ଅନ୍‌ଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ

ପୁରୀ ଅଫିସ,୧୮।୮: ମହାପ୍ରଭୁଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ କଣିକାଏ ଅବଢା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ବିଶ୍ୱାସ ରହିଛି କଣିକାଏ ମହାପ୍ରସାଦ ପାଇଲେ ଜୀବ ମୁକ୍ତି ଲାଭ କରେ। ତେବେ ମହାପ୍ରସାଦ ପ୍ରତି ଥିବା ଭକ୍ତି ଓ ବିଶ୍ୱାସରୁ ଫାଇଦା ନେବାକୁ ଚେଷ୍ଟା କରାଯାଇଛି। ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି ଆରମ୍ଭ ଲାଗି ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିବାବେଳେ ସୋସିଆଲ ମିଡିିଆରେ ବିଜ୍ଞାପନ ପୋଷ୍ଟ କରାଯାଇଛି। ଏହାକୁ ନେଇ ବିରୋଧାଭାଷ ସୃଷ୍ଟି ହୋଇଛି। ସୁଆର ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହାକୁ ବିରୋଧ କରିଛନ୍ତି। ଅନଲାଇନରେ ବିକ୍ରି କରାଗଲେ ମହାପ୍ରସାଦର ଶୁଦ୍ଧତା ରହିବ ନାହିିଁ ବୋଲି ସେମାନେ ମତ ଦେଇଛନ୍ତି।
ସୂଚନା ମୁତାବକ, ଅନ୍‌ଲାଇନରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ମିଳିବ ବୋଲି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପୋଷ୍ଟ ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିରର ଅବଢା (ଅନ୍ନ, କାନିକା, ମିଠାଡାଲି, ବେସର ଓ ମହୁର) ଘରେ ପହଞ୍ଚିବ। ୨ଜଣଙ୍କ ପାଇଁ ଅବଢା ୪୯୯ ଟଙ୍କା ଏବଂ ଖଜା କିଲୋ ୧୯୯ ଟଙ୍କା ରହିଛି। ବର୍ତ୍ତମାନ ଏହି ସେବା କଟକ, ପୁରୀ ଓ ଭୁବନେଶ୍ୱର ପାଇଁ ଉପଲବ୍ଧ। ଛପନଭୋଗ ଅର୍ଡର କେବଳ ଗୁରୁବାର ନିଆଯିବ। ଏବେ ଘରେ ବସି ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ପାଆନ୍ତୁ। ଏଥିପାଇଁ www.soquick.in ନାମରେ ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିବାବେଳେ କଲ୍‌ କରି ଅର୍ଡର ଦେଇପାରିବେ। ଠିକଣାରେ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ଏସ୍‌.ଜେ. ଇନୋଭେଟିଭ ପ୍ରାଇଭେଟ ଲିମିଟେଡ ଦର୍ଶାଯାଇଛି। ତେବେ ଏହାକୁ ବିରୋଧ କରିଛନ୍ତି ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି। ସେ କହିଛନ୍ତି, ମହାପ୍ରସାଦ କିମ୍ବା ଶ୍ରୀମନ୍ଦିରର ଅନ୍ୟାନ୍ୟ ଭୋଗ ଯୋଗାଇଦେବାର ଅଧିକାର କେବଳ ସୁଆର ମହାସୁଆର ନିଯୋଗର। ବାହାର ଲୋକ ଅନ୍‌ଲାଇନରେ କରୁଥିଲେ ଏହାକୁ ଦୃଢ ବିରୋଧ କରାଯିବ। ଅନ୍‌ଲାଇନରେ ଯୋଗାଣ ବେଳେ ସେମାନେ ମହାପ୍ରସାଦର ଶୁଦ୍ଧତା ପ୍ରତି ଧ୍ୟାନ ଦେବେ ନାହିିଁ। ପୂର୍ବରୁ www.puribhog.com ନାମକ ଏକ ସଂସ୍ଥା ଏମିତି ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି କରିବା ଜଣାପଡ଼ିିଥିଲା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ତାହା ବନ୍ଦ ହୋଇଥିଲା। ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷେ ଅନ୍‌ଲାଇନରେ ମହାପ୍ରସାଦ ଯୋଗାଉଥିବା ସଂସ୍ଥାର ଜ୍ୟୋତି ଦାସ କହିଛନ୍ତି, ବର୍ତ୍ତମାନ ସମୟରେ ସାଧାରଣ ଲୋକେ ଚାହିିଁଲେ ବି ମହାପ୍ରସାଦ ପାଇପାରୁ ନାହାନ୍ତି। ସେମାନଙ୍କ ପାଖରେ ପହଞ୍ଚାଇବା ଲାଗି ଆମେ ସେବା ମନୋବୃ୍‌ତ୍ତି ରଖି କାମ କରୁଛୁ। ୧୯୯ ଟଙ୍କାରେ ଖଜା କେଜିଏ କିମ୍ବା ୪୯୯ ଟଙ୍କାରେ ଦୁଇଜଣଙ୍କ ପାଇଁ ମହାପ୍ରସାଦ କିଏ କଟକ କିମ୍ବା ଭୁବନେଶ୍ୱରରେ ପହଞ୍ଚାଇବ? ଆମେ କେବଳ କୋରିୟର ଓ ପ୍ୟାକିଂ ଚାର୍ଜ ରଖି ଏହି ସେବା ଦେଉଛୁ। ଉଦ୍ଦେଶ୍ୟ ଲାଭ ନୁହେଁ, ସେବା। ଯେଉଁଦିନ ଲୋକେ ବିରୋଧ କରିବେ ବନ୍ଦ କରିଦେବୁ।
ସୂଚନାଥାଉ କି, ପୂର୍ବରୁ ଅନ୍‌ଲାଇନରେ ମହାପ୍ରସାଦ ମିଳିବା ନେଇ www.puribhog.com ନାମରେ ଏକ ୱେବ୍‌ସାଇଟ୍‌ ଖୋଲାଯାଇଥିଲା। ଏହା ଜଣାପଡ଼ିିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୋଲିସକୁ ସମ୍ପୃକ୍ତ ସଂସ୍ଥାକୁ ଠାବ କରିବା ଲାଗି କହିବା ସହ ମନ୍ଦିର ପକ୍ଷରୁ କାହାକୁ ଏଥିପାଇଁ ଅନୁମତି ଦିଆଯାଇନାହିିଁ ବୋଲି ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri