ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା
ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ…
କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ
ଭବାନୀପାଟଣା,୨୮।୯(ଡି.ଏନ୍.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା। ତେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜିଲାର ପିଆଜ ଚାଷୀ। ମୁଣ୍ଡ ଝାଳ…
ପୋଲିସ ଏସ୍ଆଇ ବ୍ରଜ କିଶୋର ଦୁରିଆଙ୍କ ପରଲୋକ: ଶୋକ ପ୍ରକାଶ କଲେ ଏସ୍ପି
ଭବାନୀପାଟଣା,୨୮।୯ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗୁରୁତର ହୋଇ ପ୍ରଥମେ ଭବାନୀପାଟଣା ପରେ ସେଠାରୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର…
ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି ସାମଗ୍ରୀ ଜବତ ସହିତ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ,…
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮ ଗିରଫ
ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ପୋଲିସ ବୁଧିଆପାଲିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଜୁଆଖେଳରେ ବ୍ୟବହୃତ ସାମଗ୍ରୀ ସହିତ ୧୨ଟି ବାଇକ୍, ନଗଦ ୧୫ ହଜାର ୮୧୦ ଟଙ୍କା ଜବତ କରିଛି। ଏହା ସହିତ…
ବରଗଡ଼ରେ ୧୩୭ ନୂଆ କରୋନା ପଜିଟିଭ୍: ଭେଡେନ୍ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ
ବରଗଡ଼ ଅଫିସ,୨୮।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭେଡେନ୍ ବ୍ଲକର ସର୍ବାଧିକ ୩୨ ଜଣ ରହିଛନ୍ତି । ସେହିପରି ବରଗଡ଼…
ଚିକିତ୍ସାଧୀନ ମାଈହାତୀର ମୃତ୍ୟୁ
ଚୌଦ୍ୱାର,୨୮ା୯(ଡି.ଏନ୍.ଏ.): କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଡମଣୀ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ମାଈହାତୀର ସୋମବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ା ସୂଚନା ଅନୁଯାୟୀ, ଶନିବାର ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ହାତୀଟି ଏକ ବୁଦା ଭିତରେ ପଡ଼ିଥିବା ଦେଖି…
ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷଣା
ଖୋର୍ଦ୍ଧା ଅଫିସ,୨୮ା୯: ଖୋର୍ଦ୍ଧା ଜିଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲା ପ୍ରଶାସନ। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ ରହିଛି। ସ୍ଥାନୀୟ ଅଞ୍ଚଳ…
ମାଟିରେ ମିଶିଯିବ ବଳରାମ ଦାସ ଗୁମ୍ଫା
ପୁରୀ ଅଫିସ,୨୮ା୯: ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ପୁରୀରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ମାଟିରେ ମିଶିଗଲାଣି। ପୁଣି କେତେକ ଐତିହ୍ୟ ରହିଛି ଯାହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ତାହା ବି ମାଟିରେ ମିଶିବାକୁ ବସିଲାଣି। ଏମିତି…
ବଦଳୁନି ଶହୀଦ ପୀଠ ଭାଗ୍ୟ
ବାସୁଦେବପୁର,୨୮ା୯(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ…
ଜୋର୍ଧରିଲା ଚଢ଼ାଉ, ଜରିମାନା
ଅନୁଗୋଳ ଅଫିସ, ୨୮।୯: ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରପାଳିକା ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ସହରର ବ୍ୟବସାୟୀମାନଙ୍କ କରୋନା…
ପର୍ଯ୍ୟଟକ ଅପେକ୍ଷାରେ ପ୍ରକୃତିପଥ
ଢେଙ୍କାନାଳ ଅଫିସ, ୨୮।୯: ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟଟନର ଅନନ୍ୟ ସମ୍ଭାବନା। ଅଭୟାରଣ୍ୟ, ଜଳଭଣ୍ଡାର, ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଗ୍ରାମଗୁଡ଼ିକର ବିକାଶ କରାଗଲେ ବିପୁଳ ରାଜସ୍ବ ଆଦାୟ ହୋଇପାରିବ। କୋଭିଡ୍ ମହାମାରୀ ସମୟରେ ଅର୍ଥ ଆଦାୟର ଅଧିକାଂଶ କ୍ଷେତ୍ର ପ୍ରଭାବିତ…

