ପରୀ ପରିବାରକୁ ନ୍ୟାୟ ପାଇଁ ପଦଯାତ୍ରା କରିବ ଭାଜପା

ଦେବଗଡ଼,୧୭ା୧୨(ଡି.ଏନ.ଏ)-ପରୀ ଓ ତା’ର ବାପା ମା’ଙ୍କୁ ନ୍ୟାୟ ଦେବାପାଇଁ ଭାଜପା ବଦ୍ଧ ପରିକର ା ଏଣୁ ଏଥିପାଇଁ ଭାଜପା ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଚଳିତମାସ ୧୫ ତାରିଖଠାରୁ ପଦଯାତ୍ରା ଆରମ୍ଭ ହୋଇଛି ଓ ଏହା ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି ା ବୁଧବାର ଭାଜପା ରାଜ୍ୟ ସଭାପତି ମହାନ୍ତି ତାଙ୍କର ଦେବଗଡ ଗସ୍ତ ଅବସରରେ ଏହା ପ୍ରକାଶ କରିବାସହ ରାଜ୍ୟରେ ଅନ୍ୟୁନ ୫୫୦୩ ଜଣ ଶିଶୁଙ୍କ ନିଖୋଜ ଘଟଣାରେ ସରକାରଙ୍କ ଶିଥିଳତା ନେଇ ମହାନ୍ତି ଗଭୀର ଉଦବେଗ ପ୍ରକାଶ କରିଥିଲେ। ସଭାପତି ମହାନ୍ତି ପ୍ରଧାନପାଟ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳାରେ ପହଞ୍ଚିବା କ୍ଷଣି ତାଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ, ସଚୀକାନ୍ତ ଦାସ, ପୂର୍ବତନ ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅରୁଣ କୁମାର ସାହୁ, ଅରୁନ୍ଧତୀ ଦେବୀ, ନଗର ଭାଜପା ସଭାପତି ଦିବ୍ୟଶଙ୍କର ଖୁଟିଆ, ପୂର୍ବତନ ନଗର ସଭାପତି ରମଣୀକାନ୍ତ ଦାସ, ରମଣୀ ରଞ୍ଜନ ଆଚାଯର୍‌ୟ, ସୁଧିର କୁମାର ବ୍ରହ୍ମା, ମୋତିଲାଲ ଶର୍ମା, ସରୋଜ ପାଢୀ ଓ କିଶୋର ବେହେରାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ ା ଏହି ଅବସରରେ ଜିଲା ଭାଜପା ସଭାପତି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉପରୋକ୍ତ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସମେତ ରେଙ୍ଗାଳୀ ବିଧାୟକ ନାଉରୀ ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ଦେବଗଡ ଜିଲା ଭାଜପା ପ୍ରଭାରୀ ଧୀରେନ ସେନାପତି, ଛେଣ୍ଡିପଦାର ଅଗସ୍ତି ବେହେରା, ସମ୍ବଲପୁର ଜିଲା ଭାଜପା ସଭାପତି ଗିରଶ ପଟେଲ ଓ ରାଧେଶ୍ୟାମ ବାରିକ ପ୍ରମୁଖ ମଞ୍ଚାସୀନ ରହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri