ହେଲ୍‌ମେଟ୍‌ ଜଗି ହାଲିଆ

କାମାକ୍ଷାନଗର, ୧୦।୨(ଡି.ଏନ୍‌.ଏ.) – ଆଗରେ ଅମାନିଆ ବାଇକ୍‌ଚାଳକ। ପଛରେ ପୋଲିସ। ଚାଲିଛି ଛକାପଞ୍ଝା। ବିନା ହେଲ୍‌ମେଟରେ ସହରରେ ସ୍ପିଡ୍‌ ବାଇକ୍‌ ଧରି ଚକ୍କର କାଟୁଛନ୍ତି ଅନେକେ। ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ଟ୍ରାଫିକ୍‌ ନିୟମ। ଧରାପଡ଼ିଲେ ନାଲି ଆଖି ଦେଖାଉଛନ୍ତି। ଚାପ ପକାଇ ସହଜରେ ମୁକୁଳି ଯାଉଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ବନ୍ଧା ହୋଇଥିବା ପୋଲିସ ହେଲ୍‌ମେଟ ଧରିବାକୁ ଯାଇ ନୟାନ୍ତ ହେଉଥିବାବେଳେ ଯେଉଁ ଉଦ୍ଦେଶ୍ୟ ରଖି ନୂତନ ମୋଟର ଯାନ ନିୟମ ଅଣାଯାଇଛି, ତାହା ଫସର ଫାଟିବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ସଚେତନ ନାଗରିକ।
ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଲାଗି କଡ଼ାକଡ଼ି କରାଯାଇଛି ନୂତନ ମୋଟର ଯାନ ନିୟମ। ବାଇକ୍‌ ଆରୋହୀଙ୍କୁ ହେଲ୍‌ମେଟ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି। ସେହିପରି ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବାନ୍ଧିବା, ଆବଶ୍ୟକ କାଗଜପତ୍ର ସାଙ୍ଗରେ ରଖିବାକୁ କୁହାଯାଉଛି। ଜାନୁୟାରୀ ପହିଲାରୁ ସାରା ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହାସତ୍ତ୍ୱେ ଯୁବଗୋଷ୍ଠୀ, କ୍ଷମତାଶାଳୀ ଗୋଷ୍ଠୀ ନିୟମ ମାନୁନାହାନ୍ତି। ହେଲମେଟ୍‌ ପିନ୍ଧିବା ଅପେକ୍ଷା ଫାଇନ ଦେବାକୁ ଶ୍ରେୟ ମଣୁଛନ୍ତି। ବିନା ଲାଇସେନ୍ସରେ ବାଇକ୍‌ ଚଳାଇଲେ ୨ହଜାର ଟଙ୍କା, ୨ଜଣରୁ ଅଧିକ ବସିଲେ ୧ ହଜାର ଟଙ୍କା ଫାଇନ ବ୍ୟବସ୍ଥା ରହିଛି; ହେଲେ ଏହାକୁ ଅନେକେ ଖାତିର କରୁନାହାନ୍ତି। ଗୋଟିଏ ଛକରେ ଯାଞ୍ଚ ବେଳେ ଅନ୍ୟ ରାସ୍ତାଦେଇ ଖସି ପଳାଉଛନ୍ତି। କାମାକ୍ଷାନଗର ସହର ଏବଂ ଏହାର ଆଖପାଖରେ ହାତଗଣତି ବାଇକ୍‌ ଆରୋହୀ ହେଲ୍‌ମେଟ୍‌ ପରିଧାନ କରୁଥିବା ଦେଖିବାକୁ ମିଳୁଛି। ଗାଡ଼ି ଚଳାଇବା ସମୟରେ ଚାଳକ ମୋବାଇଲ ବ୍ୟବହାର କଲେ ୫ହଜାର ଟଙ୍କା ଜରିମାନା ନିୟମ ଥିବାବେଳେ ଯୁବଗୋଷ୍ଠୀ ଏହାକୁ ଅଣଦେଖା କରୁଛନ୍ତି। ପୋଲିସ ପକ୍ଷରୁ ସେଭଳି ଧରପଗଡ଼ ହେଉନାହିଁ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ କର୍ମଚାରୀ ଅଭାବ କାରଣ ଦର୍ଶାଇ ବିଭାଗ ଏହାକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅମାନିଆମାନେ ସାବାଡ଼ ହେବେ ବୋଲି ସେମାନେ କହିଛନ୍ତି।

ସାର୍‌ମାନେ ପିନ୍ଧୁନାହାନ୍ତି, ଆମେ କାହିଁକି…

ହେଲ୍‌ମେଟ ନିୟମକୁ ନେଇ ଛାତ୍ରୀଛାତ୍ର କେତେ ସଚେତନ, ତାହା ଜାଣିବା ଲାଗି ‘ଧରିତ୍ରୀ’ ପହଞ୍ଚତ୍ଥିଲା କାମାକ୍ଷାନଗର ଏବଂ ମଠକରଗୋଳା କଲେଜରେ। ଏ ସମ୍ପର୍କରେ ପଚାରିବାରେ କେତେଜଣ ପିଲା ନିଜର ନାମ ଗୋପନ ରଖି କହିଲେ, ସାର୍‌ମାନେ ତ ପିନ୍ଧୁନାହାନ୍ତି, ଆମେ କାହିଁକି ପିନ୍ଧିବୁ। ସେହିପରି ହେଲମେଟ୍‌ ପିନ୍ଧିଲେ କେଶ ବିନ୍ୟାସ ନଷ୍ଟ ହୋଇଯିବ ବୋଲି କେତେଜଣ ଛାତ୍ରୀ ମନ୍ତବ୍ୟ ରଖିଥିଲେ। ସେହିପରି ଯୁକ୍ତ ୨ ଶ୍ରେଣୀର ଅଧିକାଂଶ ଛାତ୍ରୀଛାତ୍ର ବିନା ଲାଇସେନ୍ସରେ ଗାଡ଼ି ଧରି ଆସୁଥିବା ପଚରାଉଚୁରାରୁ ଜଣାପଡ଼ିଛି।

 

ସବୁବେଳେ ଯାଞ୍ଚ କରିବା ସମ୍ଭବ ହେଉନାହିଁ
ସାଧାରଣ ଲୋକଙ୍କ ହିତରେ ଆଇନ ପ୍ରଣୟନ କରାଯାଇଛି। ସଚେତନ ନାଗରିକ, ଛାତ୍ରୀଛାତ୍ର ଭାବେ ଏହାର ଅନୁପାଳନ କରିବା ଆବଶ୍ୟକ। ପୋଲିସ ବିଭାଗର ଦାୟିତ୍ୱ ଏତେ ବଢ଼ିଗଲାଣି ଯେ, ସବୁବେଳେ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ତଥାପି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜାନୁୟାରୀରୁ ଅଦ୍ୟାବଧି ୩୭୬ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରାଯାଇଛି।
-ଅଭିନବ ଡାଳୁଆ, କାମାକ୍ଷାନଗର ଥାନାଧିକାରୀ

କଲେଜ ଛାତ୍ରୀଛାତ୍ରଙ୍କୁ ବାଧ୍ୟତାମୂଳକ କରାଯିବ
କରୋନା ପରେ ମହାବିଦ୍ୟାଳୟ ଖୋଲିଛି। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଟିକେ ଢିଲା ହୋଇଯାଇଛି। କଲେଜକୁ ଆସୁଥିବା ଛାତ୍ରୀଛାତ୍ର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଶୁଭଙ୍କର ନୁହେଁ। ବାଇକ୍‌ରେ କଲେଜ ଆସୁଥିବା ପିଲାଙ୍କୁ ବାଧ୍ୟତାମୂଳକ ହେଲ୍‌ମେଟ୍‌ ପିନ୍ଧିବାକୁ କୁହାଯିବ। ଯେଉଁମାନେ ନ ମାନିବେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବନି।
-ଡ. ରାମଚନ୍ଦ୍ର ସାହୁ, କାମାକ୍ଷାନଗର କଲେଜ ଅଧ୍ୟକ୍ଷ

ନୂଆ ନିୟମ କଡ଼ାକଡ଼ି କରାଯାଇଛି
ମଠକରଗୋଳା କଲେଜରେ ହେଲ୍‌ମେଟ୍‌ ପିନ୍ଧିବା ନିୟମ କଡ଼ାକଡ଼ି କରାଯାଇଛି। ବିନା ହେଲ୍‌ମେଟ୍‌ରେ କଲେଜ ଆସୁଥିବା ଛାତ୍ରୀଛାତ୍ରଙ୍କ ଯାନ କ୍ୟାମ୍ପସରେ ପ୍ରବେଶ ପାଇଁ ମନା କରାଯାଇଛି। ଏଥିଲାଗି ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଅମାନିଆ ଛାତ୍ରୀଛାତ୍ର ଆସି ପାଟିତୁଣ୍ଡ କରୁଛନ୍ତି। ତଥାପି ନିୟମ ମାନିବାକୁ ସଚେତନ କରାଯାଉଛି ।
-ଡ. ଚିତ୍ତରଞ୍ଜନ ଦାସ, ମଠକରଗୋଳା କଲେଜ ଅଧ୍ୟକ୍ଷ

ଅଭିଭାବକ ଯତ୍ନବାନ୍‌ ହୁଅନ୍ତୁ
ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର । କେବଳ ଛାତ୍ର ନୁହେଁ, ଏ ଦିଗରେ ଅଭିଭାବକମାନେ ମଧ୍ୟ ଯତ୍ନବାନ୍‌ ହେବା ଉଚିତ। ପିଲାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେବା ପୂର୍ବରୁ ହେଲ୍‌ମେଟ୍‌, ଲାଇସେନ୍ସ ଅଛି କି ନାହିଁ ଜାଣିବା ଦରକାର। ପ୍ରଭାବଶାଳୀ ପରିଚୟ ଦେଇ ଅନେକ ଆଇନ ଉଲ୍ଲଂଘନ କରୁଛନ୍ତି। ପୋଲିସ ଚାପମୁକ୍ତ ହୋଇ ଚଢ଼ାଉ କଲେ ଆଇନର ସୁଫଳ ମିଳିପାରନ୍ତା ।
-ମଙ୍ଗୁତ୍‌ଲାଲ କଟରୁକା, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri