ପୁଣି ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ଅଫିସ, ୧୦ା୨: କଟକ ସହରର ବିଭିନ୍ନ ସ୍ଥାନରେ ଗତ କିଛିମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି। ତେବେ କଟକରେ ପ୍ରସ୍ତୁତ ହେଉଥିବା ଏହି ସାମଗ୍ରୀକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ଲୋକମାନେ କମ୍‌ ମୂଲ୍ୟରେ ଏଭଳି ସାମଗ୍ରୀକୁ ଆପଣାଉଛନ୍ତି। ଏହି ସାମଗ୍ରୀକୁ ବିକ୍ରି କରି କାରଖାନା ମାଲିକ ମାଲାମାଲ ହେଉଥିବାବେଳେ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି। ପରବର୍ତ୍ତୀ ସମୟରେ ଏହା ଜଣାପଡିବା ପରେ ଜନଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ଏହାର ନମୁନା ପରୀକ୍ଷା ପାଇଁ ପଠାଯାଉଛି। ପରେ ଏହା ଖାଦ୍ୟ ଅନୁପଯୋଗୀ ଜଣାପଡିବାରୁ ତାହାକୁ ନଷ୍ଟ କରାଯାଉଛି। ଏହି କ୍ରମରେ ଜଗତ୍‌ପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ କମ୍ପାନୀରୁ ଜବତ ବିପୁଳ ଅପମିଶ୍ରିତ ସାମଗ୍ରୀକୁ ପୋଲିସ ରବିବାର ନଷ୍ଟ କରିଥିବାବେଳେ ମଙ୍ଗଳବାର ପୁଣି ୩ଟି କମ୍ପାନୀର ଅପମିଶ୍ରିତ ସାମଗ୍ରୀକୁ ନଷ୍ଟ କରିଛି। ସ୍ବାତୀ ସସ୍‌ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ ହୋଇଥିବା ୫ଟନ୍‌ରୁ ଅଧିକ ନକଲି ସସ୍‌, ମସଲା ଓ ଘିଅକୁ ଜଗତ୍‌ପୁର ଶିଳ୍ପାଞ୍ଚଳ ପରିସରସ୍ଥ ଏକ ପଡିଆରେ ମଙ୍ଗଳବାର କଟକ ମହାନଗର ନିଗମ(ସିଏମ୍‌ସି) ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ଫୁଡ୍‌ ଏସ୍‌ଆଇ ଭଗବାନ ଲେଙ୍କାଙ୍କ ଉପସ୍ଥିତିରେ ନଷ୍ଟ କରାଯିବା ସହ ଗାତ ଖୋଳି ପୋତିଦିଆଯାଇଥିଲା। ଏହି ସାମଗ୍ରୀର ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଗତ୍‌ପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସାମଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୯ରେ ଜଗତ୍‌ପୁର ଥାନା ଅଧୀନ ଆଇବି ରୋଡ୍‌ ଅଞ୍ଚଳରେ ଥିବା ଏକ ଅପମିଶ୍ରିତ ସସ୍‌ କାରଖାନାରେ ପୋଲିସ ଚଢାଉ କରିଥିଲା। ସେଠାରୁ ୮୨୪ ବୋତଲରୁ ଊର୍ଦ୍ଧ୍ୱ ଟମାଟୋ ଓ ଚିଲି ସସ୍‌, ବୋତଲରେ ଲାଗିବାକୁ ଥିବା ଷ୍ଟିକର ଓ ଅନ୍ୟ ସାମଗ୍ରୀକୁ ଜବତ କରିଥିଲା। ସେହିପରି ୨୦୨୦ ନଭେମ୍ବର ୧୧ରେ ଜଗତ୍‌ପୁର ଥାନା ଅଧୀନ ଜଗନ୍ନାଥ ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ମନ୍ଦିର ମସଲା ନାମକ କମ୍ପାନୀରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ମସଲା ଜବତ କରିଥିଲା। ଏହି ଘଟଣାରେ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା। ୨୦୨୦ ନଭେମ୍ବର ୩୦ରେ ଜଗତ୍‌ପୁର ଥାନା ଅଞ୍ଚଳରେ ସୁବାସ କମ୍ପାନୀରେ ପୋଲିସ ଚଢାଉ କରି ଅପମିଶ୍ରିତ ଆଚାର, ଘିଅ, ସସ୍‌କୁ ଜବତ କରିଥିଲା। ତେବେ ଉକ୍ତ ସାମଗ୍ରୀକୁ ଗତ ୭ ତାରିଖରେ ଗାତ ଖୋଳି ପୋତାଯାଇଥିବାବେଳେ ବାକି ଥିବା ଆଉ କିଛି ସାମଗ୍ରୀ ମଙ୍ଗଳବାର ପୋତାଯାଇଥିବା ଥାନାଧିକାରୀ ମେହେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri