ରାଜ୍ୟ କ୍ୟାବିନେଟ ବୈଠକ: କନ୍ଧମାଳକୁ ୨ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା,୧୦।୨(ଡି.ଏନ୍‌.ଏ.): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଖବରଦାତା ସମ୍ମିଳନୀରେ ଜିଲା ସଭାପତି ସରୋଜ କର୍ଣ୍ଣ ଅଧ୍ୟକ୍ଷତା କରିଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ,ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବରିଷ୍ଠ ଆଇନଜୀବୀ ସେକ ସାଦିକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କ୍ୟାବିନେଟରେ କନ୍ଧମାଳ ଜିଲାର ଜି. ଉଦୟଗିରି ନିର୍ବାଚନମଣ୍ଡଳୀର ଟିକାବାଲି ବ୍ଲକ ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ବ୍ଲକ ପାଇଁ ୨ଟି ମେଗା ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ମୋଟ ୧୮୫କୋଟି ୯୨ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । ଟିକାବାଲି ବ୍ଲକର ୧୨୯ଗାଁ ଓ ବାଲିଗୁଡା ବ୍ଲକର ୨୦୦ଟି ଗାଁର ଲକ୍ଷାଧିକ ଜନସାଧାରଣ ଉପକୃତ ହେବେ। ଏ ନେଇ ଏହି ସମ୍ମିଳନୀରେ କନ୍ଧମାଳ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri