ଗୋଠ ଛାଡ଼ି ଗାଁରେ ଦନ୍ତା

ଢେଙ୍କାନାଳ ଅଫିସ, ୧୦।୨ – ମିଳନ ପାଇଁ ବ୍ୟାକୁଳ ଦନ୍ତା ଗୋଠରୁ ଅଲଗା ହୋଇ ଜନବସତିରେ ଆରମ୍ଭ କରିଛନ୍ତି ଉପଦ୍ରବ। ପାଖାପାଖି ମାସେ ହେଲା ସେମାନଙ୍କ ହିଂସ୍ର ଆଚରଣରେ ଅତିଷ୍ଠ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲାର ହାତୀ ଉପଦ୍ରୁତ ଅଞ୍ଚଳବାସୀ। ଗୋଟିଏ କି ଦୁଇଟି ନୁହେଁ, ଜିଲାର ୮ ସ୍ଥାନରେ ସମାନ ସମସ୍ୟା ସୃଷ୍ଟି ହୋଇଛି। ବର୍ଷ ଆରମ୍ଭରୁ ଅଦ୍ୟାବଧି ସେମାନଙ୍କ ହାବୁଡ଼ରେ ପଡ଼ି ୪ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ବନ କର୍ମଚାରୀ ଏବଂ ପୋଲିସ।
ଢେଙ୍କାନାଳ ଜିଲା ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି ଗୋଟିକିଆ ଦନ୍ତା। ହାତୀଙ୍କୁ ଘଉଡ଼ାଇବାରେ ବନ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଗତ ଜାନୁୟାରୀରୁ ଫେବୃୟାରୀ ପ୍ରଥମ ସପ୍ତାହ (୫ ସପ୍ତାହ) ମଧ୍ୟରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଜାନୁୟାରୀ ୧୯ରେ ସଦର ରେଞ୍ଜ୍‌ ଗହମଖୁଣ୍ଟି ଗ୍ରାମର ଚାଷୀ ରମେଶ ସାହୁ, ୨୬ ତାରିଖରେ ଦାମୋଦରନାଳୀଠାରେ ଲଛମନ ମହାନ୍ତି, ୩୧ରେ ଗୋବିନ୍ଦପୁରରେ ଚାଷୀ ପ୍ରଶାନ୍ତ ରାଉତ ଏବଂ ଫେବୃୟାରୀ ୮ରେ ହିନ୍ଦୋଳ ରେଞ୍ଜ୍‌ ରାସୋଳ ଥାନା ମାନିଆନାଳରେ ରବି ରାଉତଙ୍କ ଜୀବନ ନେଇଛି ଗୋଠଛଡା ଦନ୍ତା।
ଅବାଧ ବିଚରଣ କରୁଥିବା ଦନ୍ତା ଭୟ କାରଣରୁ ସନ୍ଧ୍ୟା ହେଲେ ଗ୍ରାମ ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଧନଜୀବନ ହାନି ଆଶଙ୍କାରେ ହାତୀ ପାଇଁ ରାତି ଉଜାଗର ରହୁଛନ୍ତି ଗ୍ରାମବାସୀ। ଚାଷୀ କ୍ଷେତକୁ ଯାଇପାରୁନାହାନ୍ତି। ଅପରପକ୍ଷେ ହାତୀ ଉପଦ୍ରବ ରୋକିବାକୁ ଅଣାଯାଇଥିବା ‘ଐରାବତ’ ଯାନକୁ ସଦର ରେଞ୍ଜ ଅଞ୍ଚଳରେ ମୁତୟନ କରାଯାଇଛି। ହେଲେ ଗୋଟିକିଆ ହାତୀଙ୍କୁ ଘଉଡ଼ାଇବାରେ ଏହା ସେତେଟା ସଫଳ ହୋଇପାରୁନାହିଁ। ହାତୀ ଆକ୍ରମଣଜନିତ ମୃତ୍ୟୁ ଏବଂ କ୍ଷୟକ୍ଷତିକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ଏବେ ବନ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କ ଚିନ୍ତା ବଢ଼ାଇଛି।

ମିଳନ ପାଇଁ ବ୍ୟାକୁଳ ହୋଇ କରୁଛନ୍ତି ଉପଦ୍ରବ
ସାଧାରଣତଃ ଡିସେମ୍ବରରୁ ଜାନୁୟାରୀ ହେଉଛି ହାତୀଙ୍କ ମିଳନ ସମୟ। ଏହି ସମୟରେ ଦନ୍ତାହାତୀ ଦଳରୁ ଅଲଗା ହୋଇ ଅଧିକ ଉପଦ୍ରବ କରିଥାନ୍ତି। ଫେବୃୟାରୀ ପରେ ଦନ୍ତାହାତୀଙ୍କ ଏହି ପ୍ରବୃତ୍ତି ସ୍ବାଭାବିକ ଭାବେ କମିଯାଏ। ଜିଲାର ୮ ସ୍ଥାନରେ ଏଭଳି ଗୋଟିକିଆ ଦନ୍ତା ହାତୀ ଉତ୍ପାତ କରୁଛନ୍ତି। ଆକ୍ରମଣରେ ଧନଜୀବନ ହାନି ଘଟୁଛି। ଗୋଟିକିଆ ଦନ୍ତା ବିଚରଣ କରୁଥିବା ସ୍ଥାନଗୁଡ଼ିକ ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଛି। ହାତୀଙ୍କୁ ଘଉଡ଼ାଇବା ଲାଗି ବନ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ
ଘଉଡ଼ାଇବାରେ ବନ ବିଭାଗ ବିଫଳ
ଗୋଠରୁ ଅଲଗା ହୋଇଥିବା ଏକ ଦନ୍ତା ହାତୀ ପାଇଁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସଦର ବ୍ଲକ ବେଲଟିକିରି, ନାଗିଆପଶି, କାଇମାଟି, ସୋଗରପଶି ପଞ୍ଚାୟତରେ ହାତୀଟି ଘୂରିବୁଲୁଛି। ସନ୍ଧ୍ୟା ହେଲେ ପଦାକୁ ବାହାରିବାକୁ ଗ୍ରାମବାସୀ ଭୟ କରୁଛନ୍ତି। ବନ କର୍ମଚାରୀ ହାତୀ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ।
-ବଳଭଦ୍ର ସାମଲ, ବେଲଟିକିରି
ଉଜୁଡ଼ିଗଲାଣି କାଜୁ ବଗିଚା
ହାତୀ ପାଇଁ ନିଦ ହଜିଯାଇଛି। ଗୋବିନ୍ଦପୁର ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଥିବା କାଜୁ ବଗିଚାକୁ ହାତୀ ସମ୍ପୂର୍ଣ୍ଣ ଉଜାଡ଼ି ଦେଲାଣି। ବନ ବିଭାଗର ହାତୀ ଘଉଡ଼ାଇବା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ହାତୀ ଅଞ୍ଚଳ ଛାଡ଼ି ଯାଉ ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଲୋକମାନେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି।
-ସନ୍ତୋଷ ସ୍ବାଇଁ, ଗୋବିନ୍ଦପୁର


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?