ଅନ୍‌ଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ

ପୁରୀ ଅଫିସ,୧୮।୮: ମହାପ୍ରଭୁଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ କଣିକାଏ ଅବଢା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ବିଶ୍ୱାସ ରହିଛି କଣିକାଏ ମହାପ୍ରସାଦ ପାଇଲେ ଜୀବ ମୁକ୍ତି ଲାଭ କରେ। ତେବେ ମହାପ୍ରସାଦ ପ୍ରତି ଥିବା ଭକ୍ତି ଓ ବିଶ୍ୱାସରୁ ଫାଇଦା ନେବାକୁ ଚେଷ୍ଟା କରାଯାଇଛି। ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି ଆରମ୍ଭ ଲାଗି ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିବାବେଳେ ସୋସିଆଲ ମିଡିିଆରେ ବିଜ୍ଞାପନ ପୋଷ୍ଟ କରାଯାଇଛି। ଏହାକୁ ନେଇ ବିରୋଧାଭାଷ ସୃଷ୍ଟି ହୋଇଛି। ସୁଆର ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହାକୁ ବିରୋଧ କରିଛନ୍ତି। ଅନଲାଇନରେ ବିକ୍ରି କରାଗଲେ ମହାପ୍ରସାଦର ଶୁଦ୍ଧତା ରହିବ ନାହିିଁ ବୋଲି ସେମାନେ ମତ ଦେଇଛନ୍ତି।
ସୂଚନା ମୁତାବକ, ଅନ୍‌ଲାଇନରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ମିଳିବ ବୋଲି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପୋଷ୍ଟ ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିରର ଅବଢା (ଅନ୍ନ, କାନିକା, ମିଠାଡାଲି, ବେସର ଓ ମହୁର) ଘରେ ପହଞ୍ଚିବ। ୨ଜଣଙ୍କ ପାଇଁ ଅବଢା ୪୯୯ ଟଙ୍କା ଏବଂ ଖଜା କିଲୋ ୧୯୯ ଟଙ୍କା ରହିଛି। ବର୍ତ୍ତମାନ ଏହି ସେବା କଟକ, ପୁରୀ ଓ ଭୁବନେଶ୍ୱର ପାଇଁ ଉପଲବ୍ଧ। ଛପନଭୋଗ ଅର୍ଡର କେବଳ ଗୁରୁବାର ନିଆଯିବ। ଏବେ ଘରେ ବସି ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ପାଆନ୍ତୁ। ଏଥିପାଇଁ www.soquick.in ନାମରେ ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିବାବେଳେ କଲ୍‌ କରି ଅର୍ଡର ଦେଇପାରିବେ। ଠିକଣାରେ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ଏସ୍‌.ଜେ. ଇନୋଭେଟିଭ ପ୍ରାଇଭେଟ ଲିମିଟେଡ ଦର୍ଶାଯାଇଛି। ତେବେ ଏହାକୁ ବିରୋଧ କରିଛନ୍ତି ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି। ସେ କହିଛନ୍ତି, ମହାପ୍ରସାଦ କିମ୍ବା ଶ୍ରୀମନ୍ଦିରର ଅନ୍ୟାନ୍ୟ ଭୋଗ ଯୋଗାଇଦେବାର ଅଧିକାର କେବଳ ସୁଆର ମହାସୁଆର ନିଯୋଗର। ବାହାର ଲୋକ ଅନ୍‌ଲାଇନରେ କରୁଥିଲେ ଏହାକୁ ଦୃଢ ବିରୋଧ କରାଯିବ। ଅନ୍‌ଲାଇନରେ ଯୋଗାଣ ବେଳେ ସେମାନେ ମହାପ୍ରସାଦର ଶୁଦ୍ଧତା ପ୍ରତି ଧ୍ୟାନ ଦେବେ ନାହିିଁ। ପୂର୍ବରୁ www.puribhog.com ନାମକ ଏକ ସଂସ୍ଥା ଏମିତି ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି କରିବା ଜଣାପଡ଼ିିଥିଲା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ତାହା ବନ୍ଦ ହୋଇଥିଲା। ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷେ ଅନ୍‌ଲାଇନରେ ମହାପ୍ରସାଦ ଯୋଗାଉଥିବା ସଂସ୍ଥାର ଜ୍ୟୋତି ଦାସ କହିଛନ୍ତି, ବର୍ତ୍ତମାନ ସମୟରେ ସାଧାରଣ ଲୋକେ ଚାହିିଁଲେ ବି ମହାପ୍ରସାଦ ପାଇପାରୁ ନାହାନ୍ତି। ସେମାନଙ୍କ ପାଖରେ ପହଞ୍ଚାଇବା ଲାଗି ଆମେ ସେବା ମନୋବୃ୍‌ତ୍ତି ରଖି କାମ କରୁଛୁ। ୧୯୯ ଟଙ୍କାରେ ଖଜା କେଜିଏ କିମ୍ବା ୪୯୯ ଟଙ୍କାରେ ଦୁଇଜଣଙ୍କ ପାଇଁ ମହାପ୍ରସାଦ କିଏ କଟକ କିମ୍ବା ଭୁବନେଶ୍ୱରରେ ପହଞ୍ଚାଇବ? ଆମେ କେବଳ କୋରିୟର ଓ ପ୍ୟାକିଂ ଚାର୍ଜ ରଖି ଏହି ସେବା ଦେଉଛୁ। ଉଦ୍ଦେଶ୍ୟ ଲାଭ ନୁହେଁ, ସେବା। ଯେଉଁଦିନ ଲୋକେ ବିରୋଧ କରିବେ ବନ୍ଦ କରିଦେବୁ।
ସୂଚନାଥାଉ କି, ପୂର୍ବରୁ ଅନ୍‌ଲାଇନରେ ମହାପ୍ରସାଦ ମିଳିବା ନେଇ www.puribhog.com ନାମରେ ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିଲା। ଏହା ଜଣାପଡ଼ିିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୋଲିସକୁ ସମ୍ପୃକ୍ତ ସଂସ୍ଥାକୁ ଠାବ କରିବା ଲାଗି କହିବା ସହ ମନ୍ଦିର ପକ୍ଷରୁ କାହାକୁ ଏଥିପାଇଁ ଅନୁମତି ଦିଆଯାଇନାହିିଁ ବୋଲି ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri