଭ କଲା ଗଞ୍ଜାମ ପୋଲିସ: ଲୋକଙ୍କୁ ମିଳିବ ଉତ୍ତମ ସେବା
ଛତ୍ରପୁର,୧ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବୁଧବାର ଇ-ଅଫିସର ଶୁଭାରମ୍ଭ ହୋଇଛି। ଏହାଫଳରେ ଜନସାଧାରଣଙ୍କୁ ଖୁବ୍ଶୀଘ୍ର ଉତ୍ତମ ସେବା ମିଳିପାରିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଓ ମୋ…
ଜିଲାପାଳଙ୍କ ଗଞ୍ଜାମ ବ୍ଲକ ଗସ୍ତ : ମେଡିଶିନଷ୍ଟୋର, ହୋଟଲ ସିଲ୍
ଗଞ୍ଜାମ,୧।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳକୁ ଶଟ୍ଡାଉନ୍ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନଜର ଏବେ ଗଞ୍ଜାମ ସହର ଉପରେ। ବୁଧବାର ଜିଲାପାଳ କୁଲାଙ୍ଗେ ଗଞ୍ଜାମ ବ୍ଲକ ଗ୍ରସ୍ତ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସହ କରୋନା…
ପ୍ରଶାସନର ଅନୁରୋଧ ପରେ ଶେରଗଡ଼ରେ ଆରମ୍ଭ ହେଲା ଅସ୍ଥାୟୀ ପରିବା ବଜାର
ଶେରଗଡ଼,୧ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବ୍ଲକରେ ମୋଟ୍ ୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ଲକ ସୂତ୍ରରୁ ପ୍ରକାଶ। ଏଥି ମଧ୍ୟରୁ ସ୍ଥାନୀୟ ସଂକ୍ରମିତ ୫ଜଣ ଥିବା…

