ଆମ ଜିଲା ଖବର

ଖରସ୍ରୋତାରୁ ଭଦ୍ରକକୁ ପାଣିଦେବା ବିବାଦ: ପାଣି ନ ଛାଡ଼ିବାକୁ ଜଳ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି…

ସଙ୍ଗୀତ ପ୍ରେମରେ ଶାନ୍ତିସ୍ବରୂପ

କାମାକ୍ଷାନଗର, ୭।୧୨( ସୁଧୀର କୁମାର ପରିଡ଼ା ): ସଙ୍ଗୀତକୁ ନେଇ ଆଖିରେ ଆଖିଏ ସ୍ବପ୍ନ । ଆଧୁନିକ ହେଉ କି ଶାସ୍ତ୍ରୀୟ ରାଗ, ତାଙ୍କ କଣ୍ଠରୁ ଝରିପଡୁଥିବା ପ୍ରତିଟି ସ୍ବର ବିଭୋର କରେ ଶ୍ରୋତାଙ୍କୁ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିବା…

ଗାଧୋଉଥିବା ବେଳେ ନାଳରେ ବୁଡିଗଲେ ଯୁବକ

ଦେବଗଡ, ୭ା୧୨(ଡି.ଏନ.ଏ)-ବାରକୋଟ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ରବିବାର ନାଳରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁସଙ୍ଗ ଗ୍ରାମର ଦେବ ପ୍ରଧାନ(୨୫) ମଧ୍ୟାହ୍ନରେ ଗାଁ ନିକଟସ୍ଥ ଯୌତୁକ ନାଳରେ ଗାଧୋଉଥିଲେ । ଗୋଡ…

ଜମୁନି ପ୍ରଥମାଷ୍ଟମୀ ପୋଷାକ ବେପାର

ଅନୁଗୋଳ ଅଫିସ, ୭।୧୨: ଦିନଟିଏ ପରେ ପ୍ରଥମାଷ୍ଟମୀ। ପୋଢ଼ୁଆଁ ହେବେ ଘରର ଜ୍ୟେଷ୍ଠ ସନ୍ତାନ। ମାମୁଘରୁ ଆସିଥିବା ନୂଆ ପୋଷାକ ପିନ୍ଧି ଏଣ୍ଡୁରିପିଠା ଖାଇବେ ପିଲାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହେଲାଣି। ନାନା ପ୍ରକାର ସାମଗ୍ରୀ କିଣା ସରିଲାଣି। ପିଠା…

ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିଲେ ହେଁ କୌଳିକ ବୃତ୍ତି ଭାବରେ…

୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ, ୭ା୧୨(ଡି.ଏନ.ଏ):ଦେବଗଡ଼ ରିଜର୍ଭ ପୋଲିସ ପଡିଆଠାରେ ରବିବାର ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଗୃହରକ୍ଷୀ ବାହିନୀର କର୍ତବ୍ୟ ପରାୟଣତା…

ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର

ଦେବଗଡ଼, ୭ା୧୨(ଡ଼ି.ଏନ୍‌.ଏ.) – ଦେବଗଡ଼ରେ ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ସେହିପରି…

ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୬ା୧୨-ବିଶିଷ୍ଟ ଅଭିନେତା ତଥା ବହୁ ଲୋକପ୍ରିୟ ଗୀତର ସ୍ରଷ୍ଟା ନେତ୍ରାନନ୍ଦ ବାରିକ (୬୮)ଙ୍କ ରବିବାର ଅପରାହ୍ନରେ ତାଙ୍କ ବଲାଙ୍ଗୀର ସଦର ବ୍ଲକ ଖୁଜେନ୍‌ପାଲି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର…

ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ ଘଟଣା: ୨୩.୨୧ ଲକ୍ଷ ଟଙ୍କା ଜିଏସ୍‌ଟି ଆଦାୟ

ବ୍ରହ୍ମପୁର ଅଫିସ,୬ା୧୨ -ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ ଶନିବାର ଅନ୍ଧପସରା ରୋଡ୍‌ରେ ଗାଡିମୋଟର ଯାଞ୍ଚବେଳେ ଏକ କାର୍‌ରୁ ୪କେଜି ସୁନା ଓ ୨୩୫ କେଜି ରୁପା ଅଳଙ୍କାର ଜବତ କରିଥିଲା। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖିବା ସହ କାର ଜବତ…

ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ ଥିବା ଏକ ଅଖାବସ୍ତାରୁ ଜଣେ ମହିଳା ଓ ତାଙ୍କ ୧୦ମାସର ଝିଅର ମୃତଦେହକୁ ପୋଲିସ…

କାର୍‌ ଓଲଟି ୨ ମୃତ: ଡ୍ରାଇଭର ଫେରାର

କାମାକ୍ଷାନଗର,୬।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଖଟୁଆ ହତାଠାରେ ରବିବାର ଅପରାହ୍ନରେ ଏକ କାର ଓଲଟି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମଠକରଗଳା ଗ୍ରାମ ବାଲିସାହିର ସୁଶାନ୍ତ ଦାସଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବେହେରା (୩୫), ଶାଶୁ…

ସହରର ଉନ୍ନତି ନେଇ ବିଧାୟକଙ୍କ ସହ ଆଲୋଚନା କଲେ ଦଳୀୟ ନେତୃବୃନ୍ଦ

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ପୋତାଗଡ଼ଠାରେ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦଳୀୟ ନେତୃବୃନ୍ଦଙ୍କ ସହ ଦଳୀୟ ସଂଗଠନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଆସନ୍ତା ସପ୍ତାହରେ ଘର ପଟ୍ଟା ବଣ୍ଟନ କରାଯିବା ପାଇଁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?