ବର୍ଷକୁ ୨୪୦ କାର୍ଯ୍ୟଦିବସ

କଟକ ଅଫିସ,୧୮।୮:  ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା ଲାଗୁ ହେବ। ଏଥିରେ ପ୍ରତ୍ୟେକ ବିଚାରପତିଙ୍କ ପାଇଁ ବର୍ଷକୁ ୨୪୦ଟି କାର୍ଯ୍ୟ ଦିବସ ରହିବ। ବିଭିନ୍ନ ମାମଲାର ଫଇସଲା ଅନୁଯାୟୀ କାର୍ଯ୍ୟଦିବସ ଗଣତି କରାଯିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଜିଲା ଜଜ୍‌ କ୍ୟାଡର୍‌ର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌, ସ୍ବତନ୍ତ୍ର କୋର୍ଟ ଜଜ୍‌ ଏବଂ ସିବିଆଇ ସ୍ବତନ୍ତ୍ର କୋର୍ଟ ଜଜ୍‌ମାନଙ୍କ ପାଇଁ ସ୍ଥିର ହୋଇଥିବା ମାପଦଣ୍ଡ ଅନୁଯାୟୀ, ଗୋଟିଏ ଟ୍ରାପ୍‌ କେସ୍‌ର ଫଇସଲା ହେଲେ ଏହା ୭ଟି କାର୍ଯ୍ୟ ଦିବସରେ ଗଣତି ହେବ। ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି, ଅର୍ଥ ଆତ୍ମସାତ୍‌ ମାମଲା ଓ ସିବିଆଇର ଗୋଟିଏ ମାମଲାର ଫଇସଲା ହେଲେ ୧୦ଟି କାର୍ଯ୍ୟ ଦିବସ ଭାବେ ଗଣାଯିବ। ଏନ୍‌ଡିପିଏସ୍‌, ପୋକ୍ସୋ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ, ଅନୁସୂଚିତ ଜାତି ଓ ଜନଜାତି ଆଇନ୍‌-୧୯୮୯ରେ ଗୋଟିଏ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ ରଖାଯାଇଛି। କ୍ରିମିନାଲ୍‌ ଅପିଲ୍‌ ଓ ଜେଲ୍‌ କ୍ରିମିନାଲ୍‌ ଅପିଲ୍‌ର ଫଇସଲା ପାଇଁ ଗୋଟିଏ କାର୍ଯ୍ୟ ଦିବସ, କ୍ରିମିନାଲ୍‌ ରିଭିଜନ୍‌, ସିଭିଲ୍‌ ଅପିଲ୍‌, ନିର୍ବାଚନ ମାମଲା ଓ ଜମି ଅଧିଗ୍ରହଣ ସଂପର୍କିତ ମାମଲାର ଫଇସଲା ହେଲେ ୨ଟି ଲେଖାଏଁ ଓ ଆର୍ଥତ୍କ ସଂସ୍ଥାରେ ଜମା ସଂପର୍କିତ ମାମଲା ଫଇସଲା ପାଇଁ ୭ଟି କାର୍ଯ୍ୟ ଦିବସ ଗଣତି କରାଯିବ। ସେହିପରି ଅନ୍ୟ ବିଚାରପତିମାନଙ୍କ ପାଇଁ ମଧ୍ୟ ମାମଲା ଫଇସଲା ଅନୁଯାୟୀ କାର୍ଯ୍ୟ ଦିବସ ସ୍ଥିର ହୋଇଛି। ଯଦି କୌଣସି କୋର୍ଟରେ ମାମଲା ସଂଖ୍ୟା କମ୍‌ ରହିଥିବ, ତେବେ ସେଠାରେ ୨୦ ପ୍ରତିଶତ କାର୍ଯ୍ୟ ଦିବସ ଯୋଡ଼ାଯିବ। ପୁରୁଣା ମାମଲାଗୁଡ଼ିକର ଶୁଣାଣି ହୋଇପାରିଲେ ତଦନୁଯାୟୀ କାର୍ଯ୍ୟଦିବସ ଦିଆଯିବ। ଯଦି ୫ରୁ ୧୦ ବର୍ଷ ପୁରୁଣା ମାମଲାର ଫଇସଲା ହେଲେ ସମ୍ପୃକ୍ତ ମାମଲା ପାଇଁ ଥିବା କାର୍ଯ୍ୟ ଦିବସର ୨୫ ପ୍ରତିଶତ ଏବଂ ୧୦ରୁ ୨୦ ବର୍ଷ ମାମଲାର ଫଇସଲା ପାଇଁ ୫୦ ପ୍ରତିଶତ ଏବଂ ୨୦ ବର୍ଷ ମାମଲାର ଫଇସଲା ପାଇଁ ୭୫ ପ୍ରତିଶତ ଅତିରିକ୍ତ କାର୍ଯ୍ୟ ଦିବସ ପ୍ରଦାନ କରାଯିବ। ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ଷ୍ଟେଟ୍‌ କୋର୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ଏସ୍‌ସିଏମ୍‌ଏସ୍‌)ର ସଦସ୍ୟ ସଚିବ ରାଜେଶ ଦାସଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri