ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ଜୟରାମ

ଘଣ୍ଟାପଡା,୧୭।୧୨ (ଡି.ଏନ୍‌.ଏ):ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ୩୦ ବର୍ଷୀୟ ଯୁବ ଗବେଷକ ଜୟରାମ ରଣା। ଜୈବ ରାସାୟନିକ ଗବେଷକ ରଣା ବିଶ୍ୱର ସର୍ବବୃହତ୍‌ ସାରୁପତ୍ର ପ୍ରଦର୍ଶନ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।
ସୂଚନା ଅନୁସାରେ, ସେ ଏକଦା ନିଜ ଜିଲାର ପାହାଡ ଅଞ୍ଚଳରେ ଭ୍ରମଣ କରିବା ସମୟରେ ଏକ ସାରୁ ପୁଆ ପାଇଥିଲେ। ସେ ସାରୁକୁ ଆଣି ନିଜ ଘର କୂଅ ପାଖରେ ଲଗାଇ ବିଶେଷ ଚାଷ ପଦ୍ଧତି ଆପଣାଇ ଥିଲେ। ଏଥିସହ ଜୈବ ରାସାୟନିକ ଖତ ପ୍ରୟୋଗ କରି ସର୍ବବୃହତ୍‌ ସାରୁ ପତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। ଏହି ସାରୁପତ୍ରର ଆକାର ୨୫ ଇଞ୍ଚ ଲମ୍ବ ଏବଂ ୨୯ ଇଞ୍ଚ ଚଉଡା ହୋଇଥିଲା। ଏହି ଆକାରକୁ ନେଇ ଗବେଷକ ରଣା ବିଶ୍ୱ ରେକର୍ଡ ପାଇଁ ଆବେଦନ କରିଥିଲେ। ତିନି ମାସ ପରେ ଗିନିଜ୍‌ ଓ୍ବାଲର୍‌ଡ୍‌ ରେକର୍ଡସ୍‌ ତରଫରୁ ତଦନ୍ତ ହୋଇ ସମସ୍ତ ତଥ୍ୟ ଠିକ୍‌ ଥିବାରୁ ରଣାଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ଗବେଷକ ରଣା ବୌଦ୍ଧ ଜିଲାର ପ୍ରଥମ ବ୍ୟକ୍ତି ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ର ଅଧିକାରୀ ହୋଇ ପାରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି। ଏହି ଗବେଷକଙ୍କ ହେଲ୍‌ଥ ସାଇନ୍ସ ରିସର୍ଚ୍ଚ ଫାଉଣ୍ଡେଶନ ନାମକ ଏକ ନିଜସ୍ବ ଲ୍ୟାବ ମଧ୍ୟ ଅଛି। ସେଥିରେ ସେ ଚିଫ୍‌ ଡାଇରେକ୍ଟର ଅଛନ୍ତି। ତାଙ୍କ ଲ୍ୟାବ୍‌ ସରକାରୀ ଲ୍ୟାବ୍‌ ସହ ମିଶି କାମ କରିବା ପାଇଁ ସବୁଜ ସଙ୍କେତ ମିଳିସାରିଛି। ସେ ବିଭିନ୍ନ ଫର୍ମୂଲା ଉପରେ ଗବେଷଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri