ପୋକରା ପିଡିଏସ୍‌ ଚାଉଳ ଫେରାଇଲେ ସରପଞ୍ଚ

ରିଆମାଳ, ୧୭ା୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ ବ୍ଲକ ମଳେହିପଡା ପଞ୍ଚାୟତରେ ବୁଧବାର ପିଡିଏସ୍‌ ଚାଉଳକୁ ସରପଞ୍ଚ ହାବିଲ ସାହୁ ଫେରାଇ ଦେଇଥିବା ଜଣାପଡିଛି। ଘଟଣା ଅନୁସାରେ ପଞ୍ଚାୟତକୁ କିଛି ମାସ ହେବ ଠିକ୍‌ ମାପଠାରୁ କମ୍‌ ଏବଂ ଅତି ନିମ୍ନମାନର ଚାଉଳ ଆସୁଥିବା ବାରମ୍ବାର ଯୋଗାଣ ବିଭାଗକୁ ଅଭିଯୋଗ କରି ଆସୁଥିଲେ। ବୁଧବାର ୪୭୫ ପ୍ୟାକେଟ ଚାଉଳ ଆସିଥିବାବେଳେ ଯୋଗାଣ ସହାୟିକା ସୁନୀତା ପ୍ରଧାନ ପୋକରା, ଧୁଳିଗୁଣ୍ଡା ଯୁକ୍ତ ତଥା ମୁଷାଲେଣ୍ଡି ଓ ଜାଲିଭିଡା ଚାଉଳ ଏବଂ ଫଟା ବସ୍ତାରେ ଆସିଥିବା ଦେଖିବାକୁ ପାଇଥିଲେ। ଫଳରେ ସେ ଏମଆଇ ଜୟନ୍ତ କୁଣ୍ଡୁ ଏବଂ ସରପଞ୍ଚ ହାବିଲ ସାହୁ, ସମିତି ସଭ୍ୟ ଅମୂଲ୍ୟ ପ୍ରଧାନଙ୍କୁ ଜଣାଇ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଗୋଦାମ ଘରକୁ ଡକାଇଥିଲେ। ସରପଞ୍ଚ ସାହୁ ଏବଂ ସମିତି ସଭ୍ୟ ପ୍ରଧାନ ସେଠାରେ ପହଞ୍ଚି ଅତି ନିମ୍ନମାନର ଚାଉଳ ଦେଖି ତାକୁ ଫେରାଇ ଦେବା ପାଇଁ କହିଥିଲେ। କାରଣ ଚାଉଳ ନେବା ସମୟରେ ଉପଭୋକ୍ତାମାନେ ନିମ୍ନମାନର ଚାଉଳ ପାଇଁ ଅସନ୍ତୋଷ ଜାହିର କରିବା ସହିତ ଗାଳିଗୁଲଜ କରିଥାଆନ୍ତି। ଚାଉଳ ପ୍ୟାକେଟରେ କମ ଆସୁଥିବାରୁ ବହୁ ସମୟରେ ଯୋଗାଣ ସହାୟିକା ନିଜ ହାତରୁ ଅର୍ଥ ବହନ କରୁଥିବା ଜଣାଇଥିଲେ। ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ଏହି ବିଷୟରେ ପଚାରିବାରୁ ଏମଆଇ କିମ୍ବା ସିଏସଓ ଏହାର ଉତ୍ତର ଦେଇ ପାରିବେ ବୋଲି କହିଥିଲେ। କିଛି ଦିନ ତଳେ ପିଡିଏସ୍‌ ସାମଗ୍ରିରେ ଆସୁତ୍ଥିବା ଗହମରେ କଣ୍ଟାଜାତୀୟ ଏକ ଫଳ ମିଶି ଆସୁଥିବାରୁ ଉପଭୋକ୍ତାମାନେ ଅସନ୍ତୋଷ ଜାହିର କରିଥିଲେ। ଏବେ ପ୍ରତ୍ୟେକ ପଂଚାୟତକୁ ଏହି ଭଳି ନିମ୍ନମାନର ଚାଉଳ ଆସୁଥିବାରୁ ଯୋଗାଣ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଲେ ଉପଭୋକ୍ତାମାନେ ଖାଇବା ଚାଉଳ ଗଣ୍ଡାକ ନେଇ ଖୁସିରେ ଖାଇପାରନ୍ତେ। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କରାଯାଏ ତା’ହେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଳେହିପଡା ସରପଞ୍ଚ ଓ ସମିତି ସଭ୍ୟ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି।...

ସମ୍ପର୍କ ଭୁଲିଗଲେ ବାପା: ଶୋଇଥିବା ପୁଅକୁ ଉଠାଇ ହାଣିଲେ

ଦେବଗଡ଼,୧୮।୫ (ଡି.ଏନ୍‌.ଏ.): ବାପାଙ୍କ କଟୁରି ଚୋଟରେ ପୁଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ। ସୂଚନାଯୋଗ୍ୟ, ମଙ୍ଗଳବାର...

ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍‌ପି

ଦେବଗଡ଼,୫ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ...

ବାଘଛାଲ, ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ପହଞ୍ଚିଲା ଏସ୍‌ଟିଏଫ୍‌

ଦେବଗଡ଼,୭।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ନିକଟସ୍ଥ ୪୯.ଜାତୀୟ ରାଜପଥରୁ ଏକ କଲରା ପତରିଆ ବାଘ ଛାଲ, ଏକ ହାତୀ ଦାନ୍ତ ଏବଂ ୧ କେଜି ୭୭୦...

ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ୨ ଭାଇ, ଜଣେ ମୃତ

ଦେବଗଡ଼,୩୦।୬ (ଡି.ଏନ୍‌.ଏ): ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଂଟି...

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ...

ଅନୈତିକ ସମ୍ପର୍କ ପାଇଁ ପ୍ରଥମ ସ୍ବାମୀଙ୍କୁ ହାଣି ଦେଲେ

ରିଆମାଳ,୧୮।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଛତାବର ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ

ଦେବଗଡ଼,୪ା୧୨(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ...

Advertisement
Archives

Model This Week