ଗୋଠ ଛାଡ଼ି ଗାଁରେ ଦନ୍ତା

ଢେଙ୍କାନାଳ ଅଫିସ, ୧୦।୨ – ମିଳନ ପାଇଁ ବ୍ୟାକୁଳ ଦନ୍ତା ଗୋଠରୁ ଅଲଗା ହୋଇ ଜନବସତିରେ ଆରମ୍ଭ କରିଛନ୍ତି ଉପଦ୍ରବ। ପାଖାପାଖି ମାସେ ହେଲା ସେମାନଙ୍କ ହିଂସ୍ର ଆଚରଣରେ ଅତିଷ୍ଠ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲାର ହାତୀ ଉପଦ୍ରୁତ ଅଞ୍ଚଳବାସୀ। ଗୋଟିଏ କି ଦୁଇଟି ନୁହେଁ, ଜିଲାର ୮ ସ୍ଥାନରେ ସମାନ ସମସ୍ୟା ସୃଷ୍ଟି ହୋଇଛି। ବର୍ଷ ଆରମ୍ଭରୁ ଅଦ୍ୟାବଧି ସେମାନଙ୍କ ହାବୁଡ଼ରେ ପଡ଼ି ୪ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ବନ କର୍ମଚାରୀ ଏବଂ ପୋଲିସ।
ଢେଙ୍କାନାଳ ଜିଲା ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି ଗୋଟିକିଆ ଦନ୍ତା। ହାତୀଙ୍କୁ ଘଉଡ଼ାଇବାରେ ବନ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଗତ ଜାନୁୟାରୀରୁ ଫେବୃୟାରୀ ପ୍ରଥମ ସପ୍ତାହ (୫ ସପ୍ତାହ) ମଧ୍ୟରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଜାନୁୟାରୀ ୧୯ରେ ସଦର ରେଞ୍ଜ୍‌ ଗହମଖୁଣ୍ଟି ଗ୍ରାମର ଚାଷୀ ରମେଶ ସାହୁ, ୨୬ ତାରିଖରେ ଦାମୋଦରନାଳୀଠାରେ ଲଛମନ ମହାନ୍ତି, ୩୧ରେ ଗୋବିନ୍ଦପୁରରେ ଚାଷୀ ପ୍ରଶାନ୍ତ ରାଉତ ଏବଂ ଫେବୃୟାରୀ ୮ରେ ହିନ୍ଦୋଳ ରେଞ୍ଜ୍‌ ରାସୋଳ ଥାନା ମାନିଆନାଳରେ ରବି ରାଉତଙ୍କ ଜୀବନ ନେଇଛି ଗୋଠଛଡା ଦନ୍ତା।
ଅବାଧ ବିଚରଣ କରୁଥିବା ଦନ୍ତା ଭୟ କାରଣରୁ ସନ୍ଧ୍ୟା ହେଲେ ଗ୍ରାମ ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଧନଜୀବନ ହାନି ଆଶଙ୍କାରେ ହାତୀ ପାଇଁ ରାତି ଉଜାଗର ରହୁଛନ୍ତି ଗ୍ରାମବାସୀ। ଚାଷୀ କ୍ଷେତକୁ ଯାଇପାରୁନାହାନ୍ତି। ଅପରପକ୍ଷେ ହାତୀ ଉପଦ୍ରବ ରୋକିବାକୁ ଅଣାଯାଇଥିବା ‘ଐରାବତ’ ଯାନକୁ ସଦର ରେଞ୍ଜ ଅଞ୍ଚଳରେ ମୁତୟନ କରାଯାଇଛି। ହେଲେ ଗୋଟିକିଆ ହାତୀଙ୍କୁ ଘଉଡ଼ାଇବାରେ ଏହା ସେତେଟା ସଫଳ ହୋଇପାରୁନାହିଁ। ହାତୀ ଆକ୍ରମଣଜନିତ ମୃତ୍ୟୁ ଏବଂ କ୍ଷୟକ୍ଷତିକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ଏବେ ବନ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କ ଚିନ୍ତା ବଢ଼ାଇଛି।

ମିଳନ ପାଇଁ ବ୍ୟାକୁଳ ହୋଇ କରୁଛନ୍ତି ଉପଦ୍ରବ
ସାଧାରଣତଃ ଡିସେମ୍ବରରୁ ଜାନୁୟାରୀ ହେଉଛି ହାତୀଙ୍କ ମିଳନ ସମୟ। ଏହି ସମୟରେ ଦନ୍ତାହାତୀ ଦଳରୁ ଅଲଗା ହୋଇ ଅଧିକ ଉପଦ୍ରବ କରିଥାନ୍ତି। ଫେବୃୟାରୀ ପରେ ଦନ୍ତାହାତୀଙ୍କ ଏହି ପ୍ରବୃତ୍ତି ସ୍ବାଭାବିକ ଭାବେ କମିଯାଏ। ଜିଲାର ୮ ସ୍ଥାନରେ ଏଭଳି ଗୋଟିକିଆ ଦନ୍ତା ହାତୀ ଉତ୍ପାତ କରୁଛନ୍ତି। ଆକ୍ରମଣରେ ଧନଜୀବନ ହାନି ଘଟୁଛି। ଗୋଟିକିଆ ଦନ୍ତା ବିଚରଣ କରୁଥିବା ସ୍ଥାନଗୁଡ଼ିକ ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଛି। ହାତୀଙ୍କୁ ଘଉଡ଼ାଇବା ଲାଗି ବନ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ
ଘଉଡ଼ାଇବାରେ ବନ ବିଭାଗ ବିଫଳ
ଗୋଠରୁ ଅଲଗା ହୋଇଥିବା ଏକ ଦନ୍ତା ହାତୀ ପାଇଁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସଦର ବ୍ଲକ ବେଲଟିକିରି, ନାଗିଆପଶି, କାଇମାଟି, ସୋଗରପଶି ପଞ୍ଚାୟତରେ ହାତୀଟି ଘୂରିବୁଲୁଛି। ସନ୍ଧ୍ୟା ହେଲେ ପଦାକୁ ବାହାରିବାକୁ ଗ୍ରାମବାସୀ ଭୟ କରୁଛନ୍ତି। ବନ କର୍ମଚାରୀ ହାତୀ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ।
-ବଳଭଦ୍ର ସାମଲ, ବେଲଟିକିରି
ଉଜୁଡ଼ିଗଲାଣି କାଜୁ ବଗିଚା
ହାତୀ ପାଇଁ ନିଦ ହଜିଯାଇଛି। ଗୋବିନ୍ଦପୁର ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଥିବା କାଜୁ ବଗିଚାକୁ ହାତୀ ସମ୍ପୂର୍ଣ୍ଣ ଉଜାଡ଼ି ଦେଲାଣି। ବନ ବିଭାଗର ହାତୀ ଘଉଡ଼ାଇବା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ହାତୀ ଅଞ୍ଚଳ ଛାଡ଼ି ଯାଉ ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଲୋକମାନେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି।
-ସନ୍ତୋଷ ସ୍ବାଇଁ, ଗୋବିନ୍ଦପୁର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri